Posted inଖେଳ

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌: ନଭେମ୍ବର ୮’ ରେ ଫାଇନାଲ

ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍‌ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ତେବେ ଆଇପିଏଲ୍‌ ଗଭର୍ନିଂ କାଉନସିଲ ଆସନ୍ତା ସପ୍ତାହରେ ବୈଠକ ବସି ଆଇପିଏଲ୍‌ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନେବ। ଆଇପିଏଲ କାର୍ଯ୍ୟସୂଚୀ ସ୍ଥିର କରାଯିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଏ ସଂକ୍ରାନ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ଫ୍ରାଞ୍ଚାଇଜଗୁଡିକୁ ଅନୌପଚାରିକ ଭାବେ ଅବଗତ କରାଇଛି।
ଖୁବଶୀଘ୍ର ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ। କିନ୍ତୁ କାର୍ଯ୍ୟସୂଚୀକୁ ଅନ୍ତିମ ରୂପ ଦିଆଯାଇଛି। ଆଇପିଏଲ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନେଭେମ୍ବର ୮ ତାରିଖରେ ଶେଷ ହେବ। ସରକାର ମଧ୍ୟ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଅନୁମତି ଦେବେ ବୋଲି ପଟେଲ ଆଶା ପ୍ରକାଶ କରିଛନ୍ତି। ଆଇପିଏଲ ପୂରା ୫୧ ଦିନ ମଧ୍ୟରେ ଆୟୋଜନ ହେବ ସେ ଗୁରୁବାର ସ୍ପଷ୍ଟ କରିଛନ୍ତି।
କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଇ ଦେଇଛି। ଫଳରେ ଆଇପିଏଲ୍‌ ଆୟୋଜନ ହେବା ନେଇ ବାଟ ଖୋଲିଥିଲା। ମହାମାରୀ କାରଣରୁ ବିଶ୍ୱକପ୍‌ ଆୟୋଜନ କରିବାକୁ ଅଷ୍ଟ୍ରେଲିଆ ଅକ୍ଷମତା ପ୍ରକାଶ କରିଥିଲା। କୋଭିଡ୍‌-୧୯ ବିରୋଧରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରାଯାଉଛି ଓ ଏ ନେଇ ବିସିସିଆଇ ଔପଚାରିକ ଭାବେ ଏମିରାଟ୍ସ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଛି।
ଆଗାମୀ କିଛି ଦିନ ମଧ୍ୟରେ ଏସ୍‌ଓପି ପ୍ରସ୍ତୁତ କରିବୁ। ତେବେ ଷ୍ଟାଡିୟମରେ ଦର୍ଶକଙ୍କୁ ମ୍ୟାଚ ଦେଖିବାର ସୁଯୋଗ ଦେବା ନେଇ ୟୁଏଇ ସରକାର ନିଷ୍ପତ୍ତି ନେବେ। ଏ ସଂକ୍ରାନ୍ତରେ ୟୁଏଇ ବୋର୍ଡକୁ ଆମେ ଔପଚାରିକ ଭାବେ ଚିଠି ଲେଖି ଜଣାଇବୁ ବୋଲି ପଟେଲ କହିଛନ୍ତି। ୟୁଏଇରେ ୩ଟି ଗ୍ରାଉଣ୍ଡ ଯଥା ଦୁବାଇ ଇଣ୍ଟନ୍ୟାଶନାଲ ଷ୍ଟାଡିୟମ, ସେଖ୍‌ ଜାଏଦ୍‌ ଷ୍ଟାଡିୟମ (ଆବୁଧାବି) ଓ ଶାରଝା ଗ୍ରାଉଣ୍ଡ ରହିଛି। ଏହି ୩ଟି ଷ୍ଟାଡିୟମ୍‌ର ଆଇପିଲେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ବିସିସିଆଇ ଆଇସିସି ଏକାଡେମୀର ଗ୍ରାଉଣ୍ଡଗୁଡିକୁ ଅଭ୍ୟାସ ପାଇଁ ହାତରେ ରଖିବ। ଆଇସିସି ଏକାଡେମୀରେ ୨ଟି ଫୁଲ ସାଇଜ୍‌ର କ୍ରିକେଟ ଗ୍ରାଉଣ୍ଡ ରହିଛି ଓ ଏଥିରେ ୩୮ଟି ଟର୍ଫ ପିଚ୍‌, ୬ଟି ଇନ୍‌ଡୋର ପିଚ୍‌, ୫୭୦୦ ସ୍କୋୟାର ଫୁଟର ଆଉଟ୍‌ଡୋର କଣ୍ଡିସନିଂ ଏରିଆ ସହିତ ଫିଜିଓଥେରାପି ଓ ମେଡିସିନ ସେଣ୍ଟର ରହିଛି। ଦୁବାଇରେ ହେଲ୍‌ଥ ପ୍ରୋଟୋକଲ ଅନୁସାରେ ନେଗେଟିଭ୍‌ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ଥିଲେ କୌଣସି ବ୍ୟକ୍ତି କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ନାହିଁ। ତେବେ ଯଦି ନେଗେଟିଭ୍‌ ରିପୋର୍ଟ ନାହିଁ ତାହାଲେ ଟେଷ୍ଟ କରିବାକୁ ହେବ। ପୂର୍ବରୁ ଆଇପିଏଲ୍‌ ସେପ୍ଟେମ୍ବର ୨୬ରେ ଆରମ୍ଭ ହେବା ବୋଲି ଅନୁମାନ କରାଯାଉଥିଲା। ତେବେ ଭାରତର ଅଷ୍ଟ୍ରେଲିଆ ଗସ୍ତ ନେଇ କୌଣସି ସମସ୍ୟା ନ ରଖିବାକୁ ବିସିସିଆଇ ଆଗୁଆ ଗୋଟିଏ ସପ୍ତାହ ଆଇପିଏଲ୍‌ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସରକାରଙ୍କ ନିୟମ ଅନୁସାରେ ଅଷ୍ଟ୍ରେଲିଆ ଭାରତୀୟ ଦଳ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ୱାରାଣ୍ଟାଇନାରେ ରହିବା ନିୟମ ରହିଛି। ଏଥିରେ ଡେରି ହେଲେ ସମସ୍ୟା ରହିବାର ସମ୍ଭାବନା ରହିଛି। ପୂରା ୭ ସପ୍ତାହ ଆଇପିଏଲ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବାରୁ ବ୍ରାଡକାଷ୍ଟରମାନେ ଖୁସି ଅଛନ୍ତି। ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଟି ଲେଖାଏ ମ୍ୟାଚ ଖେଳାଯିବ। ଆଇପିଏଲ୍‌ ପରେ ଭାରତ ଅଷ୍ଟ୍ରେଲିଆରେ ଡିସେମ୍ବର ୩ ତାରିଖରୁ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିବ। ଟ୍ରେନିଂ ନେବାକୁ ଗୋଟିଏ ମାସ ଅତିକମ୍‌ରେ ଜରୁରୀ। ତେଣୁ ଅଗଷ୍ଟ ୨୦ ସୁଦ୍ଧା ଫ୍ରାଞ୍ଚାଇଜ୍‌ମାନେ ବେସ୍‌ରେ ପହଞ୍ଚିବେ। ପ୍ରଥମେ ମାର୍ଚ୍ଚ ଶେଷରେ ଆଇପିଏଲ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କୋଭିଡ୍‌-୧୯ ମହାମାରୀ କାରଣରୁ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଆଇପିଏଲ ଚଳିତ ବର୍ଷ ଆୟୋଜନ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଜୋର ଦେଇ କହିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri