ସଫଳ କ୍ଷେପଣାସ୍ତ୍ର ପରୀକ୍ଷା କଲା ଇରାନ

ତେହରାନ,୨୫ା୫: ଇରାନ ଗୁରୁବାର ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ପରୀକ୍ଷା ଇସ୍ରାଏଲ ଏବଂ ଆମେରିକାକୁ ଚେତାବନୀ ଦେବାକୁ କରାଯାଇଛି। ପରୀକ୍ଷଣ ସହିତ ଇରାନ କହିଛି ଯେ, ଏହା ଶତ୍ରୁମାନଙ୍କର କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ। ଇରାନର ଖେର୍ସମସହର-୪  କ୍ଷେପଣାସ୍ତ୍ର ସାଉଦି ଆରବରୁ ଇସ୍ରାଏଲ ଏବଂ ମଧ୍ୟ ପୂର୍ବ ଅଞ୍ଚଳ ପର୍ଯ୍ୟନ୍ତ ଆମେରିକାର ଟାର୍ଗେଟ୍‌କୁ ନଷ୍ଟ କରିପାରେ। ଏହି କ୍ଷେପଣାସ୍ତ୍ରର ଓଜନ ୧୫୦୦ କିଲୋଗ୍ରାମ। ଏହା ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଅଧିକାରୀମାନେ ମଧ୍ୟ ଏହାର ଫୁଟେଜ ଜାରି କରିଛନ୍ତି।

Share