Categories: ଖେଳ

ଏଥର ଭାରତରେ ଖେଳାଯିବ ଆଇପିଏଲ୍‌

ମୁମ୍ବାଇ,୨।୧: ଏଥର ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଯୋଜନା ପ୍ରସ୍ତୁତ କରିଛି। ଆଇପିଏଲ୍‌ ପାଇଁ ବୋର୍ଡ ମୁମ୍ବାଇ ଓ ପୁଣେ ସହର ମଧ୍ୟରେ ୫ଟି ଭେନ୍ୟୁକୁ ଚୟନ କରିଛି। ଏହି ଭେନ୍ୟୁଗୁଡିକ ହେଲା ଓ୍ବାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ନ ଷ୍ଟାଡିୟମ, ଡିଓ୍ବାଇ ପାଟିଲ ଷ୍ଟାଡିୟମ, ନବି ମୁମ୍ବାଇର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମ ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଷ୍ଟାଡିୟମ। ସେହିପରି ମୋଟେରାସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ନକ୍‌ଆଉଟ୍‌ ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ରହିଛି।

କୋଭିଡ୍‌-୧୯ ମହାମାରୀ କାରଣରୁ ଗତଥର ଆଇପିଏଲ୍‌ ୬ ମାସ ବିଳମ୍ବରେ ଆରମ୍ଭ ହୋଇଥିଲା ଓ ଏହି ମେଗା ଇଭେଣ୍ଟକୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର କରାଯାଇଥିଲା। ଏପ୍ରିଲ୍‌ରେ ଆଇପିଏଲ୍‌ ଆରମ୍ଭ ହେବ। ବିଜୟ ହଜାରେ ଟ୍ରଫି ଓ ମହିଳା ଦିନିକିଆ ଟୁର୍ନାମେଣ୍ଟ ଆୟୋଜନ ହେବା ପରେ ଆଇପିଏଲ୍‌ ଆରମ୍ଭ ହେବ।

Share