Categories: ଖେଳ

ଆଜିଠୁ ଆଇପିଏଲ୍‌

ଅହମ୍ମଦାବାଦ,୩୧ା୩:ଶୁକ୍ରବାରଠାରୁ ଆରମ୍ଭ ହେବ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌) ରୋମାଞ୍ଚ। ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଏହି କ୍ରିକେଟ ଲିଗ୍‌ରେ ଅବତୀର୍ଣ୍ଣ ହେବେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ୧୦ ଦଳ। ପ୍ରଥମ ମ୍ୟାଚ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ୪ ଥର ଟାଇଟଲ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ସମାରୋହରେ ଆକର୍ଷଣର କେନ୍ଦ୍ରରେ ରହିବେ ଏକାଧିକ ବଲିଉଡ୍‌ ଓ ଦକ୍ଷିଣ ଭାରତୀୟ କଳାକାର। ଅଭିନେତ୍ରୀ ତମନ୍ନା ଭାଟିଆ, ରଶ୍ମିକା ମନ୍ଦାନା, କାଟ୍ରିନା କୈଫ୍‌ ଓ ଅଭିନେତା ଟାଇଗର ଶ୍ରଫଙ୍କ ନୃତ୍ୟ ସହିତ ବଲିଉଡ୍‌ ଗାୟକ ଅରିଜିତ୍‌ ସିଂଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ।

Share