ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ ଧୀରେ କରୋନା ସହ ବଞ୍ଚିବା ଶିଖିଗଲେଣି। ଏହିପରି ଇରାନରେ ଗତ କିଛି ଦିନ ହେବ ସ୍କୁଲ ଖୋଲିଛି। ଦେଢ଼ କୋଟି ଛାତ୍ରୀଛାତ୍ରଙ୍କ ଶିକ୍ଷା ସେମାନଙ୍କ ଜୀବନ ପରି ଗୁରୁତ୍ୱପୂର୍ଣ୍ଣ। ଏପରି କହି ସ୍କୁଲ ଖୋଲିବାକୁ ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ହସନ ରୁହାନୀ। ସୋସିଆଲ ମିଡିଆରେ କ୍ଲାସ୍‌ ରୁମ୍‌ର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଛାତ୍ରୀଛାତ୍ରମାନେ ପ୍ଲାଷ୍ଟିକ ଟେଣ୍ଟ ମଧ୍ୟରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଖବରଦାତା ଫରନାଜଫାସିହି ନିଜ ଟୁଇଟରରେ ଶେୟାର କରିଛନ୍ତି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି, ମହାମାରୀ ସମୟରେ ଇରାନର ସ୍କୁଲ। ତାଙ୍କର ଏହି ଟୁଇଟ୍‌କୁ ଅନେକ ଲୋକ ଲାଇକ୍‌ କରୁଥିବା ବେଳେ ଅଧିକାଂଶ ରି-ଟୁଇଟ୍‌ ମଧ୍ୟ କରୁଛନ୍ତି।

Share