Posted inଖେଳ

ଆଇପିଏଲ୍‌ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଛି। ମୋଟ ୧୦ଟି ଟିମ୍‌ ମଧ୍ୟରେ ଏଥର ୭୪ ମ୍ୟାଚ ଖେଳାଯିବ। ଦୀର୍ଘ ୪ବର୍ଷ ପରେ ଲିଗ୍‌ର ସମସ୍ତ ମ୍ୟାଚ ଘରୋଇ ପରିବେଶରେ ୧୨ ଭେନ୍ୟୁରେ ଖେଳାଯିବ…

ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣ। ପ୍ରଥମଥର ହେଉଥିବା ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଫାଇନାଲ ମାର୍ଚ୍ଚ ୨୬ ତାରିଖରେ ଖେଳାଯିବ। ଏହାପରେ ଆରମ୍ଭ ହେବ ଆଇପିଏଲ୍‌ ରୋମାଞ୍ଚ। ବିଶ୍ୱ କ୍ରିକେଟରେ ଏହି ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଟି୨୦ କ୍ରିକେଟର ସ୍ବତନ୍ତ୍ର ପରିଚୟ ରହିଛି। କେବଳ ପାକିସ୍ତାନ ଖେଳାଳିଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ଆଇସିସି ସଦସ୍ୟ ଦେଶ ଏବଂ ଆସୋସିଏଟ ମେମ୍ବର ଦେଶର ଖେଳାଳି ଏହି ବ୍ୟୟ ବହୁଳ ଲିଗ୍‌ରେ ଅଂଶ ଗ୍ରହଣ କରନ୍ତି। ଯୁବ ପ୍ରତିଭା ସମ୍ପନ୍ନ ଖେଳାଳିମାନଙ୍କ ପାଇଁ ଆଇପିଏଲ୍‌ ଏକ ବଡ ପ୍ଲାଟଫର୍ମ। ଆଇପିଏଲ୍‌ ତୁଳନାରେ ବିଶ୍ୱ କ୍ରିକେଟରେ ଖେଳାଯାଉଥିବା ବିଗ୍‌ ବାସଲିଗ୍‌, କାରିବିୟନ ପ୍ରିମିୟର ଲିଗ୍‌, ପାକିସ୍ଥାନ ସୁପର ଲିଗ ଏବଂ ଶ୍ରୀଲଙ୍କା ପ୍ରମିୟର ଲିଗର ଆୟୋଜନ କ୍ରିକେଟ ପ୍ରେମୀମାନଙ୍କୁ ସେତେ ଆକୃଷ୍ଟ କରିପାରି ନାହିଁ। ଫ୍ରାଞ୍ଚାଇଜମାନଙ୍କ ଆଗ୍ରହ, ଦର୍ଶକମାନଙ୍କ ଉପସ୍ଥିତି, ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତି, ବିଜ୍ଞାପନ, ସର୍ବାଧିକ ପୁରସ୍କାର ରାଶି, ଗ୍ଲାମର ଆଦି ଦୃଷ୍ଟିକୋଣରୁ ଏହା ଏକ ସ୍ବତନ୍ତ୍ର ଲିଗ୍‌ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରମାଣ କରିଛି।
ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ଫାଇନାଲ ମେ’ ୨୮ରେ ଅନୁଷ୍ଠିତ ହେବ। ମୋଟ ୧୦ଟି ଟିମ୍‌ ମଧ୍ୟରେ ୭୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇସାରିଛି। ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଳୀ କ୍ୟାପିଟାଲ୍ସ, ଗୁଜରାଟ ଟାଇଟନ୍ସ, କୋଲକୋତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପରଜାଏଣ୍ଟ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ଏହି ମେଗା ଲିଗ୍‌ରେ ଅବତୀର୍ଣ୍ଣ ହେବେ। ଦୀର୍ଘ ୪ବର୍ଷ ପରେ ଏହି ଲିଗ୍‌ର ସମସ୍ତ ମ୍ୟାଚ ଘରୋଇ ପରିବେଶରେ ୧୨ଟି ଭେନ୍ୟୁରେ ଖେଳାଯିବ।
ଏଥର କିଛି ନୂତନ ନିୟମ ବିସିସିଆଇର ଟେକନିକାଲ କମିଟି ପ୍ରୟୋଗ କରିଛି। ପୂର୍ବରୁ ଟସ୍‌ ପଡିବା ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ଦଳ ଘୋଷଣା କରିବାକୁ ପଡୁଥିଲା। ଏଣିକି ଟସ୍‌ ପରେ ମଧ୍ୟ ଟିମ୍‌ ଘୋଷଣା କରାଯାଇପାରିବ। ଏହା ସହିତ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦଳ ଚାହିଁଲେ ଏହାର ଚୂଡାନ୍ତ ଏକାଦଶ ପରିବର୍ତ୍ତନ କରି ପାରିବ। ଏ ନେଇ ପ୍ରତିପକ୍ଷ ଦଳର ଅଧିନାୟକଙ୍କ ଅନୁମତି ଆବଶ୍ୟକ ପଡିବ ନାହିଁ ବୋଲି କୁହାଯାଇଛି। ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ୧୧ ଜଣିଆ ଚୂଡାନ୍ତ ଦଳ ଓ ୫ ଜଣ ସବ୍‌ଷ୍ଟିଚ୍ୟୁଟ ଫିଲ୍ଡରଙ୍କ ତାଲିକା ପ୍ରକାଶ କରିବାକୁ ବାଧ୍ୟ ରହିବେ। ୫ ଜଣ ସବ୍‌ଷ୍ଟିଚ୍ୟୁଟ ଫିଲ୍ଡରଙ୍କ ମଧ୍ୟରୁ ଜଣଙ୍କୁ ହିଁ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ୍‌ ଭାବରେ ସାମିଲ କରାଯିବ। ୪ବର୍ଷ ପରେ ପ୍ରଥମ ଥର ପାଇଁ ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ଟିମ୍‌ ପରସ୍ପର ସହିତ ମୋଟ ୧୪ଟି ମ୍ୟାଚ ଖେଳିବାକୁ ଥିବା ବେଳେ ୭ଟି ମ୍ୟାଚ ନିଜର ହୋମ ଭେନ୍ୟୁ ଏବଂ ଅନ୍ୟ ୭ଟି ମ୍ୟାଚ ବାହାର ଭେନ୍ୟୁରେ ଖେଳିବେ। ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ଟି ଦଳ ଗ୍ରୁପ ପର୍ଯ୍ୟାୟ ପ୍ରଦର୍ଶନ ଆଧାରରେ ପ୍ଲେ ଅଫ ମ୍ୟାଚ ଖେଳିବାର ସୁଯୋଗ ପାଇବେ।
ଗୁଜୁରାଟ ଟାଇଟାନ୍ସର ହୋମ ଭେନ୍ୟୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ (ଅହମମ୍ମଦାବାଦ), ରୟାଲ ଚ୍ୟାଲେ ବାଙ୍ଗାଲୋରର ଚିନ୍ନାସ୍ବାମୀ ଷ୍ଟାଡିୟମ (ବାଙ୍ଗାଲୁର), ଚେନାଇ ସୁପର କିଙ୍ଗସ ଚିଦାମ୍ବରମ ଷ୍ଟାଡିୟମ (ଚେନ୍ନାଇ), ଦିଲ୍ଲୀ କ୍ୟାପିଟାଲ୍ସର ଅରୁଣ ଜେଟଲି ଷ୍ଟାଡିୟମ (ଦିଲ୍ଲୀ), ସନରାଇଜର୍ସ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନାଶନାଲ ଷ୍ଟାଡିୟମ (ହାଇଦ୍ରାବାଦ), ରାଜସ୍ଥାନ ରୟାଲ୍ସର ସବାଇ ମାନସିଂହ ଷ୍ଟାଡିୟମ (ଜୟପୁର), କୋଲକାତା ନାଇଟ ରାଇଡର୍ସର ଇଡେନ ଗାର୍ଡେନ୍ସ (କୋଲକାତା), ଲକ୍ଷ୍ନୌ ସୁପରଜାଣ୍ଟସ ଏକନା କ୍ରିକେଟ ଷ୍ଟାଡିୟମ (ଲକ୍ଷ୍ନୌ), ପଞ୍ଜାବ କିଙ୍ଗ୍ସର ମୋହାଲି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖେଡେ ଷ୍ଟାଡିୟମ (ମୁମ୍ବାଇ) ରହିଛି। ୧୦ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଥିବା ବେଳେ ଗ୍ରୁପ ‘ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକୋତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ୍‌, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁରପଜାଣ୍ଟସ ରହିଛି। ସେହିପରି ବେଳେ ଗ୍ରୁପ୍‌ ‘ବି’ରେ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ସ୍ଥାନ ପାଇଛି।
