Categories: ଖେଳ

ବିସିସିଆଇ ନେଲା ବଡ଼ ନିଷ୍ପତ୍ତି: ଆଇପିଏଲ୍‌ ସ୍ଥଗିତ

ନୂଆଦିଲ୍ଲୀ,୪।୫: କରୋନା ସଙ୍କଟ ମଧ୍ୟରେ ଆଇପିଏଲ୍‌ ସ୍ଥଗିତ ରଖିଛି ବିସିସିଆଇ। ଗତ କିଛିଦିନ ହେବ ଅଧିକାଂଶ ଟିମ୍‌ର ଖେଳାଳି କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଆଇପିଏଲ୍‌ର ୧୪ତମ ସିଜିନର ୨୯ଟି ମ୍ୟାଚ୍‌ ସଫଳତାର ସହ ଖେଳାଯାଇଛି। ଚେନ୍ନାଇ ଏବଂ ମୁ୍‌ମ୍ବାଇରେ ଖେଳାଯାଇଥିବା ମ୍ୟାଚ୍‌ଗୁଡିକ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଥିଲା। କିନ୍ତୁ ସୋମବାର କୋଲକାତା ନାଇଟ ରାଇଡର୍ସର ଖେଳାଳି ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିୟର କରୋନା ଆକ୍ରାନ୍ତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମ୍ୟାଚ୍‌ ସ୍ଥଗିତ ରଖାଯାଇଥିଲା। ଏହାପରେ ଚେନ୍ନାଇ ଦଳର ୩ ଜଣ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହୋଇଥିଲେ।

Share