ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ: ଡିଏଲ୍‌ଏଫ୍‌ରୁ ଡ୍ରିମ୍‌ ୧୧

ନୂଆଦିଲ୍ଲୀ, ୧୯।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ କରୋନା ମହାମାରୀ ଲାଗି ୟୁଏଇରେ ଅନୁଷ୍ଠିତ ହେବ। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ବିଶ୍ୱର ଏହି ବ୍ୟୟବହୁଳ ଟି୨୦ ଲିଗ୍‌ର ମୁଖ୍ୟ ଟାଇଟଲ ପ୍ରାୟୋଜକ ଅଧିକାର ଜଣାଶୁଣା ଫାଣ୍ଟାସି ଗେମିଂ ଫ୍ଳାଟଫର୍ମ ଡ୍ରିମ୍‌ ୧୧ ହାସଲ କରିଛି। ୨୨୨ କୋଟି ଟଙ୍କାର ବିଡ୍‌ ସହ ଡ୍ରିମ୍‌ ୧୧ ସାଢ଼େ ୪ ମାସ ପାଇଁ ଆଇପିଏଲ୍‌ର ନୂଆ ପ୍ରାୟୋଜକ ଅଧିକାର ଲାଭ କରିଛି। ତେବେ ୨୦୦୮ରେ ଆଇପିଏଲ୍‌ ଆରମ୍ଭ ହେବା ପରଠାରୁ ଚଳିତ ସିଜନ ପର୍ଯ୍ୟନ୍ତ ମୋଟ୍‌ ୪ଟି କମ୍ପାନୀ ମୁଖ୍ୟ ପ୍ରାୟୋଜକ ଭାବେ ଆଇପିଏଲ୍‌ ସହ ଯୋଡ଼ି ହୋଇଛନ୍ତି। ଯାହା ମଧ୍ୟରେ ଡିଏଲ୍‌ଏଫ୍‌ଠାରୁ ଆରମ୍ଭ କରି ଡ୍ରିମ୍‌ ୧୧ ପର୍ଯ୍ୟନ୍ତ ରହିଛନ୍ତି। କେଉଁ କମ୍ପାନୀ କେତେ ମୂଲ୍ୟରେ ଆଇପିଏଲ୍‌ ମୁଖ୍ୟ ପ୍ରାୟୋଜକ ରହିଥିଲେ ସେ ସମ୍ବନ୍ଧରେ ଆସନ୍ତୁ ସଂକ୍ଷେପରେ ଜାଣିବା।


୧- ଡିଏଲ୍‌ଏଫ୍‌ (୨୦୦୮-୧୨): ଆଇପିଏଲ୍‌ ୨୦୦୮ରେ ଆରମ୍ଭ ହୋଇଥିବାବେଳେ ଭାରତର ଅଗ୍ରଣୀ ରିଅଲ୍‌ ଇଷ୍ଟେଡ୍‌ ଡେଭ୍‌ଲପର୍‌ ଡିଏଲ୍‌ଏଫ୍‌ ପ୍ରଥମ ୫ଟି ସଂସ୍କରଣ ଲାଗି ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକ ରହିଥିଲା। ଏଥିଲାଗି ଚୁକ୍ତି ମୁତାବକ ବାର୍ଷିକ ୪୦ କୋଟି ହିସାବରେ ଡିଏଲ୍‌ଏଫ୍‌ ୨୦୦ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଥିଲା।


୨- ପେପ୍ସୀ (୨୦୧୩-୧୫): ୨୦୧୨ ପରେ ଡିଏଲ୍‌ଏଫ୍‌ ଆଉ ଆଇପିଏଲ୍‌ ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକ ଚୁକ୍ତିକୁ ବଢ଼ାଇ ନ ଥିଲା। ଏହାପରେ ମୃଦୁପାନୀୟ କମ୍ପାନୀ ପେପ୍ସୀ ପରବର୍ତ୍ତୀ ୫ ବର୍ଷ ଲାଗି ଆଇପିଏଲ୍‌ର ମୁଖ୍ୟ ଟାଇଟଲ ପ୍ରାୟୋଜକ ଅଧିକାର ଲାଭ କରିଥିଲା। ଏଥିଲାଗି ବାର୍ଷିକ ୭୯ କୋଟି ହିସାବରେ ପେପ୍ସୀ ୩୯୫ କୋଟି ଟଙ୍କା ପ୍ରଦାନ ବିସିସିଆଇକୁ ପ୍ରଦାନ କରିଥିଲା। କିନ୍ତୁ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ପେପ୍ସୀ ଚୁକ୍ତି ପୂରଣର ୨ ବର୍ଷ ପୂର୍ବରୁ ୨୦୧୫ ପରେ ଓହରି ଯାଇଥିଲା।


୩- ଭିଭୋ (୨୦୧୬-୨୦୧୭): ପେପ୍ସୀ ଚୁକ୍ତି ଅଧାରୁ ଓହରି ଯିବା ପରେ ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଏହାର ସ୍ଥାନ ନେଇଥିଲା। ପରବର୍ତ୍ତୀ ଦୁଇ ବର୍ଷ ଲାଗି ୧୦୦ କୋଟି ଟଙ୍କା ହିସାବରେ ଭିଭୋ ୨୦୧୬ ଓ ୨୦୧୭ ପର୍ଯ୍ୟନ୍ତ ଆଇପିଏଲ୍‌ର ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକ ରହିଥିଲା। ଦୁଇ ବର୍ଷ ଚୁକ୍ତି ପୂରଣ ହୋଇସାରିବା ପରେ ଭିଭୋ ୨୦୧୮ରୁ ୫ ବର୍ଷ ଲାଗି ପୁଣିଥରେ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ଅଧିକାର ଲାଭ କରିଥିଲା। ବାର୍ଷିକ ୪୩୯ କୋଟି ଟଙ୍କା ହିସାବରେ ଭିଭୋ ୨,୧୯୯ କୋଟି ଟଙ୍କା ବିଡ୍‌ ଦାଖଲ କରି ଏହି ଅଧିକାର ହାସଲ କରିଥିଲା। କିନ୍ତୁ ନିକଟରେ ଭାରତ ଓ ଚାଇନା ମଧ୍ୟରେ ଗଲ୍‌ଓ୍ବାନ ଉପତ୍ୟକାରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଦେଶସାରା ଲୋକମାନେ ଚାଇନିଜ ସାମଗ୍ରୀକୁ ବୟକଟ୍‌ କରିବା ଆରମ୍ଭ କରିଛନ୍ତି। ଯାହା ଫଳରେ ଭିଭୋକୁ ଗୋଟିଏ ବର୍ଷ ଲାଗି ଆଇପିଏଲ୍‌ ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକରୁ ବିସିସିଆଇ ବାଦ୍‌ ଦେଇଛି।


୪- ଡ୍ରିମ୍‌ ୧୧ (୨୦୨୦): ଚଳିତ ବର୍ଷ ଲାଗି ଜଣାଶୁଣା ଫାଣ୍ଟାସି ଗେମିଂ ପ୍ଲାଟ୍‌ଫର୍ମ ଡ୍ରିମ୍‌ ୧୧ ଆଇପିଏଲ୍‌ର ନୂଆ ପ୍ରାୟୋଜକ ଅଧିକାର ଲାଭ କରିଛି। ସାଢ଼େ ୪ ମାସ ଲାଗି ମୁଖ୍ୟ ପ୍ରାୟୋଜକ ଅଧିକାର ଲାଭ କରିଥିବା ଡ୍ରିମ୍‌ ୧୧ ଏଥିଲାଗି ୨୨୨ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri