Posted inଫୁରସତ

ବରେଲୀର ଆଇପିଏସ୍‌-ଭୁବନେଶ୍ୱରର ଏସ୍‌ଆଇଙ୍କ ନିଆରା ଲଭ୍‌ଷ୍ଟୋରୀ: ଭିନ୍ନ ଜାତି ଯୋଗୁ ଉପୁଜିଥିଲା ବାଧା, ସମାଜର ପ୍ରତ୍ୟାଖ୍ୟାନ ସତ୍ତ୍ୱେ…

ଅନ୍ୟ ଜାତିରେ ବିବାହ ସହରରେ ସାଧାରଣ କଥା ଲାଗୁଥାଇପାରେ। ହେଲେ ଆଜି ବି ବହୁ ଗାଁରେ ଏହାକୁ ସହଜରେ ଗ୍ରହଣ କରାଯାଏନାହିଁ। ହେଲେ ରାଜସ୍ଥାନର ଜଣେ ଆଇପିଏସ୍‌ ଛୋଟ ସହରର ଏହି ଛୋଟ ଭାବନା ସହ ଲଢ଼ି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ଆଇପିଏସ୍‌ଜଣଙ୍କ ହେଲେ ସତ୍ୟନାରାୟଣ ପ୍ରଜାପତ(୨୮)। ସମାଜର କଟୁକଥା ସତ୍ତ୍ୱେ ବାନ୍ଧବୀ ଶୋଭାଙ୍କ ହାତ ଧରିଛନ୍ତି ସେ।

ସତ୍ୟନାରାୟଣଙ୍କ ବାପା ଜଗଦିଶ ପ୍ରସାଦ ଜଣେ ଚାଷୀ। ମା’ ଭଗବାନୀ ଦେବୀ ଗୃହିଣୀ। ସୁଜାନଗଡ଼ରେ ସତ୍ୟନାରାୟଣଙ୍କ ସ୍କୁଲ ପଢ଼ା ଶେଷ ହୋଇଥିଲା। ୨୦୧୫ରେ ସେ ରିଲାଏନ୍ସ ପେଟ୍ରେଲିୟମର ଜାମନଗର ପ୍ଲାଣ୍ଟରେ ଚାକିରି ଆରମ୍ଭ କରିଥିଲେ। ଏଥିସହ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ୨୦୧୯ରେ ଦ୍ୱିତୀୟ ପ୍ରଚେଷ୍ଟାରେ ତାଙ୍କୁ ୪୪୫ ର଼୍ୟାଙ୍କ ମିଳିଥିଲା। ଶେଷରେ ସେ ଆଇପିଏସ ହୋଇଥିଲେ।

ଅପରପକ୍ଷେ ଶୋଭାଙ୍କ ବାପା ସୁରେନ୍ଦ୍ର ବର୍ମା ସରକାରୀ ଶିକ୍ଷକ। ଶୋଭା କେନ୍ଦ୍ରୀୟ ଉତ୍ପାଦ ଏବଂ ଅବକାରୀ ବିଭାଗରେ ଇନ୍‌ସପେକ୍ଟର ଅଛନ୍ତି। ସତ୍ୟନାରାୟଣ ଏବଂ ଶୋଭା ସୁଜନଗଡ଼(ରାଜସ୍ଥାନ)ରେ ଗୋଟିଏ ଗଳିରେ ରହୁଥିଲେ। ସତ୍ୟନାରାୟଣ ବରେଲିରେ ଏଏସ୍‌ପି ଭାବେ ନିୟୋଜିତ ଥିବା ବେଳେ ଶୋଭା ଭୁବନେଶ୍ୱରରେ ଅଛନ୍ତି।

ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଯଦି ଦେଖାଯାଏ ତେବେ ୨୦୦୮ରୁ ଏହା ଆରମ୍ଭ ହୋଇଥିଲା। ଗୋଟିଏ କଲୋନୀ ଏବଂ ଗୋଟିଏ ସ୍କୁଲରେ ପଢ଼ିବା ପରେ ଉଭୟଙ୍କ ମନ ମିଶିଥିଲା। ହେଲେ ସତ୍ୟନାରାୟଣ ପଢ଼ିବା ପାଇଁ ଦିଲ୍ଲୀ ଯାଇଥିଲେ। ବିବାହ ପୂର୍ବରୁ କ୍ୟାରିୟର କରିବାକୁ ଚାହୁଁଥିଲେ ଉଭୟ। ଶେଷରେ ତାହା ହିଁ ହୋଇଥିଲା। ଏପରି କରିବା ପରେ କାରଣ ଥିଲା ଉଭୟଙ୍କ ସମ୍ପର୍କ। ସମାଜ ଉଭୟ ପ୍ରେମକୁ ଗ୍ରହଣ କରିବାକୁ ନାରାଜ ଥିଲା। ଅନ୍ୟଜାତିରେ ବିବାହକୁ କୁଦୃଷ୍ଟିରେ ଦେଖାଯାଉଥିଲା। ହେଲେ ସେମାନେ ସମାଜ, ପରିବାର ସହ ଲଢ଼ି ବିବାହ କରିବାରେ ସଫଳ ହୋଇଛନ୍ତି। ଆମର ଛୋଟ ସହରର ପ୍ରେମକାହାଣୀ। ସେଠାରେ ଆଜି ବି ଏହାକୁ ସ୍ବିକାର କରାଯାଉନାହିଁ। ଅନେକ ବାଧାବିଘ୍ନ ସତ୍ତ୍ୱେ ଉଭୟ ଉଭୟଙ୍କ ସହ ରହିଥିଲୁ। ଶେଷରେ ଆମେ ଜିତିଛୁ ବୋଲି ସତ୍ୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri