ବାପା ଆମୀରଙ୍କ ଘର ଛାଡିଲେ ଝିଅ ଇରା

ବର୍ତ୍ତମାନ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଲକ୍‌ଡାଉନ୍‌ ପରେ ଇରା ତାଙ୍କ ପରିବାର ସହିତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା। କ୍ରମାଗତ ଭାବେ ବାପା ଆମୀର ଏବଂ କିରଣ ରାଓଙ୍କ ଘରେ ସେ ରହିଆସୁଥିଲେ। ମାତ୍ର ବର୍ତ୍ତମାନ ସେ ତାଙ୍କ ନୂଆ ଘରକୁ ଯାଇଛନ୍ତି। ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ଘରର ଏକ ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି।

ଇରା ଇନ୍‌ଷ୍ଟାଗ୍ରାମରେ ତାଙ୍କ ନୂଆ ଘରର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଧଳା ଏବଂ ଧୂସର ରଙ୍ଗର ଏକ ସୁଟ୍‌ ପିନ୍ଧିଛନ୍ତି। ପଢ଼ା ଟେବୁଲ ଉପରେ ବସି ଇରା କିଛି ଚିତ୍ର କରୁଥିବା ନଜର ଆସିଛନ୍ତି।

ଇରା ଅନେକ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରନ୍ତି। ନିକଟରେ ଇଦ୍‌ ଅବସରରେ ସେ ଆମୀର ଖାନ୍‌ଙ୍କ ଦ୍ୱିତୀୟ ପତ୍ନୀ କିରଣ ରାଓ ଉପହାର କରିଥିବା ଶାଢ଼ି ପିନ୍ଧା ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ସିମ୍ପଲ ଲୁକ୍‌ରେ ମଧ୍ୟ ସୁନ୍ଦର ଦେଖାଯାଉଥିଲେ।

ତେବେ ଇରା ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ । ସେ କହିଛନ୍ତି, କ୍ୟାମେରା ଅପେକ୍ଷା ତା’ର ପଛପଟେ ସେ ଅଧିକ ଆରାମଦାୟକ ମନେକରନ୍ତି।

ତେବେ ଇରା ଖାନ୍‌ଙ୍କ ଫଟୋକୁ ଦେଖିଲେ ଏହା ମଧ୍ୟ ଜଣାପଡ଼େ ଯେ, ସେ ମେକ୍‌ଅପ ନେବାକୁ ପସନ୍ଦ କରନ୍ତି ନାହିଁ ।

Share