ସ୍ତ୍ରୀଙ୍କୁ ପୁରୁଷ ନର୍ସ ଟିକା ଦେବାରୁ ରାଗିକି ରାଜ୍ୟପାଳଙ୍କୁ ଚାପୁଡା ମାରିଲେ ଏହି ବ୍ୟକ୍ତି

ତେହେରାନ,୨୪।୧୦: ଇରାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପ୍ରଦେଶର ରାଜ୍ୟପାଳ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ତାଙ୍କ ସାମ୍ନାରେ ବସିଥିବା ଜଣେ ବ୍ୟକ୍ତି ହଠାତ୍‌ ମଞ୍ଚ ଉପରକୁ ଉଠି ତାଙ୍କୁ ଚାପୁଡ଼ା ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପଚରାଉଚରା ବେଳେ ଆକ୍ରମଣର କାରଣ ଜଣାପଡିଥିଲା। ରିପୋର୍ଟ ଅନୁଯାୟୀ, ନିକଟରେ ବ୍ରିଗ ଜେନେରାଲ ଆବେଦ୍ଦିନ ଖୋରାମଙ୍କୁ ଇରାନର ପୂର୍ବ ଆଜେରବାଇଜାନ ପ୍ରଦେଶରେ ରାଜ୍ୟପାଳ କରାଯାଇଛି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ପାଇଁ ସେ ମଞ୍ଚ ଉପରକୁ ଯାଇଥିଲେ। ସେ ତାଙ୍କ ଭାଷଣ ଆରମ୍ଭ କରିବା ମାତ୍ରେ ଜଣେ ବ୍ୟକ୍ତି ମଞ୍ଚକୁ ଆସି ତାଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ଚାପୁଡ଼ା ଶବ୍ଦ ଏତେ ଜୋରରେ ଥିଲା ଯେ ଏହା ମାଇକ୍‌ରେ ରେକର୍ଡ ହୋଇ ହଲରେ ପ୍ରତିଧ୍ୱନିତ ହୋଇଥିଲା।
ରାଜ୍ୟପାଳଙ୍କୁ ଆକ୍ରମଣ କରାଯିବା ମାତ୍ରେ ତାଙ୍କ ସୁରକ୍ଷା କର୍ମୀମାନେ ସଙ୍ଗେ ସଙ୍ଗେ ମଞ୍ଚରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାହରକୁ ନେଇଯାଇଥିଲେ। କିଛି ସମୟ ପରେ ରାଜ୍ୟପାଳ ପୁନର୍ବାର ମଞ୍ଚକୁ ଆସି ତାଙ୍କ ଭାଷଣ ସମାପ୍ତ କଲେ। ରାଜ୍ୟପାଳ ଖୋରାମ କହିଛନ୍ତି, ମୁଁ ତାଙ୍କୁ ଆଦୌ ଜାଣି ନାହିଁ, କିନ୍ତୁ ଆପଣ ବୋଧହୁଏ ତାଙ୍କୁ ଜାଣିଛନ୍ତି। ଯେତେବେଳେ ମୁଁ ସିରିଆରେ ଥିଲି, ମୋର ଶତ୍ରୁମାନେ ମୋତେ ଦିନକୁ ୧୦-୧୦ ଥର ମାଡ ମାରୁଥିଲେ। ସେ ମୋ ମୁଣ୍ଡରେ ଏକ ଭାରୀ ବନ୍ଧୁକ ଧରି ଆସୁଥିଲେ। ତଥାପି ମୁଁ ସେମାନଙ୍କୁ କ୍ଷମା କରିଦେଇଥିଲି।ତେଣୁ ମୋତେ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁଁ କ୍ଷମା କରୁଛି।
ପୋଲିସର ପଚରାଉଚରା ବେଳେ ଆକ୍ରମଣକାରୀ ଜଣେ ସୁରକ୍ଷାକର୍ମୀ ବୋଲି ଜଣା ପଡିଥିଲା। ପଚରାଉଚରା ବେଳେ ସେ କହିଥିଲେ ଯେ, ଜଣେ ପୁରୁଷ ନର୍ସ ତାଙ୍କ ସ୍ତ୍ରୀଙ୍କୁ କରୋନା ଟିକା ଦେଇଛନ୍ତି। ଏହା କରି ନର୍ସ ତାଙ୍କ ସ୍ତ୍ରୀଙ୍କୁ ଛୁଇଁଲେ। ସେ ଏଥିରେ ଅତ୍ୟଧିକ ରାଗିଯାଇ ସରକାରର ମୁଖ୍ୟ ଭାବରେ ରାଜ୍ୟପାଳଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri