Categories: ଖେଳ

ଆଇପିଏଲ୍‌ ପୂର୍ବରୁ ପୁଣିଥରେ ଭାବୁକ ହୋଇପଡ଼ିଲେ କୋହଲି: ଫଟୋ ଶେୟାର କରି …

ଏପ୍ରିଏ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ ଆର୍‌ବିସି ଅଧିନାୟକ ବିରାଟ କୋହଲି ଗୁରୁବାର ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ତେବେ ଆଇପିଏଲ୍‌ ପୂର୍ବରୁ କୋହଲି ପୁଣିଥରେ ଟ୍ରଫି ହରାଇବାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।
୧୪ ବର୍ଷ ହେବ ବିରାଟଙ୍କ ସେନା ଆଇପିଏଲ୍‌ ଟାଇଟଲ ଜିତିବାର ସ୍ବପ୍ନ ଦେଖୁଛନ୍ତି। ହେଲେ ପ୍ରତିଥର ତାଙ୍କର ଏହି ସ୍ବପ୍ନ ଭାଙ୍ଗିଯାଉଛି। ତେଣୁ ଏବେ ବିରାଟ ସିରିଜ୍‌ ଆରମ୍ଭ ପୂର୍ବରୁ ଟିକେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ସମୟର ଫଟୋ କୋହଲି ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଛନ୍ତି। ଏଥିରେ ସେ କାଚକୁ ସାମ୍ନାକରି ଛିଡ଼ା ହୋଇଥିବା ବେଳେ ଦୁଖୀ ଦେଖାଯାଉଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ଶେଷରେ ଏହା ହେଉଛି ସେଇଆ, ଆପଣଙ୍କୁ ଉତ୍ତର ଦେବାକୁ ପଡ଼ିବ’। କୋହଲିଙ୍କ ଏହି ପୋଷ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଆଇପିଏଲ୍‌ ପରାଜୟ ସହିତ ସଂଯୋଗ କରାଯାଉଛି। କାରଣ ଭଲ ଟିମ୍‌ ସତ୍ତ୍ୱେ ବିରାଟଙ୍କ ଟିମ୍‌ ଆର୍‌ସିବି ବିଜୟକୁ ଚାହିଁ ବସିଛି। ବିରାଟଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ୧୩ ଘଣ୍ଟା ମଧ୍ୟରେ ୩୭ ଲକ୍ଷ ଲୋକ ଏହି ଫଟୋରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି,ତୁମଠାରୁ ଆମକୁ ଆଇପିଏଲ୍‌ ଟ୍ରଫିର ଆବଶ୍ୟକତା ନାହିଁ, ଆମେ କେବଳ ତୁମ ମୁହଁରେ ସବୁବେଳେ ହସ ଦେଖିବାକୁ ଚାହୁଁ ବୋଲି ଲେଖିଛନ୍ତି।

Share