ଓ୍ବାଶିଂଟନ୍,୭।୨: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଶୁକ୍ରବାର କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଆଲୋଚନା ପ୍ରସ୍ତାବ ପରେ ଏହାକୁ ଆମେରିକା ସହିତ ଆଲୋଚନା କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ନିକଟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ସହିତ ପରମାଣୁ ଚୁକ୍ତିନାମା ପ୍ରସଙ୍ଗରେ ପୁନଃ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଖାମେନି ମଧ୍ୟ ପରାମର୍ଶ ଦେଇଥିଲେ ଯେ ଏପରି ସରକାରଙ୍କ ସହିତ କୌଣସି ଆଲୋଚନା ହେବା ଉଚିତ ନୁହେଁ, କିନ୍ତୁ ସେ ଆମେରିକା ସହିତ ଆଲୋଚନା ନକରିବା ପାଇଁ ସିଧାସଳଖ ନିର୍ଦ୍ଦେଶ ଜାରି କରି ନଥିଲେ।
ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ, ଇରାନୀ ଅଧିକାରୀମାନେ ସୂଚନା ଦେଇଥିଲେ ଯେ ସେମାନେ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ଟ୍ରମ୍ପଙ୍କ ବାର୍ତ୍ତାକୁ ଅପେକ୍ଷା କରିଛନ୍ତି। ଇରାନ ଦୀର୍ଘ ଦିନ ଧରି ଦାବି କରିଆସୁଛି ଯେ ଏହାର ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ। ପାଶ୍ଚାତ୍ୟ ଦେଶମାନଙ୍କ ସହିତ ଆଲୋଚନା ଉପରେ ମତାମତ ଦେବାରେ ଖାମେନି ସର୍ବଦା ସତର୍କ ରହିଆସିଛନ୍ତି। ଅଗଷ୍ଟ ୨୦୨୪ରେ ତେହେରାନରେ ବାୟୁସେନା ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ବିବୃତ୍ତିରେ, ଖାମେନି କହିଥିଲେ ଯେ ଆମେରିକା ସହିତ ଆଲୋଚନାର ଦ୍ୱାର ଖୋଲା ରହିଛି।
ଇରାନର ମତରେ ପରିବର୍ତ୍ତନକୁ ଟ୍ରମ୍ପଙ୍କ ସାମ୍ପ୍ରତିକ ବକ୍ତବ୍ୟ ସହିତ ଯୋଡାଯାଉଛି। ଟ୍ରମ୍ପ କହିଥିଲେ ଯେ ଆମେରିକା ଗାଜା ଉପରେ ନିୟନ୍ତ୍ରଣ ପାଇବା ଉଚିତ ଏବଂ ଆମେରିକା ଗାଜାରେ ପୁନଃର୍ନିମାଣର କାମ କରିବା ଉଚିତ। ନ୍ୟୁଜ ଏଜେନ୍ସି ଏଏଫପିର ରିପୋର୍ଟ ଅନୁଯାୟୀ, ଆୟାତୋଲ୍ଲା ଅଲି ଖାମେନି କହିଛନ୍ତି, ଟ୍ରମ୍ପ ପରମାଣୁ ଚୁକ୍ତିରୁ ତାଙ୍କ ହାତ ପ୍ରତ୍ୟାହାର କରିନେଇଛନ୍ତି। ଆମେରିକୀୟମାନେ ଚୁକ୍ତିର ପ୍ରତିଶ୍ରୁତି ପୂରଣ କରିନଥିଲେ। ଆଜି ଯିଏ କ୍ଷମତାରେ ଅଛନ୍ତି (ଡୋନାଲ୍ଡ ଟ୍ରମ୍ପ) ସେ ହିଁ ଚୁକ୍ତିନାମା ଭାଙ୍ଗିଛନ୍ତି।
ଖାମେନି କହିଥିଲେ, ଏହା ଏପରି ଏକ ଅଭିଜ୍ଞତା ଯାହାଠାରୁ ଆମକୁ ଶିଖିବାକୁ ପଡିବ। ଆମେ ଆଶା କରିଥିବା ପରି ହୋଇପାରି ନଥିଲା। ସମସ୍ତ ତ୍ରୁଟି ସତ୍ତ୍ୱେ, ଆମେରିକା ଶେଷରେ ଚୁକ୍ତିନାମା ଉଲ୍ଲଂଘନ କରିଥିଲା। ଟ୍ରମ୍ପ ମଙ୍ଗଳବାର (ଫେବୃଆରୀ ୪, ୨୦୨୫) ଦିନ କହିଥିଲେ, “ଆମେ ଇରାନ ପ୍ରତି କଠୋର ହେବାକୁ ଚାହୁଁନାହୁଁ। କିନ୍ତୁ ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବା ଉଚିତ ନୁହେଁ।


