ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ, ୮ ଆହତ, ଲୋକେ କହୁଛନ୍ତି ଫୁଟିଛି ଗୁଳି

ତେହେରାନ,୧୬ ।୧୦: ଇରାନର ରାଜଧାନୀ ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଜେଲରେ ଅନେକ ରାଜନେତା ବନ୍ଦୀ ଭାବେ ରହୁଥିବା ବେଳେ ଦୁଇଟି ଦେଶର ନାଗରିକତା ରଖିଥିବା ଅନେକ କଏଦୀ ବି ଏହି ଜେଲରେ ରହୁଛନ୍ତି । ଏବେ ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ହେଲେ କେତେଜଣ ଲୋକ କହୁଛନ୍ତି ସେମାନଙ୍କୁ ଗୁଳି ଫୁଟିବାର ଶବ୍ଦ ଶୁଭିଛି । ଏହାରି ଭିତରେ ଜେଲର କଏଦୀମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ସେମାନଙ୍କ ପରିବାର ଲୋକେ ଜେଲ ବାହାରେ ପାଟିତୁଣ୍ଡ କରୁଥିବା ଦେଖାଯାଇଛି ।
ଜେଲରେ ଲାଗିଥିବା ଅଗ୍ନିକାଣ୍ଡର କିଛି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ଭୟଙ୍କର ନିଆଁ ସହ ଧୂଆଁ ଉଠୁଥିବା ଦେଖାଯାଇଛି । ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ଅନ୍ୟ ଗାଡି ସବୁ ପହଞ୍ଚୁଥିବା ଦେଖାଯାଇଛି । ଏବେ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା କୁହାଯାଉ ନ ଥିବା ବେଳେ ଜାରି କରାଯାଇଥିବା ଏକ ବୟାନରେ କୁାହାଯାଇଛି କି ଘୋଟାଲା ଓ ଚୋରୀ ଅପରାଧରେ ଜେଲରେ ବନ୍ଦ ଥିବା କଏଦୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ହେଲେ ନିଆଁ କେମିତି ଲାଗିଲା ତା’ର କାରଣ ଜଣାପଡୁ ନ ଥିବା ବେଳେ ଫାୟାର ଡିପାର୍ଟମେଣ୍ଟ ଏବେ ପର୍ଯ୍ୟନ୍ତ ଏହାକୁ ନେଇ କିଛି କହିବାକୁ ନା ରାଜ । ଫାୟାର ଡିପାର୍ଟମେଣ୍ଟ ନିଆଁ ଲାଗିବାର କାରଣ ଯାଞ୍ଚ କରୁଛି ।

Share