ହାଇପରସୋନିକ ମିଶାଇଲ ‘ଫତହ’କୁ ନିଜେ ନିର୍ମାଣ କରିଛି ବୋଲି ଦାବି କଲା ଇରାନ

ତେହେରାନ,୬।୬:ହାଇପରସୋନିକ ମିଶାଇଲ ‘ଫତହ’କୁ ଇରାନ ନିଜେ ପ୍ରସ୍ତୁତ କରିଛି ବୋଲି ଦାବି କରିଛି। ଏହି କ୍ଷେପଣାସ୍ତ୍ରର ବେଗ ଶବ୍ଦର ବେଗ ଠାରୁ ୧୫ଗୁଣ ଅଧିକ ବୋଲି ଇରାନ କହିଛି। ତେବେ ଇରାନ ଏହି ଘୋଷଣା ଏପରି ସମୟରେ କରିଛି, ଯେତେବେଳେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହିତ ଇରାନର ସମ୍ପର୍କ ତିକ୍ତ ରହିଛି।

ଇରାନର ତା’ର ସରକାରୀ ଟେଲିଭିଜନରେ ଏକ ରିପୋର୍ଟରେ କହିଛି ଯେ, ଫତହ ୧୪୦୦କିଲୋମିଟର ଦୂରତା ଅତିକ୍ରମ କରିବାର କ୍ଷମତା ରଖିଛି। ଇରାନ ଦାବି କରିଛି ଯେ, ଏହି କ୍ଷେପଣାସ୍ତ୍ର ଯେକୌଣସି ଆଞ୍ଚଳିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଦେଇ ଯାଇପାରିବ। ତେବେ ଏହି ଦାବିର ସତ୍ୟତା ପାଇଁ କୌଣସି ଡକ୍ୟୁମେଣ୍ଟ କିମ୍ବା ଫଟୋ ଉପସ୍ଥାପନ କରାଯାଇ ନାହିଁ। କେବଳ ଫଟୋରେ ଦେଖାଯାଇଛି ଯେ, ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମ୍ମୁଖରେ ଇରାନର ରିଭଲ୍ୟୁଶନ ଗାର୍ଡ କ୍ଷେପଣାସ୍ତ୍ରର ଏକ ମଡେଲ ଉନ୍ମୋଚନ କରୁଛନ୍ତି।

Share