୩ ସାଟେଲାଇଟ୍‌ ପଠାଇବାରେ ସଫଳ ହେଲା ଇରାନ

ତେହେରାନ,୨୮।୧: ଇରାନ ସିମୋର୍ଗ ରକେଟ ସହାୟତାରେ ୩ଟି ସାଟେଲାଇଟ୍‌କୁ ମହାକାଶକୁ ପଠାଇବାରେ ସଫଳ ହୋଇଛି। ସେମ୍‌ନାନପ୍ରଦେଶର ଇମାମ ଖୋମେନି ସ୍ପେସ୍‌ପୋର୍ଟରୁ ସିମୋର୍ଗ ପ୍ରୋଗ୍ରାମର ଏହା ଷଷ୍ଠ ଉଦ୍ୟମ ଥିଲା।

ସାଟେଲାଇଟ୍‌ଗୁଡ଼ିକ ଗବେଷଣା, ଗ୍ଲୋବାଲ ପୋଜିଶନିଂ, ଯୋଗଯୋଗ ଆଦି ବିଭିନ୍ନ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ। ପୃଥିବୀର ନିମ୍ନ କକ୍ଷପଥ ପାଇଁ ସିମୋର୍ଗ ସାଟେଲାଇଟ୍‌ କ୍ୟାରିୟର ପ୍ରସ୍ତୁତ ହୋଇଥିବା ଇରାନ କହୁଥିଲେ ମଧ୍ୟ ଆମେରିକା ଗୋଇନ୍ଦା ସଂସ୍ଥା ଏହାକୁ ନେଇ ଚିନ୍ତା ପ୍ରକଟ କରିଛି। ଇରାନର ଏହି ରକେଟକୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍‌ ମିଶାଇଲ ବିକାଶ ପାଇଁ ଉପଯୋଗ କରାଯାଇପାରେ ବୋଲି ଗତବର୍ଷ ବିଶ୍ୱବ୍ୟାପୀ ଆଶଙ୍କା ବ୍ୟକ୍ତ କରିଥିଲା।

Share