Categories: ଫୁରସତ

ବରେଲୀର ଆଇପିଏସ୍‌-ଭୁବନେଶ୍ୱରର ଏସ୍‌ଆଇଙ୍କ ନିଆରା ଲଭ୍‌ଷ୍ଟୋରୀ: ଭିନ୍ନ ଜାତି ଯୋଗୁ ଉପୁଜିଥିଲା ବାଧା, ସମାଜର ପ୍ରତ୍ୟାଖ୍ୟାନ ସତ୍ତ୍ୱେ…

ଅନ୍ୟ ଜାତିରେ ବିବାହ ସହରରେ ସାଧାରଣ କଥା ଲାଗୁଥାଇପାରେ। ହେଲେ ଆଜି ବି ବହୁ ଗାଁରେ ଏହାକୁ ସହଜରେ ଗ୍ରହଣ କରାଯାଏନାହିଁ। ହେଲେ ରାଜସ୍ଥାନର ଜଣେ ଆଇପିଏସ୍‌ ଛୋଟ ସହରର ଏହି ଛୋଟ ଭାବନା ସହ ଲଢ଼ି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ଆଇପିଏସ୍‌ଜଣଙ୍କ ହେଲେ ସତ୍ୟନାରାୟଣ ପ୍ରଜାପତ(୨୮)। ସମାଜର କଟୁକଥା ସତ୍ତ୍ୱେ ବାନ୍ଧବୀ ଶୋଭାଙ୍କ ହାତ ଧରିଛନ୍ତି ସେ।

ସତ୍ୟନାରାୟଣଙ୍କ ବାପା ଜଗଦିଶ ପ୍ରସାଦ ଜଣେ ଚାଷୀ। ମା’ ଭଗବାନୀ ଦେବୀ ଗୃହିଣୀ। ସୁଜାନଗଡ଼ରେ ସତ୍ୟନାରାୟଣଙ୍କ ସ୍କୁଲ ପଢ଼ା ଶେଷ ହୋଇଥିଲା। ୨୦୧୫ରେ ସେ ରିଲାଏନ୍ସ ପେଟ୍ରେଲିୟମର ଜାମନଗର ପ୍ଲାଣ୍ଟରେ ଚାକିରି ଆରମ୍ଭ କରିଥିଲେ। ଏଥିସହ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ୨୦୧୯ରେ ଦ୍ୱିତୀୟ ପ୍ରଚେଷ୍ଟାରେ ତାଙ୍କୁ ୪୪୫ ର଼୍ୟାଙ୍କ ମିଳିଥିଲା। ଶେଷରେ ସେ ଆଇପିଏସ ହୋଇଥିଲେ।

ଅପରପକ୍ଷେ ଶୋଭାଙ୍କ ବାପା ସୁରେନ୍ଦ୍ର ବର୍ମା ସରକାରୀ ଶିକ୍ଷକ। ଶୋଭା କେନ୍ଦ୍ରୀୟ ଉତ୍ପାଦ ଏବଂ ଅବକାରୀ ବିଭାଗରେ ଇନ୍‌ସପେକ୍ଟର ଅଛନ୍ତି। ସତ୍ୟନାରାୟଣ ଏବଂ ଶୋଭା ସୁଜନଗଡ଼(ରାଜସ୍ଥାନ)ରେ ଗୋଟିଏ ଗଳିରେ ରହୁଥିଲେ। ସତ୍ୟନାରାୟଣ ବରେଲିରେ ଏଏସ୍‌ପି ଭାବେ ନିୟୋଜିତ ଥିବା ବେଳେ ଶୋଭା ଭୁବନେଶ୍ୱରରେ ଅଛନ୍ତି।

ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଯଦି ଦେଖାଯାଏ ତେବେ ୨୦୦୮ରୁ ଏହା ଆରମ୍ଭ ହୋଇଥିଲା। ଗୋଟିଏ କଲୋନୀ ଏବଂ ଗୋଟିଏ ସ୍କୁଲରେ ପଢ଼ିବା ପରେ ଉଭୟଙ୍କ ମନ ମିଶିଥିଲା। ହେଲେ ସତ୍ୟନାରାୟଣ ପଢ଼ିବା ପାଇଁ ଦିଲ୍ଲୀ ଯାଇଥିଲେ। ବିବାହ ପୂର୍ବରୁ କ୍ୟାରିୟର କରିବାକୁ ଚାହୁଁଥିଲେ ଉଭୟ। ଶେଷରେ ତାହା ହିଁ ହୋଇଥିଲା। ଏପରି କରିବା ପରେ କାରଣ ଥିଲା ଉଭୟଙ୍କ ସମ୍ପର୍କ। ସମାଜ ଉଭୟ ପ୍ରେମକୁ ଗ୍ରହଣ କରିବାକୁ ନାରାଜ ଥିଲା। ଅନ୍ୟଜାତିରେ ବିବାହକୁ କୁଦୃଷ୍ଟିରେ ଦେଖାଯାଉଥିଲା। ହେଲେ ସେମାନେ ସମାଜ, ପରିବାର ସହ ଲଢ଼ି ବିବାହ କରିବାରେ ସଫଳ ହୋଇଛନ୍ତି। ଆମର ଛୋଟ ସହରର ପ୍ରେମକାହାଣୀ। ସେଠାରେ ଆଜି ବି ଏହାକୁ ସ୍ବିକାର କରାଯାଉନାହିଁ। ଅନେକ ବାଧାବିଘ୍ନ ସତ୍ତ୍ୱେ ଉଭୟ ଉଭୟଙ୍କ ସହ ରହିଥିଲୁ। ଶେଷରେ ଆମେ ଜିତିଛୁ ବୋଲି ସତ୍ୟନାରାୟଣ କହିଛନ୍ତି।

Share