Posted inଖେଳ

ଆଇପିଏଲ୍‌: କୋଲକାତାର ପ୍ରଥମ ବିଜୟ

ଆବୁଧାବି,୨୭।୯(ପି.ଟି.): ସ୍ଥାନୀୟ ଶେଖ୍‌ ଜାଏଦ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୨ ଓଭର ବାକି ଥାଇ ୭ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଥି ସହିତ କୋଲକାତା ପ୍ରଥମ ବିଜୟର ସ୍ବାଦ ଚାଖିଛି। ଟସ୍‌ ଜିତି ହାଇଦ୍ରାବାଦ ୨୦ ଓଭରରେ ୪ ଉଇକେଟ ହରାଇ ୧୪୨ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୧୮ ଓଭରରେ ୩ ଉଇକେଟ ବିନିମୟରେ ୧୪୫ ରନକରି ବିଜୟୀ ହୋଇଥିଲା। ସୁନୀଲ ନାରିନ ଓ ଅଧିନାୟକ ଦୀଦେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ନୀତୀଶ ରାଣା ୧୩ ବଲରୁ ୬ ଚୌକା ସହ ଦ୍ରୁତ ୨୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଶୁବମନ ଗିଲ୍‌ ଓ ଅଭିଜ୍ଞ ଇଅନ ମୋର୍ଗାନ ୭୦ ବଲରୁ ଅପରଜିତ ୯୨ ରନ କରି ଦଳକୁ ଜିତାଇଥିଲେ। ଶୁବମନ ୭୦ (୬୨ ବଲ, ୫ ଚୌକା, ୨ ଛକା) ଓ ମୋର୍ଗାନ ୪୨ (୨୯ ବଲ, ୩ ଚୌକା, ୨ ଛକା) ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ଖଲିଲ ଅହମ୍ମଦ, ରସିଦ ଖାନ୍‌ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ଜନି ବେୟାରଷ୍ଟୋଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ବେୟାରଷ୍ଟୋ ମାତ୍ର ୫ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ପ୍ୟାଟ୍‌ କୁମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଟାଇମ୍‌ ଆଉଟ୍‌ ପରେ ଅନ୍ୟତମ ଓପନର ତଥା ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୨ ଚୌକା ଓ ୧ ଛକା ସହ ୩୬ ରନକରି ଜମି ଆସୁଥିବା ବେଳେ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଫ୍ଲିକ୍‌ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ବଲ ବ୍ୟାଟ୍‌ ଅଗରେ ବାଜିଥିଲା ଓ ସିଧା ବରୁଣଙ୍କ ନିକଟକୁ ଯାଇଥିଲା। କୌଣସି ତ୍ରୁଟି ନ କରି ବରୁଣ କ୍ୟାଚ୍‌ ନେଇଥିଲେ। ଓ୍ବାର୍ନର ଏପର୍ଯ୍ୟନ୍ତ ଚମକ ଦେଖାଇପାରି ନାହାନ୍ତି। ଏହାପରେ ତୃତୀୟ ଉଇକେଟରେ ମନୀଷ ପାଣ୍ଡେ ଓ ରିଦ୍ଧିମାନ ଶାହା ୫୧ ବଲରୁ ୬୨ ରନକରି ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ତେବେ ପାଣ୍ଡେ ୩୮ ବଲରୁ ୩ ଚୌକା ଓ ୨ ଛକା ସହ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଜଙ୍ଘଠାରୁ ଉଚ୍ଚରେ ଥିବା ଏକ ହାଇ ଫୁଲଟସ୍‌ ବଲ୍‌କୁ ଖେଳିବାକୁ ଯାଇ ସେ ବୋଲର ଆନ୍ଦ୍ରେ ରସେଲଙ୍କୁ ସିଧା କ୍ୟାଚ୍‌ ଦେଇ କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଏହାପରେ ରିଦ୍ଧିମାନ ଲଙ୍ଗ୍‌ଅଫ୍‌କୁ ଶଟ୍‌ମାରି ଦ୍ୱିତୀୟ ରନ ନେବାକୁ ଯାଉଥିବା ବେଳେ ମହମ୍ମନ ନବିଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୩୦ (୩୧ ବଲ୍‌, ୧ ଚୌକା, ୧ ଛକା) ରନ ସଂଗ୍ରହ କରିଥିଲେ। ଶେଷରେ ନବି ୧୧ ଓ ଅଭିଷେକ ଶର୍ମା ୨ ରନକରି ଅପରାଜିତ ରହିଥିଲେ। ବୋଲିଂରେ କୋଲକାତା ତରଫରୁ କୁମିନ୍ସ, ରସେଲ ଓ ବରୁଣ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୪୨/୪(ପାଣ୍ଡେ-୫୧, ଓ୍ବାର୍ନର-୩୬, ରିଦ୍ଧିମାନ-୩୦, ନବି- ୧୧*, କୁମିନ୍ସ- ୧/୧୯, ରସେଲ-୧/୧୬, ବରୁଣ ଚକ୍ରବର୍ତ୍ତୀ- ୧/୨୫ )।
କୋଲକାତା ନାଇଟ ରାଇଡର୍ସ ୧୮ ଓଭରରେ ୧୪୫/୩(ନୀତୀଶ- ୨୬, ଶୁବମନ- ୭୦*, ମୋର୍ଗାନ- ୪୨*, ଖଲିଲ- ୧/୨୮ , ନଟରାଜନ-୧/୨୭, ରସିଦ୍‌- ୧/୨୫)।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri