ସ୍ତ୍ରୀଙ୍କୁ ପୁରୁଷ ନର୍ସ ଟିକା ଦେବାରୁ ରାଗିକି ରାଜ୍ୟପାଳଙ୍କୁ ଚାପୁଡା ମାରିଲେ ଏହି ବ୍ୟକ୍ତି

ତେହେରାନ,୨୪।୧୦: ଇରାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପ୍ରଦେଶର ରାଜ୍ୟପାଳ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ତାଙ୍କ ସାମ୍ନାରେ ବସିଥିବା ଜଣେ ବ୍ୟକ୍ତି ହଠାତ୍‌ ମଞ୍ଚ ଉପରକୁ ଉଠି ତାଙ୍କୁ ଚାପୁଡ଼ା ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପଚରାଉଚରା ବେଳେ ଆକ୍ରମଣର କାରଣ ଜଣାପଡିଥିଲା। ରିପୋର୍ଟ ଅନୁଯାୟୀ, ନିକଟରେ ବ୍ରିଗ ଜେନେରାଲ ଆବେଦ୍ଦିନ ଖୋରାମଙ୍କୁ ଇରାନର ପୂର୍ବ ଆଜେରବାଇଜାନ ପ୍ରଦେଶରେ ରାଜ୍ୟପାଳ କରାଯାଇଛି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ପାଇଁ ସେ ମଞ୍ଚ ଉପରକୁ ଯାଇଥିଲେ। ସେ ତାଙ୍କ ଭାଷଣ ଆରମ୍ଭ କରିବା ମାତ୍ରେ ଜଣେ ବ୍ୟକ୍ତି ମଞ୍ଚକୁ ଆସି ତାଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ଚାପୁଡ଼ା ଶବ୍ଦ ଏତେ ଜୋରରେ ଥିଲା ଯେ ଏହା ମାଇକ୍‌ରେ ରେକର୍ଡ ହୋଇ ହଲରେ ପ୍ରତିଧ୍ୱନିତ ହୋଇଥିଲା।
ରାଜ୍ୟପାଳଙ୍କୁ ଆକ୍ରମଣ କରାଯିବା ମାତ୍ରେ ତାଙ୍କ ସୁରକ୍ଷା କର୍ମୀମାନେ ସଙ୍ଗେ ସଙ୍ଗେ ମଞ୍ଚରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାହରକୁ ନେଇଯାଇଥିଲେ। କିଛି ସମୟ ପରେ ରାଜ୍ୟପାଳ ପୁନର୍ବାର ମଞ୍ଚକୁ ଆସି ତାଙ୍କ ଭାଷଣ ସମାପ୍ତ କଲେ। ରାଜ୍ୟପାଳ ଖୋରାମ କହିଛନ୍ତି, ମୁଁ ତାଙ୍କୁ ଆଦୌ ଜାଣି ନାହିଁ, କିନ୍ତୁ ଆପଣ ବୋଧହୁଏ ତାଙ୍କୁ ଜାଣିଛନ୍ତି। ଯେତେବେଳେ ମୁଁ ସିରିଆରେ ଥିଲି, ମୋର ଶତ୍ରୁମାନେ ମୋତେ ଦିନକୁ ୧୦-୧୦ ଥର ମାଡ ମାରୁଥିଲେ। ସେ ମୋ ମୁଣ୍ଡରେ ଏକ ଭାରୀ ବନ୍ଧୁକ ଧରି ଆସୁଥିଲେ। ତଥାପି ମୁଁ ସେମାନଙ୍କୁ କ୍ଷମା କରିଦେଇଥିଲି।ତେଣୁ ମୋତେ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁଁ କ୍ଷମା କରୁଛି।
ପୋଲିସର ପଚରାଉଚରା ବେଳେ ଆକ୍ରମଣକାରୀ ଜଣେ ସୁରକ୍ଷାକର୍ମୀ ବୋଲି ଜଣା ପଡିଥିଲା। ପଚରାଉଚରା ବେଳେ ସେ କହିଥିଲେ ଯେ, ଜଣେ ପୁରୁଷ ନର୍ସ ତାଙ୍କ ସ୍ତ୍ରୀଙ୍କୁ କରୋନା ଟିକା ଦେଇଛନ୍ତି। ଏହା କରି ନର୍ସ ତାଙ୍କ ସ୍ତ୍ରୀଙ୍କୁ ଛୁଇଁଲେ। ସେ ଏଥିରେ ଅତ୍ୟଧିକ ରାଗିଯାଇ ସରକାରର ମୁଖ୍ୟ ଭାବରେ ରାଜ୍ୟପାଳଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri