Categories: ଖେଳ

ଝିଅକୁ ବଡ଼ ଉପହାର ଦେଲେ ଜାଡେଜା

ୟୁଏଇ,୨୭।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ଧୋନୀଙ୍କ ଦଳ କ୍ରମାଗତ ୩ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ପ୍ରତ୍ୟେକ ମ୍ୟାଚରେ ଦଳ ପାଇଁ ଏକ ମ୍ୟାଚ ବିଜେତା ସୃଷ୍ଟି ହେଉଛନ୍ତି। ପ୍ରଥମ ମ୍ୟାଚରେ ରୁତୁରାଜ ଗାଇକ୍ୱାଡ ଏବଂ ଡ୍ବେନ ବ୍ରାଭୋ ଦଳକୁ ଜିତାଇ ଥିବାବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରେଷ୍ଠ ଚାରିଜଣ ବ୍ୟାଟ୍ସମ୍ୟାନ ଭଲ ଇନିଂସ ଖେଳି ଦଳ ଜିତିଥିଲେ। ତୃତୀୟ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ରବିନ୍ଦ୍ର ଜାଡେଜା ହିରୋ ଭାବରେ ଉଭା ହୋଇଥିଲେ। ସେ ପ୍ରସିଦ୍ଧ କୃଷ୍ଣାଙ୍କ ୫ ବଲରେ ୨୧ ରନ୍‌ ରନ ସଂଗ୍ରହ କରି ଚେନ୍ନାଇକୁ ତୃତୀୟ ବିଜୟ ଦେଇଥିଲେ। ବ୍ୟାଟ ଏବଂ ବଲ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୨୦ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଏହି ପ୍ରଦର୍ଶନ ଯୋଗୁ ଜାଡେଜାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।
ମ୍ୟାଚ ପରେ ବିଜୟର ହିରୋ ଜାଡେଜାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି। ରବିବାର ଥିଲା ଅନ୍ତର୍ଜାତୀୟ ଝିଅ ଦିବସ । ଏଭଳି ପରିସ୍ଥିତିରେ ଜାଡେଜା ତାଙ୍କ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରକୁ ତାଙ୍କ ଝିଅକୁ ଉତ୍ସର୍ଗ କରିଥିଲେ। ତାଙ୍କ ସହ ଜଡିତ ଏକ ଫଟୋ ସିଏସକେ ଦ୍ୱାରା ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ଶେୟାର କରାଯାଇଥିଲା। ଏହି ଫଟୋରେ ଜାଡେଜା ତାଙ୍କ ଝିଅ ନିଧ୍ୟାନାଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି । କିନ୍ତୁ ଉଭୟଙ୍କ ମଝିରେ ଏକ କାଚର ଘର ରହିଛି। ଏହି ଫଟୋ ସହିତ ଏକ ହୃଦୟସ୍ପର୍ଶୀ କ୍ୟାପସନ ମଧ୍ୟ ଲେଖାଯାଇଛି । ସେ ଲେଖିଛନ୍ତି – ଏହା ଆପଣଙ୍କ ପାଇଁ ନିଧ୍ୟାନା।

Share