ଇରାନ ହେଲା ଏସସିଓର ନୂଆ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ତେହରାନ,୫।୭: ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନୂତନ ସ୍ଥାୟୀ ସଦସ୍ୟ ହେଲା ଇରାନ। ମଙ୍ଗଳବାର ଭାରତ ଦ୍ୱାରା ଆୟୋଜିତ ଏସସିଓର ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ଇରାନବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଏହି ଅବସରରେ ରାଷ୍ଟ୍ରପତି ରାଇସି ଏବଂ ଇରାନବାସୀଙ୍କୁ ଅଭିନନ୍ଦନ ଜଣାଉଛି। ବେଲାରୁଷର ଏସସିଓ ସଦସ୍ୟତା ପାଇଁ ମେମୋରେଣ୍ଡମ ଅଫ ଓବ୍ଲିଗେଶନ ସ୍ବାକ୍ଷରକୁ ମଧ୍ୟ ଆମେ ସ୍ବାଗତ କରୁଛୁ। ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏବଂ ଦଳର ଅନ୍ୟ ନେତାମାନେ ଯୋଗ ଦେଇଥିଲେ।

Share