ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକର ସୁରକ୍ଷିତ ପ୍ରବେଶ ପାଇଁ ଭାରତ ଚେଷ୍ଟା କରୁଥିବାବେଳେ, ଏହାର ପ୍ରତିବଦଳରେ ଇରାନ ଏକ ବଡ଼ ସର୍ତ୍ତ ରଖିଛି। ଭାରତୀୟ ଜଳସୀମା ନିକଟରୁ ଜବତ କରାଯାଇଥିବା ୩ଟି ତୈଳ ଟ୍ୟାଙ୍କରକୁ ମୁକ୍ତ କରିବା ପାଇଁ ତେହେରାନ ଦାବି କରିଥିବା ଜଣାପଡ଼ିଛି।

ରଏଟର୍ସର ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ମାସରେ ଭାରତୀୟ କୋଷ୍ଟଗାର୍ଡ ଦ୍ୱାରା ଜବତ ହୋଇଥିବା ‘ଆସଫାଲ୍ଟ ଷ୍ଟାର’, ‘ଅଲ୍ ଜାଫଜିଆ’ ଏବଂ ‘ଷ୍ଟେଲାର ରୁବି’ ନାମକ ୩ଟି ଟ୍ୟାଙ୍କରର ମୁକ୍ତି ଚାହୁଁଛି ଇରାନ। ଏହି ଜାହାଜଗୁଡ଼ିକ ପରିଚୟ ବଦଳାଇ ସମୁଦ୍ର ମଧ୍ୟରେ ବେଆଇନ କାରବାର କରୁଥିବା ଅଭିଯୋଗରେ ମୁମ୍ବାଇ ନିକଟରେ ଅଟକ ରଖାଯାଇଛି।

ଜାହାଜ ମୁକ୍ତି ସହ ଇରାନ କେତେକ ଜରୁରୀକାଳୀନ ଔଷଧ ଏବଂ ଚିକିତ୍ସା ଉପକରଣ ମଧ୍ୟ ଭାରତରୁ ମାଗିଥିବା ଜଣାପଡ଼ିଛି। ସୋମବାର ଇରାନର ରାଷ୍ଟ୍ରଦୂତ ଏହି ପ୍ରସଙ୍ଗରେ ଭାରତର ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଭେଟିଛନ୍ତି।

ବର୍ତ୍ତମାନ ଗଲ୍ଫ ଅଞ୍ଚଳରେ ୨୨ଟି ଭାରତୀୟ ଜାହାଜ ଏବଂ ୬୧୧ ଜଣ ନାବିକ ଫସି ରହିଛନ୍ତି। ସେଥିମଧ୍ୟରୁ ୬ଟି ଜାହାଜରେ ଏଲ୍‌ପିଜି (LPG) ରହିଛି। ଭାରତ ନିଜର ୯୦ ପ୍ରତିଶତ ଏଲ୍‌ପିଜି ଆମଦାନୀ ପାଇଁ ଗଲ୍ଫ ଉପରେ ନିର୍ଭର କରୁଥିବାରୁ, ଏହି ଜାହାଜଗୁଡ଼ିକର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ ଜରୁରୀ।

ଇରାନ ନିକଟରେ ଦୁଇଟି ଭାରତୀୟ ଏଲ୍‌ପିଜି ଟ୍ୟାଙ୍କରକୁ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେଇଛି, ଯାହା ମଧ୍ୟରୁ ଗୋଟିଏ ସୋମବାର ପଶ୍ଚିମ ଭାରତରେ ପହଞ୍ଚିଛି।

ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ଏହା କୌଣସି ଦେଣନେଣ ନୁହେଁ ବରଂ ପାରମ୍ପରିକ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରକ୍ରିୟା। ତେବେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଭାରତ ନିଜର ନାବିକ ଏବଂ ଜାହାଜକୁ ସୁରକ୍ଷିତ ଫେରାଇ ଆଣିବାକୁ ପ୍ରାଥମିକତା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ରୋହିତ-ବିରାଟଙ୍କ ଟେଷ୍ଟ ଅବସର ପଛରେ କିଏ? ଗମ୍ଭୀରଙ୍କ ବଡ଼ ବୟାନ: ‘ଭୁଲ୍ ହୋଇଥାଇପାରେ’

କୋଲକାତା,୧୬।୩: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଷ୍ଟାର୍ ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri