Categories: ଖେଳ

ପଡିଆରେ କିସ୍‌ କଲେ ବିରାଟ କୋହଲି: ଜାଣନ୍ତୁ କାହାକୁ

ମୁମ୍ବାଇ,୨୩।୪: ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ପ୍ରଥମ ଥର ପାଇଁ ଦଳ ଗୋଟିଏ ସିଜନରେ କ୍ରମାଗତ ଚାରିଟି ମ୍ୟାଚ ଜିତିଛି। ଗୁରୁବାର ରାଜସ୍ଥାନ ରୟାଲ୍ସ (ଆରଆର)କୁ ୧୦ ଉଇକେଟରେ ପରାସ୍ତ କରିଛି ଦଳ। ଦେବଦତ୍ତ ପାଡିକ୍କଲ (୧୦୧ ନଟ୍‌ଆଉଟ) ଏବଂ ଅଧିନାୟକ ବିରାଟ କୋହଲି (୭୨ ନଟ୍‌ଆଉଟ) ଙ୍କ ଇନିଂସ ଯୋଗୁ ଆରସିବି ଏହି ମ୍ୟାଚ ଜିତିଛି। ଏହି ସିଜିନରେ କୋହଲିଙ୍କ ପ୍ରଥମ ଅର୍ଦ୍ଧଶତକ ଥିଲା। ଅର୍ଦ୍ଧଶତକ ପୂରଣ କରିବା ପରେ, ସେ ଏକ ନିଆରା ଢଙ୍ଗରେ ପାଳନ କରିଥିଲେ ଏବଂ ଏହି ଇନିଂସକୁ ତାଙ୍କ ଝିଅ ଭାମିକାଙ୍କୁ ଉତ୍ସର୍ଗ କରିଥିଲେ।

ବିରାଟଙ୍କ ଭିଡିଓ ଆଇପିଏଲର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ ସେ ଅର୍ଦ୍ଧ ଶତକ ପରେ ଷ୍ଟାଡିୟମରେ ବସିଥିବା ଆରସିବି ପ୍ରଶଂସକଙ୍କୁ ତାଙ୍କ ବ୍ୟାଟ ଦେଖାଇ ଝିଅ ଭାମିକାଙ୍କ ନାମରେ ତାଙ୍କର ଅର୍ଦ୍ଧଶତକ ଉତ୍ସର୍ଗ କରିଥିଲେ। ଆରସିବି ପରିଚାଳନା ପରିବାର ସଦସ୍ୟଙ୍କୁ ଖେଳାଳିଙ୍କ ସହିତ ରହିବାକୁ ଅନୁମତି ଦେଇଛି। ଏହି କାରଣରୁ, ସ୍ତ୍ରୀ ଅନୁଷ୍କା ଏବଂ ଝିଅ ଭାମିକା ଏହି ସିଜିନ କୋହଲିଙ୍କ ସହିତ କ୍ରମାଗତ ଭାବରେ ନଜର ଆସୁଛନ୍ତି। ଗତ ବର୍ଷ ୟୁଏଇରେ ଅନୁଷ୍ଠିତ ଲିଗ ସମୟରେ ଅନୁଷ୍କା ମଧ୍ୟ ସେଠାକୁ ଯାଇଥିଲେ।

Share