Posted inଖେଳ

ଗୋଟିଏ ଘରେ ସପରିବାର ରହୁଛନ୍ତି ଆଇପିଏଲ୍‌ର ଏହି ଖେଳାଳି, ବାପା ଚଲାଉଥିଲେ ଅଟୋ, ଆତ୍ମହତ୍ୟା କରିଥିଲେ ଭାଇ

ଆଇପିଏଲ୍‌ ୧୪ତମ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ ପ୍ରୀତି ଜିଣ୍ଟାଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନ୍‌ରେ ରାଜସ୍ଥାନ ରୟାଲକୁ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସମସ୍ତଙ୍କ ହୃଦୟ ଜିତିଛି। ବିଶେଷକରି ଚେତନ ସକରିୟା ନିଜର ଡେବ୍ୟୁ ମ୍ୟାଚ୍‌ରେ ୩ ଉଇକେଟ୍‌ ହାସଲ କରିଥିଲେ।
୨୩ ବର୍ଷୀୟ ଏହି ଯୁବ ଖେଳାଳିଙ୍କର କ୍ରିକେଟର ହେବାର ସ୍ବପ୍ନ ଏତେ ସହଜ ନ ଥିଲା। ଘରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ଚଳିତ ବର୍ଷ ଭାଇଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ଆଇପିଏଲ୍‌ରେ ଡେବ୍ୟୁ କରିଛନ୍ତି। ସକରିୟା ୪ ଓଭରରେ ୩୧ ରନ୍‌ ଦେଇ ୩ ଉଇକେଟ ନେଇଛନ୍ତି। ରାଜସ୍ଥାନ ମ୍ୟାଚ୍‌ ହାରିଥିଲେ ମଧ୍ୟ ସକରିୟା ସମସ୍ତଙ୍କ ହୃଜୟ ଜିତିପାରିଛନ୍ତି।
ରାଜକୋଟରୁ ୧୮୦ କିମି ଦୂର ବରତେଜ ଗାଁରେ ରହୁଥିବା ସକରିୟାଙ୍କ ପିତା ଅଟୋ ଚଲାଉଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ କିଛି ବର୍ଷ ହେବ ସେ ଆଉ ଅଟୋ ଚଲାଉ ନାହାନ୍ତି। ଏହାପରେ ଚେତନଙ୍କୁ ଘରର ଖର୍ଚ୍ଚ ଉଠାଇବାକୁ ପଡିଥିଲା। ଏଥିପାଇଁ ସେ ମାମୁଙ୍କ ଷ୍ଟେଶନାରୀ ଦୋକାନରେ କାମ କରୁଥିଲେ। ମାମୁ ତାଙ୍କୁ ଆର୍ଥିକ ସହାୟତା କରିବା ସହ କ୍ରିକେଟର ହେବାରେ ସହାୟତା କରିଥିଲେ। ଏହା ପରେ ସେ ୨୦୧୮-୧୯ରେ ସୌରାଷ୍ଟ୍ର ପାଇଁ ଡେବ୍ୟୁ କରିଥିଲେ।
ତେବେ ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳୁଥିବା ବେଳେ ତାଙ୍କ ଜୀବନରେ ବଡ ଅଘଟଣ ଘଟିଥିଲା। ଏହି ସମୟରେ ତାଙ୍କ ଭାଇ ଆତ୍ମହତ୍ୟା କରିଥିଲେ। ସେ ଘରକୁ ଫେରିବା ପରେ ଭାଇର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ।
ଏବେ ଏହି ଖେଳାଳିଙ୍କ ସ୍ବପ୍ନ ଜଣେ ସଫଳ ବୋଲର ହେବା ନୁହେଁ, ବରଂ ଘରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା। ଚେତନ ଏବଂ ତାଙ୍କ ପରିବାର ଗୋଟିଏ ଘରେ ରହୁଛନ୍ତି। ଆଗକୁ ଘର କିଣିବା ତାଙ୍କର ଲକ୍ଷ୍ୟ ରହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଚେତନଙ୍କ କ୍ରିକେଟ କ୍ୟାରିୟର ଛୋଟ ରହିଛି। ସେ ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪୧ ଉଇକେଟ ନେଇଛନ୍ତି। ୭ଟି ତାଲିକା ଏ ମ୍ୟାଚ୍‌ରେ ୧୦ ଉଇକେଟ୍‌ ଏବଂ ୧୬ଟି ଟି-୨୦ ମ୍ୟାଚ୍‌ରେ ୨୮ ଉଇକେଟ ନିଜ ନାମରେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri