Posted inଖେଳ

ଏପ୍ରିଲ ୧୬ରେ ଆଇପିଏଲ୍‌ ମାଲିକଙ୍କ ହେବ ବୈଠକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧ା୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳକୁ ଆମନ୍ତ୍ରଣ କରିଛି। ସେମାନଙ୍କୁ ନେଇ ଏକ ଅଣାନୁଷ୍ଠାନିକ ବୈଠକ ଏପ୍ରିଲ ୧୬ରେ ବସିବ। ଫ୍ରାଞ୍ଚାଇଜଙ୍କ ଲାଗି ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳି ରିଟେନଶନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇପାରେ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଦିନ ଏହି ବୈଠକ ବସିବ। ବୈଠକ ପାଇଁ କୌଣସି ଏଜେଣ୍ଡା ପ୍ରସ୍ତୁତ କରାଯାଇ ନାହିଁ। ଆଇପିଏଲ ଦ୍ୱିତୀୟ ମାସରେ ପଦାର୍ପଣ କରିଥିବାରୁ ଏହାର ଅଂଶୀଦାରମାନେ ଏକତ୍ରିତ ହେବା ଲାଗି ଏହା ଏକ ପ୍ରକୃଷ୍ଟ ସମୟ ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି।

ଚଳିତବର୍ଷର ପରବର୍ତ୍ତୀ ଭାଗରେ ହେବାକୁଥିବା ମେଗା ନିଲାମି, ଖେଳାଳି ରିଟେନଶନ ଏବଂ ବର୍ତ୍ତମାନ ରହିଥିବା ନିଲାମ ରାଶି ୧୦୦ କୋଟି ଟଙ୍କାରୁ ବୃଦ୍ଧି ଆଦି ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

ବିସିସିଆଇ ସମ୍ପାଦକ ଜୟ ଶାହା, ସଭାପତି ରୋଜର ବିନ୍ନି ଓ ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ ଧୂମାଲ ପ୍ରମୁଖ ଏହି ବୈଠକରେ ଯୋଗଦେବେ। ବର୍ତ୍ତମାନ ଦଳଗୁଡ଼ିକୁ ପ୍ରତି ମେଗା ନିଲାମି ପୂର୍ବରୁ ୪ଜଣ ଲେଖାଏ ଖେଳାଳି ରିଟେନଶନ ଲାଗି ଅନୁମତି ରହିଛି। ମେଗା ନିଲାମି ପ୍ରତି ୩ ବର୍ଷ ବ୍ୟବଧାନରେ ହୋଇଥାଏ। ଗତଥର ଏହା ୨୦୨୨ରେ ହୋଇଥିଲା। ପରବର୍ତ୍ତୀ ମେଗା ନିଲାମି ୨୦୨୫ ସଂସ୍କରଣ ପୂର୍ବରୁ ଅନୁଷ୍ଠିତ ହେବ।

ଆଇପିଏଲ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ଚେନ୍ନାଇରେ ମେ ୨୬ରେ ଫାଇନାଲ ଅନୁଷ୍ଠିତ ହେବ। କ୍ୱାଲିଫାୟର-୧ ଓ ଏଲିମିନେଟର ଅହମଦାବାଦରେ ମେ ୨୧ ଓ ମେ ୨୨ରେ ଅନୁଷ୍ଠିତ ହେବ। କ୍ୱାଲିଫାୟର ମେ ୨୪ରେ ଚେନ୍ନାଇରେ ଖେଳାଯିବ। ବିସିସିଆଇ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଇପିଏଲ୍‌ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଗତ ସପ୍ତାହରେ ଘୋଷଣା କରିଥିଲା। ବିସିସିଆଇ ପ୍ରଥମ ଦୁଇ ସପ୍ତାହ ପାଇଁ ଖେଳସୂଚୀ ପୂର୍ବରୁ ଘୋଷଣା କରିସାରିଥିଲା। ଚଳିତ ଲିଗ୍‌ ସହ ଏକ ସଙ୍ଗରେ ୭ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?