Categories: ଖେଳ

ମଇଳା ଭିତରେ ରହୁଛନ୍ତି ଆଇପିଏଲ୍‌ର ଏହି ଖେଳାଳି: ଫଟୋ ଶେୟାର କରି କହିଲେ…

ଆଇପିଏଲ୍‌ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ ଏବେ ଭାରତରେ ପହଞ୍ଚି ସାରିଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ନିଜ ଦଳ ସହ ଅଭ୍ୟାସ ପାଇଁ ଯୋଗ ଦେଇ ନାହାନ୍ତି। କୋଭିଡ୍‌-୧୯ ଯୋଗୁ ଏବେ ସେ ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। କିନ୍ତୁ ଏହି ଖେଳାଳି ନିଜ ହୋଟେଲ ରୁମ୍‌ରେ ମଇଳା ମଧ୍ୟରେ ରହୁଛନ୍ତି। ଏ କଥା ଆମେ କହୁନାହୁଁ ବରଂ ଗେଲ ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଫଟୋ ଏବଂ ଭିଡିଓ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ଆହୁରି ମଧ୍ୟ୍ୟ ସେ କହିଛନ୍ତି, ମୁଁ ଏହି ମଇଳାକୁ ସଫା କରିବି ନାହିଁ।
ଗେଲ ଶେୟାର କରିଥିବା ଫଟୋ ଏବଂ ଭିଡିଓରେ ତାଙ୍କର ରୁମ୍‌ ମଇଳା ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ରୁମ୍‌ର ସବୁ ସ୍ଥାନରେ ଜିନିଷପତ୍ର ବିଛେଇ ହୋଇ ଏଣେତେଣେ ପଡ଼ିରହିଛି। ଏହାକୁ ଶେୟାର କରି ସେ ଲେଖିଛନ୍ତି, ମୁଁ ଯେତେବେଳେ ଏକାକି ରୁହେ, ଏହିପରି ଭାବେ ମୋ ରୁମ୍‌ ମଇଳା ହୋଇଥାଏ। ଏଥିସହ ମୁଁ ମୋ ରୁମ୍‌କୁ ସଫା କରିବାକୁ କାହାକୁ ଅନୁମତି ଦେଇ ନ ଥାଏ ବୋଲି ଲେଖିଛନ୍ତି।

Share