୧୪ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଇରା

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ନିଜ ଅଭିନୟ ହେଉ ବା କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କ ଝିଅ ଇରା ଖାଁ ଚକିତ କରିଦେବା ଭଳି ଏକ ଖୁଲାସା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ଇରା ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅବସାଦରୁ କିପରି ବାହାରିହେବ ଏବଂ ଏହା ପଛର କାରଣ ବିଷୟରେ ଉଲ୍ଲେଖ କରିଛନ୍ତି। ଉକ୍ତ ଭିଡିଓରେ ଇରା ଅବସାଦରେ ଥିବା ଓ ନିଜ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

୧୪ ବର୍ଷ ବୟସରେ ସେ ଯୌନ ନିର୍ଯ୍ୟାତନାର ଶୀକାର ହୋଇଥିଲେ ବୋଲି ଇରା କହିଛନ୍ତି। ସେହି ସମୟରେ ଏକ ଅସମଞ୍ଜସ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ଜାଣି ପାରୁ ନ ଥିଲେ ତାଙ୍କ ସହ କାହିଁକି ଏଭଳି ଘଟୁଛି। ପରେ ଏନେଇ ସେ ବାପା ଆମିର ଓ ମା’ ରୀନାଙ୍କୁ ଇମେଲ କରି ଜଣାଇଥିଲେ। ସେମାନେ ଦୁହେଁ ତାଙ୍କୁ ସେହି ନିର୍ଯ୍ୟାତନାରୁ ମୁକ୍ତି ଦେବା ସହ ମନରେ ଥିବା ଭୟକୁ ସବୁଦିନ ପାଇଁ ବାହାର କରିଦେଇଥିଲେ। ଏହାପରେ ସେ ନିଜ ଜୀବନରେ ଆଗକୁ ବଢ଼ିଥିଲେ ବୋଲି ଇରା କହିଛନ୍ତି। ଏଥିସହ ଉକ୍ତ ଭିଡିଓରେ ତାଙ୍କ ମାଆ ବାପାଙ୍କ ଛାଡପତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share