Posted inଖେଳ

ଆଜିଠୁ ଆଇପିଏଲ୍‌-୨୦୨୫ ପୁଣି ଆରମ୍ଭ: ବଢିଲା ଦର୍ଶକଙ୍କ ଉତ୍କଣ୍ଠା

ବେଙ୍ଗାଲୁରୁ, ୧୭।୫: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ଭାଗ ଶନିବାରଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକାତା ନାଇଟ ରାଇଡର୍ସ (କେକେଆର)। ବିଶେଷ କରି ଟେଷ୍ଟରୁ ଅବସର ଘୋଷଣା କରିଥିବା ବିରାଟ କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର ରହିବ। ଅପ୍ରତ୍ୟାଶିତଭାବେ ୧୦ ଦିନର ବ୍ରେକ୍‌ ପରେ ଆରସିବି ଓ କେକେଆର ନିଜ ନିଜର ରଣନୀତିକୁ ନେଇ ପଡ଼ିଆକୁ ଓହ୍ଲାଇବେ। ତେବେ ଉଭୟ ଦଳର ଗୋଟିଏ ଲକ୍ଷ୍ୟ ରହିବ। ତାହା ହେଲା ପ୍ଲେ-ଅଫ୍‌ ଯୋଗ୍ୟତା। ଆରସିବି ଏବେ ୧୧ ମ୍ୟାଚରୁ ୧୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଆଉ ଗୋଟିଏ ବିଜୟ ଦଳର ପ୍ଲେଅଫ୍‌ ଯୋଗତା ପାଇଁ ପର୍ଯ୍ୟାପ୍ତ ହେବ। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ କେକେଆର ୧୨ ମ୍ୟାଚରୁ ୧୧ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଏହି ଦଳକୁ ଅବଶିଷ୍ଟ ଖେଳିବାକୁ ଥିବା ସବୁ ମ୍ୟାଚ ଜିତିବାକୁ ହେବ।
ଆଇପିଏଲ୍‌ ବ୍ରେକ୍‌ ହେବା ବେଳକୁ ଆରସିବି କ୍ରମାଗତ ୪ ମ୍ୟାଚରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ କେକେଆର ଏହାର ଶେଷ ୩ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିଲା। ମେ’୩ରେ ଅନୁଷ୍ଠିତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଆରସିବି ଅଧିନାୟକ ରଜତ ପଟିଦାର ଅଙ୍ଗୁଳିରେ ଆଘାତ ପାଇଥିଲେ। ମାତ୍ର ଶୁକ୍ରବାର ନେଟ୍ସରେ ଦୀର୍ଘ ସମୟ ବିତାଇ ଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଭାରତ-ପାକ୍‌ ଲଢ଼େଇଜନିତ ବ୍ରେକ୍‌ ପରେ ଆରସିବିର ଅଧିକାଂଶ ବିଦେଶୀ ଖେଳାଳି ଦଳକୁ ଫେରିଛନ୍ତି। ଫିଲ୍‌ ସଲ୍ଟ, ଲୁନ୍‌ଗି ଏନ୍‌ଗିଡି, ଟିମ୍‌ ଡାଭିଡ, ଲିଆମ ଲିଭିଂଷ୍ଟୋନ ଓ ରୋମାରିଓ ଶେଫର୍ଡ ଆଗାମୀ ମ୍ୟାଚ ପାଇଁ ଉପଲବ୍ଧ ହେବେ। ତେବେ ଆହତ ଯୋଗୁ ବାଦ୍‌ ପଡ଼ିଥିବା ଦେବଦତ୍ତ ପଡିକାଲ ଓ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। ପଡିକାଲଙ୍କ ସ୍ଥାନରେ ସାମିଲ ହୋଇଥିବା ମୟଙ୍କ ଅଗ୍ରଓ୍ବାଲ ଭଲ ଖେଳିବେ ବୋଲି ଆରସିବି ନିଶ୍ଚିତ ଆଶା କରିବ। କାନ୍ଧରେ ଆଘାତ ପାଇଥିବା ହାଜେଲଉଡ୍‌ଙ୍କ ସମ୍ପର୍କରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ କିଛି ଅପ୍‌ଡେଟ୍‌ କରାଯାଇନାହିଁ।
ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଯୁବ ଖେଳାଳି ଅଙ୍କକ୍ରିଶ୍‌ ରଘୁବଂଶୀଙ୍କୁ ଛାଡ଼ିଦେଲେ କେକେଆରର ଅନ୍ୟ କୌଣସି ବ୍ୟାଟର ସ୍ଥିର ପ୍ରଦର୍ଶନ ଦେଇପାରି ନାହାନ୍ତି। ଏହା ଦଳପାଇଁ ଚିନ୍ତାର କାରଣ ହୋଇଛି। ଏପରି କ୍ଷେତ୍ରରେ ଦଳ ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂଙ୍କଠାରୁ ଅଧିକ କିଛି ଆଶା କରିବ। ତେବେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ, ବୈଭବ ଆରୋରା ଓ ହର୍ଷିତ ରାଣାଙ୍କୁ ନେଇ ଦଳର ବୋଲିଂ ଲାଇନ୍‌ଅପ୍‌ ବେଶ୍‌ ଭଲ। ଜ୍ୱର ଯୋଗୁ ଆଇପିଏଲ୍‌ରୁ ଓହରି ଯାଇଥିବା ମୋଇନ୍‌ ଅଲୀଙ୍କ ଅନୁପସ୍ଥିତି କିନ୍ତୁ ଦଳ ଅନୁଭବ କରିବ।
ଚିନ୍ନାସ୍ବାମୀ ପିଚ୍‌ ଏପର୍ଯ୍ୟନ୍ତ ଦ୍ରୁତ ବୋଲରଙ୍କୁ ସୁହାଇ ଆସିଛି। ଅନେକ କ୍ଷେତ୍ରରେ ବାଉନ୍ସରୁ ସ୍ପିନରମାନେ ମଧ୍ୟ ସହାୟତା ପାଇଛନ୍ତି। ମାତ୍ର ଏକ ସପ୍ତାହରୁ ଊର୍ଦ୍ଧ୍ୱ ବ୍ରେକ୍‌ ଏବଂ ମୌସୁମିବାୟୁ ଆସୁଥିବାରୁ ପିଚ୍‌ର ପ୍ରକୃତିରେ ପରିବର୍ତ୍ତନ ହୋଇପାରେ। ଏପରିସ୍ଥଳେ ଦଳ ଗୁଡ଼ିକ ନିଜ ରଣନୀତିରେ ପରିବର୍ତ୍ତନ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri