କଲମ୍ବୋ, ୨୦ା୩: ଆଇପିଏଲ୍-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍ଏଲ୍ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ (ଏନ୍ଓସି) ପ୍ରଦାନ କରିଛି। ଏହି ୩ଜଣ ସଫଳତାର ସହିତ ଏସ୍ଏଲ୍ସିର ଫିଜିକାଲ ପର୍ଫର୍ମାନ୍ସ ଟେଷ୍ଟରେ ଉନ୍ନୀତ ହୋଇପାରିଛନ୍ତି। ଆସନ୍ତା ଆଇପିଏଲ୍ ପାଇଁ ପେସର ଚାମିରା ଏବଂ ଓପନର ନିସାଙ୍କା ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ ରହିଥିବା ବେଳେ ସନ୍ରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର କାମିନ୍ଦୁ ମେଣ୍ଡିସଙ୍କୁ ରିଟେନ କରିଛି।
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ରେ ଅଂଶଗ୍ରହଣ ଲାଗି ଅନୁମତି ପାଇଁ ଆବେଦନ କରିଥିବା ଖେଳାଳିମାନଙ୍କୁ ଏସ୍ଏଲ୍ସିର ଫିଜିକାଲ ପର୍ଫର୍ମାନ୍ସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ।