ଆଇପିଏଲ୍‌-୧୫ରେ ଗୁଜୁରାଟ ଟାଇଟନ୍ସ ଚାମ୍ପିୟନ ହୋଇଥିଲା। ଏହାର ଅଧିନାୟକ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୋଚ୍‌ ଆଶିଷ ନେହେରା। ଏଥର ମଧ୍ୟ ଦୁହେଁ ଦଳର ଦାୟିତ୍ୱରେ ରହିଛନ୍ତି। ବିଦେଶୀ ଖେଳାଳି ରୂପେ ଡେଭିଡ ମିଲର, ମାଥ୍ୟୁ ୱେଡ, କେନ ୱିଲିୟମସନ, ରଶିଦ୍‌ ଖାନ ରହିଛନ୍ତି। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ରହିଥିବା ବେଳେ କୋଚ ଅଛନ୍ତି କୁମାର ସଙ୍ଗକାରା। ବିଦେଶୀ ଖେଳାଳି ରୂପେ ଜୋସ୍‌ ବଟଲର, ଆଡାମ ଜାମ୍ପା, ଟ୍ରେଣ୍ଟ ବୋଲ୍ଟ, ଜାସନ୍‌ ହୋଲଡର, ଜୋ ରୁଟ୍‌, ସିମରନ୍‌ ହେଟମେର ରହିଛନ୍ତି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ହେଉଛନ୍ତି ଲୋକେଶ ରାହୁଲ ଓ କୋଚ ଆଣ୍ଡି ପ୍ଲାୱାର। ଦଳରେ କ୍ୱିଣ୍ଟନ ଡି କକ୍‌, କାଇଲ ମେୟର୍ସ, ନିକୋଲସ ପୁରନ, ମାକର୍‌ୁସ ଷ୍ଟୋଇନିସ, ମାର୍କ ଉଡ୍‌ଙ୍କ ଭଳି ନାମୀ ବିଦେଶୀ ଖେଳାଳି ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେଉଛନ୍ତି ଫାପ୍‌ ଡୁ’ପ୍ଲେସି। ଅନ୍ୟ ନାମୀ ବିଦେଶୀ ଖେଳାଳି ହେଲେ ଡେଭିଡ ୱିଲି, ଗ୍ଲେନ ମାକ୍ସୱେଲ, ଫିନ୍‌ ଆଲେନ। ରିଷଭ ପନ୍ତଙ୍କ ଆଘାତ ସମସ୍ୟା ଯୋଗୁ ଦିଲ୍ଳୀ କ୍ୟାପିଟାଲ୍ସ ଅଧିନାୟକ ଦାୟିତ୍ୱ ଡେଭିଡ ୱାର୍ନରଙ୍କ ଉପରେ ନ୍ୟସ୍ତ ରହିଛି। ରିକି ପଣ୍ଟିଂ କୋଚ ରହିଥିବା ବେଳେ ରୋଭମାନ ପାୱେଲ, ମିଚେଲ ମାର୍ଶ, ଲୁନଗି ଏନଗିଡି, ରିଲେ ରୁଷୋ, ଏନରିଚ ନର୍ଜେ ହେଉଛନ୍ତି ବିଦେଶୀ ଖେଳାଳି। ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଶିଖର ଧାୱନ ଏବଂ କୋଚ ଟ୍ରେଭର ବେଲିସ। ବିଦେଶୀ ଖେଳାଳି ହେଲେ ସାମ କରନ, କାଗିଶୋ ରାବାଡା, ନାଥାନ୍‌ ଇଲିସ। କୋଲକତା ନାଇଟ ରାଇଡର୍ସ ଦଳର ଅଧିନାୟକ ଶ୍ରେୟାସ ଆୟର ଆହତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଅଧିନାୟକ ଦାୟିତ୍ୱରେ ରହିବେ। ବ୍ରେଣ୍ଡନ ମ୍ୟାକକୁଲମ ଦଳର କୋଚ୍‌ ଏବଂ ଲୋକି ଫର୍ଗୁସନ, ଟିମ୍‌ ସାଉଦୀ, ସୁନୀଲ ନାରିନ, ଶକିବ ଅଲ ହାସନ, ଲିଟନ ଦାସ ହେଉଛନ୍ତି ଦଳର ବିଦେଶୀ ଖେଳାଳି। ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଏଡେନ ମାରକ୍ରାମ ଏବଂ ବ୍ରାଏନ ଲାରା କୋଚ ଅଛନ୍ତି। ଦଳରେ ହ୍ୟାରି ବ୍ରୁକ୍‌ ଅବଦୁଲ ସମଦ୍‌, ଗ୍ଲେନ ଫିଲିପସ୍‌, ଆଦିଲ୍‌ ରସିଦ, ମାର୍କୋ ଜାସେନଙ୍କପରି ବିଦେଶୀ ଖେଳାଳି ରହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଦାୟିତ୍ୱ ପୁଣି ମହେନ୍ଦ୍ର ସିଂ ଧୋନୀଙ୍କୁ ଅର୍ପଣ କରାଯାଇଛି। ଅଭିଜ୍ଞ ଷ୍ଟିଫେନ ଫ୍ଲେମିଂ କୋଚ ପଦ ବଜାୟ ରଖିଛନ୍ତି। ଦଳରେ ବେନ୍‌ ଷ୍ଟୋକ୍ସ, ମିଚେଲ ସାଣ୍ଟନର, ମୋଇନ ଅଲ୍ଲୀ, ଡେଭନ କନୱେଙ୍କପରି ବିଦେଶୀ ଖେଳାଳି ଥିବାବେଳେ ସର୍ବାଧିକ ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ଏବଂ କୋଚ ମହିଲା ଜୟବର୍ଦ୍ଧନେ ରହିଛନ୍ତି। ଖେଳାଳି ନିଲାମରେ ଦାମି ଖେଳାଳି କାମେରନ୍‌ ଗ୍ରୀନ୍‌, ଟିମ୍‌ ଡେଭିଡ, ଜୋଫ୍ରା ଆର୍ଚରଙ୍କ ପରି ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି।
ଆଉ ଏକ ରୋମାଞ୍ଚକ ଆଇପିଏଲ ଅପେକ୍ଷାରେ ରହିଛନ୍ତି କ୍ରିକେଟ ପ୍ରେମୀ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri