Posted inଖେଳ

IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ, ୧୬ା୫: ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶନିବାରଠାରୁ ପୁଣି ଖେଳାଯିବ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଟୁର୍ନାମେଣ୍ଟର ଅବଶିଷ୍ଟାଂଶ ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ ଷ୍ଟାର୍କ ଓ ଡୋନୋଭାନ ଫେରିରା ଭାରତ ନ ଆସିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହାର ଶେଷ ଦୁଇ ମ୍ୟାଚ ଖେଳିବା ଲାଗି ଇଂଲଣ୍ଡ ଅଲରାଉଣ୍ଡର ଓ୍ବିଲ ଜ୍ୟାକ୍ସ ଭାରତ ଫେରିବେ। ଅଷ୍ଟ୍ରେଲିଆ ପେସର ଷ୍ଟାର୍କ ଓ ଦକ୍ଷିଣ ଆଫ୍ରିକା ବ୍ୟାଟର ଫେରିରା ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାନେଜମେଣ୍ଟକୁ ଜଣାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଭିଯାନରେ ଷ୍ଟାର୍କଙ୍କର ଏକ ବଡ଼ ଭୂମିକା ରହିଛି। ସେ ୨୬.୧୪ ଆଭରେଜରେ ୧୪ ଉଇକେଟ ନେଇ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ହୋଇପାରିଛନ୍ତି। ପ୍ଲେ-ଅଫ୍‌ରେ ପ୍ରବେଶ ପାଇଁ ଦିଲ୍ଲୀ ଆଶା କ୍ଷୀଣ ହୋଇ ପଡ଼ିଥିବା ବେଳେ ତାଙ୍କ ଅନୁପସ୍ଥିତି ଦଳକୁ ବଡ଼ ଝଟକା ଲାଗିଛି।

ଫେରିରା ଚଳିତ ସିଜନରେ ମାତ୍ର ଗୋଟିଏ ମ୍ୟାଚ ଖେଳିଛନ୍ତି। ତାଙ୍କ ଦେଶ ଦକ୍ଷିଣ ଆଫ୍ରିକାର ଟ୍ରିଷ୍ଟାନ ଷ୍ଟବ୍ସ ଦିଲ୍ଲୀ କ୍ୟାପିଟାଲ୍ସର ଅବଶିଷ୍ଟ ୩ ମ୍ୟାଚ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେଇଛନ୍ତି। ଷ୍ଟବ୍ସ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବାକୁ ମନୋନୀତ ହୋଇଛନ୍ତି। ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ଯଦି ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରେ ଦଳ ପାଇଁ ଖେଳିବା ଲାଗି ସେ ଉପଲବ୍ଧ ହୋଇ ନ ପାରନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଉପଅଧିନାୟକ ଫାଫ୍‌ ଡୁପ୍ଲେସି ଉପଲବ୍ଧ ହେବେ କି ତା ସ୍ପଷ୍ଟ ହୋଇ ନାହିଁ। ପଞ୍ଜାବ କିଙ୍ଗ୍ସ ପାଇଁ ଦଳରେ ଯୋଗଦାନ କରିବା ଲାଗି ମାର୍କସ ଷ୍ଟୋଇନିସ୍‌ ଓ ଜୋଶ ଇଂଙ୍ଗ୍ଲିସ୍‌ ରାଜି ହୋଇଛନ୍ତି।

ମୁମ୍ବାଇ ଇଣ୍ଡିଆନ ବ୍ୟାଟର ଜ୍ୟାକ୍ସ ତାଙ୍କ ଦଳକୁ ଫେରିବେ ବୋଲି ସ୍ପଷ୍ଟ କରିଛନ୍ତି। ମୁମ୍ବାଇକୁ ତାଙ୍କର ଏକ ବିମାନ ଟିକେଟର ଏକ ଫଟୋ ସେ ଶୁକ୍ରବାର ଇନ୍‌ଷ୍ଟାଗ୍ରାମରେ ପୋଷ୍ଟିଂ କରିଛନ୍ତି। କିନ୍ତୁ ତାଙ୍କ ଦେଶର ଜୋସ୍‌ ବଟଲରଙ୍କ ଭଳି ସେ ମୁମ୍ବାଇ ଇଣ୍ଡିଆନ୍ସର ଶେଷ ଦୁଇଟି ଲିଗ୍‌ ମ୍ୟାଚ ଖେଳି ସ୍ବଦେଶ ଫେରିଯିବେ। କାରଣ ଆଇପିଏଲ୍‌ ପ୍ଲେ-ଅଫ୍‌ ବେଳକୁ ମେ ୨୯ରୁ ଇଂଲଣ୍ଡର ଓ୍ବେଷ୍ଟଇଣ୍ଡିଜ ବିିପକ୍ଷ ହ୍ବାଇଟ ବଲ୍‌ ସିରିଜ ଖେଳାଯିବାକୁଥିବାରୁ ଜାତୀୟ ଦଳ ପାଇଁ ଖେଳି ବା ଲାଗି ସେ ସ୍ବଦେଶ ଫେରିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri