Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଝଟ୍‌କା

ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) ହେବା ର୍ପୂରୁ ଏକ ଝଟ୍‌କା ଲାଗିଛି। ଫ୍ରାଞ୍ଜାଇଜ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ ଦିଶାନ୍ତ ୟାଗ୍ନିକ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଦଳ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୟୁଏଇ ଯିବାର କିଛି ଦିନ ପୂର୍ବରୁ ଏହା ଜଣାପଡିବା ଆଇପିଏଲ୍‌ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ଆଇପିଏଲ୍‌ ୟୁଏଇରେ ଖେଳାଯିବ। ଏହି ମହାକୁମ୍ଭ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ୟୁଏଇ ଯିବା ପୂର୍ବରୁ ପ୍ରତି ଦଳର ସଦସ୍ୟଙ୍କ କରୋନା ଟେଷ୍ଟ କରାଯିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ସବୁ ଦଳର ଖେଲାଳି ମୁମ୍ବାଇରେ ଏକତ୍ରିତ ହେବେ। ଏହି କାରଣରୁ ଦିଶାନ୍ତ କରୋନା ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଦିଶାନ୍ତ ଏବେ ନିଜ ଘର ଉଦୟନଗରରେ ରହୁଛନ୍ତି। ରିପୋର୍ଟ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share