Categories: Home Leftଖେଳ

ଘୁଞ୍ଚିଲା ଆଇପିଏଲ୍‌ ରିଟେନଶନ ଡେଡ୍‌ଲାଇନ, କେବେ ହେବ ଜାଣନ୍ତୁ…

ମୁମ୍ବାଇ,୨ା୧୧: ଆଇପିଏଲ୍‌ ଫ୍ରାଞ୍ଚାଇଜମାନଙ୍କ ପାଇଁ ଖେଳାଳିଙ୍କ ରିଟେନଶନ୍‌ ତାଲିକା ଦାଖଲ କରିବା ଲାଗି ପୂର୍ବରୁ ଧାର୍ଯ୍ୟ ହୋଇଥିବା ଡେଡ୍‌ଲାଇନକୁ ଘୁଞ୍ଚାଇ ଦିଆଯାଇଛି।

ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ରିଟେନଶନ ତାଲିକା ଦାଖଲ କରିବାକୁ ଫ୍ରାଞ୍ଚାଇଜମାନଙ୍କୁ କୁହାଯାଇଥିଲା। ହେଲେ ବର୍ତ୍ତମାନ ଏହାକୁ ଦୁଇ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିସହିତ ଆଗାମୀ ଆଇପିଏଲ୍‌ ଲାଗି ଖେଳାଳିଙ୍କ ପଞ୍ଜୀକରଣ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Share