ଆମେରିକାକୁ ସିଧା ଚେତାବନୀ ଦେଲା ଇରାନ: କହିଲା, ଆମେ ଛାଡିବୁନି

ତେହରାନ/ତେଲ୍‌ ଆଭିଭ୍‌,୧୪ା୬ :ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍‌ର ସୁପ୍ରିମ କମାଣ୍ଡର ହୋସେଇନ୍‌ ସଲାମି, ସଶସ୍ତ୍ର ବଳର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମହମ୍ମଦ ବଘେରି, ବରିଷ୍ଠ ଅଧିକାରୀ ଘୋଲାମାଲି ରଶିଦ ଓ ଆଣବିକ ବୈଜ୍ଞାନିକ ଫେରେୟଦୋଉନ୍‌ ଅବ୍ବାସି ଏବଂ ମହମ୍ମଦ- ମହଦି ଟରାଞ୍ଚତ୍ ନିହତ ହୋଇଥିବା ଇରାନ ଟେଲିଭିଜନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶୀର୍ଷ ସେନା ଅଫିସରଙ୍କ ମୃତ୍ୟୁ ଇରାନ ପାଇଁ ଶକ୍ତ ଝଟକା ହୋଇଛି। ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟର ଦୁଇ ବିରୋଧୀ ରାଷ୍ଟ୍ର ମଧ୍ୟରେ ଜୋର୍‌ଦାର ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି। ୮୦ ଦଶକରେ ଇରାକ ସହ ଯୁଦ୍ଧ ପରେ ଏହା ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଯୁଦ୍ଧ ହେଲେ ଅନ୍ତର୍ଜାତୀୟ ବଜାରରେ ତୈଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି।
ଇରାନ ଆମେରିକା ସମେତ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛି। ଇରାନ କହିଛି, ଇସ୍ରାଏଲ ସହିତ ଛିଡ଼ା ହୋଇଥିବା ଯେକୌଣସି ଦେଶ ଆମ ଟାର୍ଗେଟରେ ଅଛି। ଆମେ ଇସ୍ରାଏଲ ପ୍ରତି ନମ୍ରତା ଦେଖାଇବୁ ନାହିଁ। ଇସ୍ରାଏଲକୁ ଉଚିତ ଜବାବ ଦିଆଯିବ ଏବଂ ଇସ୍ରାଏଲକୁ ସମର୍ଥନ କରୁଥିବା ଯେକୌଣସି ଦେଶ ମଧ୍ୟ ଆମର ଟାର୍ଗେଟରେ ଅଛି। ଇରାନର ଏହି ଚେତାବନୀ ସିଧାସଳଖ ଆମେରିକା ପାଇଁ।
ଇରାନ ଏହାର ସାମରିକ କାର୍ଯ୍ୟକ୍ରମ ଦ୍ରୁତ ବେଗରେ ଆଗେଇ ନେଉଥିବାରୁ ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଇସ୍ରାଏଲ ଏହାର ନାଟାଞ୍ଜସ୍ଥିତ ମୁଖ୍ୟ ଆଣବିକ ସ୍ଥଳ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରି ‘ଅପରେଶନ ରାଇଜିଂ ଲାୟନ’ ଆରମ୍ଭ କରିଛି। ପଶ୍ଚିମ ଇରାନରେ ଥିବା କେତେକ ରାଡାର କେନ୍ଦ୍ର ଓ ସ୍ଥଳରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ମିଶାଇଲ୍‌ ଲଞ୍ଚରଗୁଡ଼ିକୁ ଧ୍ୱଂସ କରିଥିବା ଇସ୍ରାଏଲ୍‌ କହିଛି। ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଚେତାବନୀ ଦେଇଥିବାରୁ ପ୍ରତିଶୋଧ ଜୋର୍‌ଦାର ହେବା ଆଶଙ୍କା କରାଯାଉଛି। ଇସ୍ରାଏଲ୍‌ ଆକ୍ରମଣର ପ୍ରାରମ୍ଭିକ ଜବାବରେ ଇରାନ ଶତାଧିକ ଡ୍ରୋନ୍‌ ଆକ୍ରମଣ କରିଥିବାବେଳେ ସେଗୁଡ଼ିକୁ ପ୍ରତିହତ କରାଯାଇଥିବା ଜେରୁଜେଲମ୍‌ ପକ୍ଷରୁ କୁହାଯାଇଛି। ଇରାନର ୧୦୦ଟି ସ୍ଥାନକୁ ଟାର୍ଗେଟ କରି ଇସ୍ରାଏଲ୍‌ ପ୍ରାୟ ୨୦୦ ଯୁଦ୍ଧବିମାନରେ ଆକ୍ରମଣ କରିଥିଲା ବୋଲି ଏହାର ସାମରିକ ବାହିନୀ କହିଛି। ଇସ୍ରାଏଲ୍‌ ପୂର୍ବରୁ ଗୁପ୍ତରେ ଅସ୍ତ୍ରଶସ୍ତ୍ର ଆଣି କେନ୍ଦ୍ରୀୟ ଇରାନରେ ରଖିଥିଲା, ଯାହା ଇରାନର ଏୟାର ଡିଫେନ୍ସକୁ ଆକ୍ରମଣରେ ବ୍ୟବହାର କରାଯାଇଥିଲା।
ଇରାନର ଆଣବିକ ସମୃଦ୍ଧ କାର୍ଯ୍ୟକ୍ରମକୁ ନେଇ ଚୁକ୍ତିନାମା ନିମନ୍ତେ ଆମେରିକା ସହ ବୁଝମଣା ଚାଲିଥିବାବେଳେ ଇସ୍ରାଏଲ୍‌କୁ ଆକ୍ରମଣ ନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସତର୍କ କରାଇଥିଲେ। ଆକ୍ରମଣରେ ଆମେରିକା ସମ୍ପୃକ୍ତ ହେବାକୁ ନ ଥିବାରୁ ଏହାର ସ୍ବାର୍ଥ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ କୌଣସି ଜବାବୀ ଟାର୍ଗେଟ ନ କରିବାକୁ ଟ୍ରମ୍ପ୍‌ ଚେତାବନୀ ଦେଇଥିଲେ। ଇସ୍ରାଏଲ୍‌ର ଆକ୍ରମଣ ପରେ ଶୁକ୍ରବାର ଟ୍ରମ୍ପ୍‌ ଇରାନକୁ ଚୁକ୍ତି ସ୍ବାକ୍ଷର କରିବାକୁ ପୁଣିଥରେ ଚାପ ପକାଇଛନ୍ତି। ଚୁକ୍ତି ସ୍ବାକ୍ଷର ନ କଲେ ଅଧିକ ନରସଂହାର ଓ ଧ୍ୱଂସଲୀଳା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ ଏହାର ସାମ୍ରାଜ୍ୟକୁ ରକ୍ଷା କରିବାକୁ ଚାହୁଁଥିଲେ ତୁରନ୍ତ ଚୁକ୍ତି ସ୍ବାକ୍ଷର କରିବାକୁ ହେବ। ତାହେଲେ ଆଉ ଅଧିକ ମୃତ୍ୟୁ କି ଧ୍ୱଂସ ଘଟିବ ନାହିଁ ବୋଲି ଟ୍ରମ୍ପ୍‌ ତାଙ୍କ ସୋସିଆଲ ମିଡିଆ ଟ୍ରୁଥ୍‌ ସୋସିଆଲ୍‌ରେ ଲେଖିଛନ୍ତି। ଇରାନର ଆଣବିକ କେନ୍ଦ୍ର ଏବଂ ବରିଷ୍ଠ କମାଣ୍ଡରମାନଙ୍କୁ ଟାର୍ଗେଟ କରି ହୋଇଥିବା ଆକ୍ରମଣ ସଫଳ ହୋଇଥିବା ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି। ଇରାନର ଆଣବିକ, ମିଶାଇଲ ଏବଂ ସାମରିକ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରାଯିବା ସହ ପ୍ରମୁଖ କମାଣ୍ଡର ଓ ଆଣବିକ ବୈଜ୍ଞାନିକ ନିହତ ହୋଇଛନ୍ତି। ଆମର ପ୍ରାରମ୍ଭିକ ଆକ୍ରମଣ ଯଥେଷ୍ଟ ସଫଳ ହୋଇଛି। ଭଗବାନଙ୍କ ସହାୟତାରେ ଆମେ ଆହୁରି ବଡ଼ ସଫଳତା ପାଇବାକୁ ଯାଉଛୁ ବୋଲି ନେତାନ୍ୟାହୁ କହିଛନ୍ତି।
ଇରାନ ପ୍ରତିଆକ୍ରମଣ କରିବା ସମ୍ଭାବନା ଥିାରୁ ଇସ୍ରାଏଲ୍‌ରେ ଥବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଏବଂ ଅଯଥା ଭ୍ରମଣ ନ କରିବାକୁ ଦୂତାବାସ ପକ୍ଷରୁ ସତର୍କ କରାଯାଇଛି। ଉତ୍ତେଜନା ସ୍ଥିତି ଲାଗି ରହିଥିବାରୁ ଭାରତୀୟମାନେ ସେଠାରେ ସତର୍କ ରହିବା ସହ ସୁରକ୍ଷା ପ୍ରୋଟୋକଲ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri