ଇରାନକୁ ଲାଗିଲା ବଡ଼ ଝଟ୍‌କା, ଆମେରିକା ଭୟରେ ହାତ ଛାଡ଼ିଦେଲା ହିଜବୁଲ୍ଲା

ତେହରାନ/ଓ୍ବାଶିଂଟନ,୨୨।୬: ଆମେରିକା ଦାବି କରିଛି ଯେ ସେ ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଇରାନକୁ ଏକ ବଡ଼ ଝଟକା ଲାଗିଛି। ଦେଶର ପରମାଣୁ ଶକ୍ତି ହେବାର ସ୍ବପ୍ନ ଭାଙ୍ଗି ଯାଇଛି। ଇରାନ ପୂର୍ବରୁ ଚେତାବନୀ ଦେଇଥିଲା ଯେ ଯଦି ଆମେରିକା ଏହି ଲଢ଼େଇରେ ଯୋଗ ଦିଏ, ତେବେ ସେ ଏହି ଅଞ୍ଚଳରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିବ। କିନ୍ତୁ ଏବେ ଏହା ମଧ୍ୟ ହାର ମାନୁଥିବା ପରି ମନେ ହେଉଛି।

ଲେବାନନର ହିଜବୁଲ୍ଲାକୁ ଇରାନର ଆକ୍ସିସ ଅଫ୍‌ ରେଜିଷ୍ଟାଷ୍ଟର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀ ଭାବରେ ବିବେଚନା କରାଯାଏ। କିନ୍ତୁ ଆମେରିକାର ଆକ୍ରମଣ ପରେ, ହିଜବୁଲ୍ଲା ମଧ୍ୟ ତା’ର ଅସ୍ତ୍ର ଛାଡ଼ିଛି। ହିଜବୁଲ୍ଲାର ଜଣେ ମୁଖପାତ୍ର ନ୍ୟୁଜୱିକ୍‌କୁ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ ସ୍ଥାନ ଉପରେ ସିଧାସଳଖ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେବା ପରେ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଏହି ଗୋଷ୍ଠୀର କୌଣସି ତୁରନ୍ତ ଯୋଜନା ନାହିଁ।

ଶନିବାର ବିଳମ୍ବିତ ରାତିରେ ନ୍ୟୁଜୱିକ୍‌କୁ ଦିଆଯାଇଥିବା ଏକ ବାର୍ତ୍ତାରେ, ହିଜବୁଲ୍ଲାର ମୁଖପାତ୍ର କହିଛନ୍ତି, “ଇରାନ ନିଜକୁ ରକ୍ଷା କରିବାକୁ ସକ୍ଷମ ଏକ ଶକ୍ତିଶାଳୀ ଦେଶ। ସେ ଆମେରିକା ଏବଂ ଇସ୍ରାଏଲର ସାମ୍ନା କରିପାରିବ। ଯୁଦ୍ଧବିରାମ ପରଠାରୁ, ହିଜବୁଲ୍ଲା ସମସ୍ତ ପ୍ରସଙ୍ଗରେ ସହମତ ହେବାକୁ ପ୍ରତିବଦ୍ଧ।” ତାଙ୍କ ବୟାନ ପରେ, ଏହା ଜଣାପଡୁଛି ଯେ ଇରାନର ସବୁଠାରୁ ବଡ଼ ସହଯୋଗୀ ହାତ ଛାଡି ଦେଇଛି।

ଗାଜାରେ ଇସ୍ରାଏଲୀ ଆକ୍ରମଣର ପ୍ରତିବାଦରେ ହିଜବୁଲ୍ଲା ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଆରମ୍ଭ କରିଥିଲା। ଏହା ପରେ ଇସ୍ରାଏଲ ଲେବାନନ ଉପରେ ଏକ ଭୟଙ୍କର ଆକ୍ରମଣ କରିଥିଲା, ଯେଉଁଥିରେ ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାଙ୍କ ସମେତ ଡଜନ ଡଜନ ଅଧିକାରୀ ଏବଂ ଦୁଇ ହଜାରରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଗତ ବର୍ଷ ନଭେମ୍ବରରେ ହିଜବୁଲ୍ଲା ଇସ୍ରାଏଲ ସହିତ ଏକ ଯୁଦ୍ଧବିରତି ସ୍ବାକ୍ଷର କରିଥିଲା। ଇସ୍ରାଏଲ ଏବଂ ହିଜବୋଲା ପରସ୍ପରକୁ ଯୁଦ୍ଧବିରତି ଉଲ୍ଲଂଘନ ପାଇଁ ଦୋଷାରୋପ କରିଆସୁଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗତ କିଛି ଦିନ ମଧ୍ୟରେ ଲେବାନନରେ ଗୋଷ୍ଠୀର ନେତୃତ୍ୱ, ସ୍ବତନ୍ତ୍ର ବାହିନୀ ଏବଂ ସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି, ଇସ୍ରାଏଲୀ ଗୁଇନ୍ଦା ସୂଚନା ଦେଇଛି ଯେ ହିଜବୁଲ୍ଲା ଏହାର କ୍ଷମତା ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି।

ଆମେରିକାର ଆକ୍ରମଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବ୍ୟାପିବାର ଆଶଙ୍କା ସୃଷ୍ଟି କରିଛି। ଇସ୍ରାଏଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଜାତିସଂଘ ଉତ୍ତେଜନା ହ୍ରାସ କରିବାକୁ ଆହ୍ବାନ ଦେଇଛି ଏବଂ କିଛି ଦେଶ ଆକ୍ରମଣକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri