ଇରାନ ସ୍କୁଲ ଛାତ୍ରୀଙ୍କୁ ବିଷ

ତେହରାନ/ବର୍ଲିନ/ଜେନେଭା,୪ା୩: ଗତ ଡିସେମ୍ବର ୧୬ରେ ମୋରାଲଟି ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍‌ ଯୁବତୀ ମହସା ଅମିନୀଙ୍କ ଜୀବନ ଯିବା ପରେ ଇରାନ୍‌ରେ ହିଜାବ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନର ନିଅଁା ନ ଲିଭୁଣୁ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କୁ ବିଷ ଦିଆଯାଉଥିବା ଖବର ପ୍ରଘଟ ହେବା ପରେ ରୂଢ଼ିବାଦୀ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଏ ନେଇ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ ଦାବି ଜୋର୍‌ ଧରିଥିବାବେଳେ ଘଟଣା ପାଇଁ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଦେଶର ଶତ୍ରୁମାନଙ୍କୁ ଦାୟୀ କରିଛନ୍ତି।
ଅଦ୍ୟାବଧି ୪ ସହରରେ ଥିବା ୩୦ରୁ ଊର୍ଦ୍ଧ୍ୱ ସ୍କୁଲର ଶତାଧିକ ଛାତ୍ରୀଙ୍କୁ ବିଷ ଦିଆଯାଇଛି। ଏହି ଜଘନ୍ୟକାଣ୍ଡ ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ମାତାପିତା ସେମାନଙ୍କୁ ସ୍କୁଲରେ ପାଠ ନ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ନାରୀ ଶିକ୍ଷାକୁ ବିରୋଧ କରୁଥିବା ଧର୍ମାନ୍ଧ ଗୋଷ୍ଠୀ ଏପରି କରିଥିବା କେତେଜଣ ନେତା କହିଛନ୍ତି। ରାଷ୍ଟ୍ରପତି ରଇସି ଶୁକ୍ରବାର କହିଛନ୍ତି, ଦେଶରେ ଅରାଜକତା ସୃଷ୍ଟି ଲାଗି ତେହରାନ୍‌ର ଶତ୍ରୁମାନେ ଏପରି କରିଛନ୍ତି। ଛାତ୍ରୀ ଓ ଅଭିଭାବକଙ୍କ ମନରେ ଆତଙ୍କ ଭରିଦେବା ହେଉଛି ସେମାନଙ୍କ ଉଦ୍ଦେଶ୍ୟ। ତେବେ ସବୁ କଥାରେ ଆମେରିକାକୁ ଦୋଷ ଦେଉଥିବା ରଇସି ଏଥର କାହାର ନାମ ଧରି ନାହାନ୍ତି। ଅନ୍ୟପକ୍ଷେ ଜେନେଭାସ୍ଥିତ ଜାତିସଂଘ ମାନବ ଅଧିକାର ଅଫିସରେ ଏହାର ତଦନ୍ତ ଦାବି ଉଠିଛି। ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ରବିନା ଶମ୍‌ଦାସନୀ କହିଛନ୍ତି, ଛାତ୍ରୀମାନଙ୍କୁ ଟାର୍ଗେଟ କରି ବିଷ ଦିଆଯିବା ଚିନ୍ତାର ବିଷୟ। ଏହି ଆକ୍ରମଣର ନିରପେକ୍ଷ ତଦନ୍ତ କରାଯାଉ। ସରକାରୀ ତଦନ୍ତର ତଥ୍ୟ ସାର୍ବଜନୀନ କରାଯିବା ଏବଂ ଦୋଷୀଙ୍କୁ ଦଣ୍ଡିତ କରିବା ଜରୁରୀ। ଜର୍ମାନୀ ବହିର୍ବ୍ୟାପାର ମନ୍ତ୍ରୀ ଆନ୍ନାଲେନା ବାଏରବୋକ୍‌ କହିଛନ୍ତି, ବିଭିନ୍ନ ସ୍କୁଲର ଶତାଧିକ ଇରାନୀୟ ଛାତ୍ରୀଙ୍କୁ କିଛିମାସ ହେଲା ସ୍ଲୋ ପୋଇଜନ୍‌ ଦିଆଯାଇଛି। ଛାତ୍ରୀମାନେ ନିର୍ଭୟରେ ସ୍କୁଲ ଯିବା ପାଇଁ ସକ୍ଷମ ହେବା ଜରୁରୀ। ଏହା ସେମାନଙ୍କ ମାନବାଧିକାରଠାରୁ କିଛି କମ୍‌ ନୁହେଁ। ସବୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନିହାତି ଆବଶ୍ୟକ ବୋଲି ଜର୍ମାନୀ ମନ୍ତ୍ରୀ ଆନ୍ନାଲେନା ଟୁଇଟ୍‌ କରିଛନ୍ତି। ପ୍ରକାଶ ଯେ, ଏହି ବିଚଳିତ କରିଦେବା ଭଳି ଅଭିଯୋଗର ତଦନ୍ତ ପାଇଁ ବୁଧବାର ଆମେରିକା ପରରାଷ୍ଟ୍ର ବିଭାଗ ମଧ୍ୟ ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?