Posted inଖେଳ

ଆଇପିଏଲ୍‌: ଦଳ ଚୟନ ନେଇ ପଣ୍ଟିଂଙ୍କ ଆଗରେ ଚ୍ୟାଲେଞ୍ଜ

ଦୁବାଇ,୧୪।୯ (ପି.ଟି): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ଦିଲ୍ଲଈ କ୍ୟାପିଟାଲ୍ଟ କୋଚ୍‌ ରିକି ପଣ୍ଟିଂଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାନେ ଓ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏକାଠି ଦଳରେ ସାମିଲ କରିବା ନେଇ ସେ ସମସ୍ୟାରେ ପଡିବେ। ଘରୋଇ ଗ୍ରାଉଣ୍ଡ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯାଇଥିଲା। କୋଭିଡ୍‌-୧୯ ମହାମାରୀ କାରଣରୁ ଆଇପିଏଲ୍‌ ଭାରତରୁ ୟୁଏଇକୁ ସ୍ଥାନାନ୍ତର ହୋଇଛି। ତେଣୁ ପଣ୍ଟିଂଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି।
ଦିଲ୍ଲୀ କ୍ୟାପିଟାଲ୍ସରେ ପୃଥ୍ବୀ ଶ, ଶ୍ରେୟାସ ଆୟର, ରିଷଭ ପନ୍ତ, ଶିଖର ଧାଓ୍ବନଙ୍କ ଭଳି ଭାରତୀୟ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ସେହିପରି ଅଭିଜ୍ଞ ସ୍ପିନର ଅମିତ ମିଶ୍ରା, ଅକ୍ଷର ପଟେଲ ମଧ୍ୟ ଦଳରେ ରହିଛନ୍ତି। ସେପ୍ଟେମ୍ବର ୨୦ ତାରିଖରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବ। ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏହି ମ୍ୟାଚ୍‌ରେ ଅଶ୍ୱିନଙ୍କୁ ଖେଳାଯିବା ନଶ୍ଚିତ ମନେ ହେଉଛି।
ସେହିପରି ରାହାନେଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୨୦ରୁ କମ୍‌ ଥିବାରୁ ସେ ଟପ୍‌ ଅର୍ଡରରେ ଖେଳିବାର ସମ୍ଭାବନା ରହିଛି। ଧାଓ୍ବନ ଓ ପୃଥ୍ବୀ ଓପନିଂ କରିବେ। ତେଣୁ ପଣ୍ଟିଂ ରାହାନେଙ୍କୁ ୩ ନମ୍ବରରେ ବ୍ୟାଟିଂ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିନାୟକ ଶ୍ରେୟାସ ଆୟର ଓ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମିଡିଲ ଅର୍ଡରରେ ବ୍ୟାଟିଂ କରିବେ। ଓ୍ବେଷ୍ଟଇଣ୍ଡିଜର ସିମରନ ହେଟମେୟର ୬ ନମ୍ବରରେ ବ୍ୟାଟିଂ କରିବେ। ତେବେ ୭ ନମ୍ବରେ ଖେଳିବାକୁ ଦୁଇଜଣ ଅଲରାଉଣ୍ଡର ଦଳରେ ରହିଛନ୍ତି। ସେମାନେ ହେଲେ କିମୋ ପଲ ଓ ମାର୍କସ ଷ୍ଟୋଇନିସ୍‌। ଉଭୟ ଲମ୍ବା ଛକା ମାରିବାର କ୍ଷମତା ରଖନ୍ତି।
ଟପ୍‌ ଅର୍ଡରରେ ପାର୍ଟ ଟାଇମ୍‌ ସ୍ପିନର ନ ଥିବାରୁ ବାମହାତୀ ସ୍ପିନର ଅକ୍ଷର ଓ ଦିଲ୍ଲୀ ଅଲରାଉଣ୍ଡର ଲଳିତ ଯାଦବଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଲଳିତ ଭଲ ଅଫ୍‌ ସ୍ପିନ୍‌ ବୋଲିଂ କରିପାରିନ୍ତି। ୮ ନମ୍ବରରେ ଅଶ୍ୱିନ୍‌ ଖେଳିବା ନିଶ୍ଚିତ। ଏହାପରେ ଅନ୍ୟ ୩ ବୋଲର ଖେଳିବେ। ୯ ନମ୍ବରରେ ମିଶ୍ରା, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା ୧୦ ନମ୍ବରରେ ଖେଳିବେ। ଅଭିଜ୍ଞତା ଦୃଷ୍ଟିକୋଣୁ ଈଶାନ୍ତ ୧୧ ନମ୍ବରରେ ଖେଳିବେ। ତେବେ ବିଗ୍‌ ବାସ ଲିଗ୍‌ ସର୍ବାଧିକ ଉଇକେଟ ହାସଲ କାରି ଡାନିଏଲ ସାମ୍ସ ଓ ଯୁବ ଦକ୍ଷିଣ ଆଫ୍ରିକା ବୋଲର ଅନରିଚ ନୋର୍ଜ ମଧ୍ୟ ଦଳରେ ରହିଛନ୍ତି। ଏହି ଦୁଇ ଖେଳାଳି ୧୧ ନମ୍ବରରେ ବ୍ୟାଟିଂ କରିପାରିବେ। ୟୁଏଇର ୩ଟି ଗ୍ରାଉଣ୍ଡର ପିଚ୍‌ ତଥା ଉଇକେଟକୁ ଲକ୍ଷ୍ୟ କରି ଆମେ ଅନ୍ତିମ ଦଳ ଚୟନ କରିବୁ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୟାଲେଣ୍ଟ ସ୍କାଉଟ୍‌ ହେଡ ବିଜୟ ଦାହିୟା କହିଛନ୍ତି। ଦଳରେ ଈଶାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି। ଟପ୍‌ ଅର୍ଡର ମଧ୍ୟ ଭଲ ରହିଛି। ଦଳରେ ଶ୍ରେଷ୍ଠ ୪ ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବ। ତେଣୁ ଏକ ଶ୍ରେଷ୍ଠ ଦଳ ନେଇ ଆମେ ପଡିଆକୁ ଓହ୍ଲାଇବୁ ବୋଲି ଦାହିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri