Categories: ଖେଳ

ଆଇପିଏଲ୍‌ ୨୦୨୪ ସିଜନର ଖେଳାଳି ନିଲାମ: ଭେନ୍ୟୁ ଦୌଡ଼ ଆଗରେ ଏହି ସହର

ନୂଆଦିଲ୍ଲୀ,୨୬ା୧୦: ଖୁବ୍‌ ଶୀଘ୍ର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ସିଜନର ଖେଳାଳି ନିଲାମ ହେବ। ଏନେଇ ଭେନ୍ୟୁ ଦୌଡ଼ ଆଗରେ ଦୁବାଇ ସହର ସବୁଠାରୁ ଆଗରେ ରହିଛି। ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟ ଏହି ସହର ତାଲିକା ଦୌଡ଼ରେ ରହିଛି। ଏନେଇ ତାରିଖ ଧାର୍ଯ୍ୟ ହୋଇ ନାହିଁ। ଭେନ୍ୟୁ ସ୍ଥିର କରିବା ପାଇଁ ଆଲୋଚନା ଚାଲିଥିବା ଆଇପିଏଲ୍‌ର ଜଣେ ଅଫିସିଆଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୧୦ଟି ଦଳକୁ ନେଇ ଅନୁଷ୍ଠିତ ହେବାକୁଥିବା ଆଇପିଏଲ୍‌ ନିଲାମ ବର୍ତ୍ତମାନ ଏକ ସମସ୍ୟା ହୋଇଛି। କାରଣ ଏଥିପାଇଁ ଏକ ୫ ତାରକା ହୋଟେଲ ଆବଶ୍ୟକ। ଯେଉଁଥିରେ ଫ୍ରାଞ୍ଚାଇଜ ସଦସ୍ୟ, ବିସିସିଆଇ ଅଫିସିଆଲ, ପ୍ରସାରଣ କର୍ମଚାରୀମାନଙ୍କ ରହିବା ଲାଗି ଅତି କମ୍‌ରେ ୧୦୦ଟି ପ୍ରକୋଷ୍ଠ ଥିବ। ଏହି ଦୃଷ୍ଟିରୁ ଦୁବାଇକୁ ଫେଭରାଇଟ୍‌ ବିବେଚନା କରାଯାଉଛି। ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମ ଡିସେମ୍ବର ୯ ତାରିଖରେ ହେବ।

Share