ଆଇପିଏଲ୍‌ ବେଟିଂ, ଜେଲଗଲେ ୬

ଦିଗପହଣ୍ଡି,୨୬ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଆଇପିଏଲ ବେଟିଂରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ନାୟକ, ମଳାଭଞ୍ଜା ଗ୍ରାମର ଯୋଗୀ ବେହେରା , ପାଟପୁର ଥାନା ପୋଡ଼ାମାରି ଗ୍ରାମର କାଳୀଚରଣ ସାହୁ, ଶିବ ଶଙ୍କର ମହାନ୍ତି, ଧରମପୁର ଗ୍ରାମର ବିଜୟ କୁମାର ପ୍ରଧାନ ଏବଂ ଏ.ବାବୁଲା ଦୋରା। ଥାନା ମାମଲା ନଂ.୩୧୨/୨୧ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଯାଇଛି। ସେମାନଙ୍କ ନିକଟରୁ ୮ଟି ମୋବାଇଲ ଫୋନ୍‌ ସମେତ ୧ ଲକ୍ଷ ୬୦,୫୦୦ ଟଙ୍କା ଜବତ କରାଯାଇଛି। ପାଟପୁର ଥାନା ପରିସରରେ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଏହି ସୂଚନା ଦେଇଛନ୍ତି।

ବେଆଇନ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।