ଇରାନ ସ୍କୁଲ ଛାତ୍ରୀଙ୍କୁ ବିଷ

ତେହରାନ/ବର୍ଲିନ/ଜେନେଭା,୪ା୩: ଗତ ଡିସେମ୍ବର ୧୬ରେ ମୋରାଲଟି ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍‌ ଯୁବତୀ ମହସା ଅମିନୀଙ୍କ ଜୀବନ ଯିବା ପରେ ଇରାନ୍‌ରେ ହିଜାବ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନର ନିଅଁା ନ ଲିଭୁଣୁ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କୁ ବିଷ ଦିଆଯାଉଥିବା ଖବର ପ୍ରଘଟ ହେବା ପରେ ରୂଢ଼ିବାଦୀ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଏ ନେଇ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ ଦାବି ଜୋର୍‌ ଧରିଥିବାବେଳେ ଘଟଣା ପାଇଁ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଦେଶର ଶତ୍ରୁମାନଙ୍କୁ ଦାୟୀ କରିଛନ୍ତି।
ଅଦ୍ୟାବଧି ୪ ସହରରେ ଥିବା ୩୦ରୁ ଊର୍ଦ୍ଧ୍ୱ ସ୍କୁଲର ଶତାଧିକ ଛାତ୍ରୀଙ୍କୁ ବିଷ ଦିଆଯାଇଛି। ଏହି ଜଘନ୍ୟକାଣ୍ଡ ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ମାତାପିତା ସେମାନଙ୍କୁ ସ୍କୁଲରେ ପାଠ ନ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ନାରୀ ଶିକ୍ଷାକୁ ବିରୋଧ କରୁଥିବା ଧର୍ମାନ୍ଧ ଗୋଷ୍ଠୀ ଏପରି କରିଥିବା କେତେଜଣ ନେତା କହିଛନ୍ତି। ରାଷ୍ଟ୍ରପତି ରଇସି ଶୁକ୍ରବାର କହିଛନ୍ତି, ଦେଶରେ ଅରାଜକତା ସୃଷ୍ଟି ଲାଗି ତେହରାନ୍‌ର ଶତ୍ରୁମାନେ ଏପରି କରିଛନ୍ତି। ଛାତ୍ରୀ ଓ ଅଭିଭାବକଙ୍କ ମନରେ ଆତଙ୍କ ଭରିଦେବା ହେଉଛି ସେମାନଙ୍କ ଉଦ୍ଦେଶ୍ୟ। ତେବେ ସବୁ କଥାରେ ଆମେରିକାକୁ ଦୋଷ ଦେଉଥିବା ରଇସି ଏଥର କାହାର ନାମ ଧରି ନାହାନ୍ତି। ଅନ୍ୟପକ୍ଷେ ଜେନେଭାସ୍ଥିତ ଜାତିସଂଘ ମାନବ ଅଧିକାର ଅଫିସରେ ଏହାର ତଦନ୍ତ ଦାବି ଉଠିଛି। ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ରବିନା ଶମ୍‌ଦାସନୀ କହିଛନ୍ତି, ଛାତ୍ରୀମାନଙ୍କୁ ଟାର୍ଗେଟ କରି ବିଷ ଦିଆଯିବା ଚିନ୍ତାର ବିଷୟ। ଏହି ଆକ୍ରମଣର ନିରପେକ୍ଷ ତଦନ୍ତ କରାଯାଉ। ସରକାରୀ ତଦନ୍ତର ତଥ୍ୟ ସାର୍ବଜନୀନ କରାଯିବା ଏବଂ ଦୋଷୀଙ୍କୁ ଦଣ୍ଡିତ କରିବା ଜରୁରୀ। ଜର୍ମାନୀ ବହିର୍ବ୍ୟାପାର ମନ୍ତ୍ରୀ ଆନ୍ନାଲେନା ବାଏରବୋକ୍‌ କହିଛନ୍ତି, ବିଭିନ୍ନ ସ୍କୁଲର ଶତାଧିକ ଇରାନୀୟ ଛାତ୍ରୀଙ୍କୁ କିଛିମାସ ହେଲା ସ୍ଲୋ ପୋଇଜନ୍‌ ଦିଆଯାଇଛି। ଛାତ୍ରୀମାନେ ନିର୍ଭୟରେ ସ୍କୁଲ ଯିବା ପାଇଁ ସକ୍ଷମ ହେବା ଜରୁରୀ। ଏହା ସେମାନଙ୍କ ମାନବାଧିକାରଠାରୁ କିଛି କମ୍‌ ନୁହେଁ। ସବୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନିହାତି ଆବଶ୍ୟକ ବୋଲି ଜର୍ମାନୀ ମନ୍ତ୍ରୀ ଆନ୍ନାଲେନା ଟୁଇଟ୍‌ କରିଛନ୍ତି। ପ୍ରକାଶ ଯେ, ଏହି ବିଚଳିତ କରିଦେବା ଭଳି ଅଭିଯୋଗର ତଦନ୍ତ ପାଇଁ ବୁଧବାର ଆମେରିକା ପରରାଷ୍ଟ୍ର ବିଭାଗ ମଧ୍ୟ ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ମହାବିପଦ: ଦବିଯିବ ପୃଥିବୀ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ପରେପରେ ଆଗାମୀ ୨୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ମହାବିପଦ ମାଡ଼ିଆସୁଛି ବୋଲି...

କରୋନା ନୁହେଁ ଶେଷ ମହାମାରୀ, ବିଶ୍ୱବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ: ଡବ୍ଲୁଏଚ୍‌ଓ

ଜେନେଭା,୨୭ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସିୟସ ବିଶ୍ୱବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ବିଶ୍ୱ ପାଇଁ...

ବାଇଡେନଙ୍କ ସହ “ଚ୍ୟାମ୍ପ-ମେଜର”ବି ଯାଇପାରନ୍ତି ହ୍ୱାଇଟ ହାଉସ: ସହଧର୍ମିଣୀ ଦେଇଥିଲେ ଉପହାର

ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଜୋ ବାଇଡେନଙ୍କ ବିଜୟ ପରେ ଏବେ ହ୍ୱାଇଟ ହାଉସକୁ କୁକୁରଙ୍କ ପ୍ରବେଶ ହୋଇପାରେ ବୋଲି ଅନୁମାନ...

ଛୋଟ ଦେଶଙ୍କୁ ଆର୍ଥିକ ଋଣର ଲୋଭ ଦେଖାଇ ରାଜନୈତିକ ଯୁଦ୍ଧ କରୁଛି ଚାଇନା: ମାଇକ୍ରୋନେସିଆର ରାଷ୍ଟ୍ରପତି…

ଓ୍ବିଲିଂଟନ,୧୩।୩ : ମାଇକ୍ରୋନେସିଆର ରାଷ୍ଟ୍ରପତି ଅନ୍ୟ ଜାତୀୟ ନେତାମାନଙ୍କୁ ଲେଖିଥିବା ଚିଠିରେ ଚାଇନା ରାଜନୈତିକ ଯୁଦ୍ଧ କରିଥିବା ଅଭିଯୋଗ କରିଛନ୍ତି। ସେ ୫ କୋଟି ଡଲାର...

ଭାରତ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୧୧: ୟୁକ୍ରେନ ଯୁଦ୍ଧ ଏବଂ ତାଇଓ୍ବାନକୁ ନେଇ ରୁଷିଆ-ଚାଇନା ସହିତ ମୁହାଁମୁହିଁ ହେବା ପରେ ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି।...

ଚାଇନାକୁ ପୁଣି ଫେରିଲା କରୋନା: ଜିନଫାଦି ବଜାର ହେଲା ବନ୍ଦ

ବେଜିଂ, ୧୪।୬: କରୋନା ସଂକ୍ରମଣ ପୁଣି ଥରେ ଚାଇନାକୁ ଫେରିଛି। ବେଜିଂରେ ୫୩ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏଠାକାର...

ସମଲିଙ୍ଗୀ ଦମ୍ପତିଙ୍କ ପିଲାଙ୍କ ଜନ୍ମ ପଞ୍ଜୀକରଣରେ ନିଷେଧାଦେଶ

ରୋମ୍‌,୧୯ା୩: ୟୁରୋପୀୟ ଦେଶ ଇଟାଲୀରେ ସମଲିଙ୍ଗୀ ଦମ୍ପତିଙ୍କ ଉପରେ ହୋଇଥିବା ନିଷ୍ପତ୍ତିକୁ ନେଇ ସରକାରଙ୍କୁ ଦୃଢ଼ ବିରୋଧ କରାଯାଉଛି। ସମଲିଙ୍ଗୀ ଦମ୍ପତିଙ୍କ ପିଲାମାନଙ୍କର ଜନ୍ମ ପଞ୍ଜୀକରଣକୁ...

ଚାଇନାକୁ କଡ଼ା ବାର୍ତ୍ତା ଦେଲେ ରାଜନାଥ

ଓ୍ବାଶିଂଟନ,୧୫।୪: ଭାରତର କେହି କ୍ଷତି କଲେ ଆମେ କଦାପି ଛାଡ଼ିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚାଇନାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି।...

Advertisement
Archives

Model This Week