ଗାଡ଼ିର ଚାଲାଣ କାଟିଦେଲା କି କ୍ୟାମେରା? ଘରେ ବସି ଏଭଳି କରିପାରିବେ ଯାଞ୍ଚ… 

ନୂଆଦିଲ୍ଲୀ,୧୬।୫: ଆଜିକାଲି ସବୁକିଛି ଡିଜିଟାଲ ହୋଇଗଲାଣି। ଟ୍ରାଫିକ ଚାଲାଣ ମଧ୍ୟ ଅନ୍‌ଲାଇନ୍‌ରେ ଆସୁଛି। ରାସ୍ତାରେ ଲାଗିଥିବା ହାଇଟେକ କ୍ୟାମେରାଗୁଡ଼ିକ କେତେବେଳେ ଗାଡ଼ିର ଫଟୋ ଉଠାଇ ଦିଅନ୍ତି  ଏବଂ ଚାଲାଣ ଜାରି କରନ୍ତି ତାହା ଜଣାପଡ଼େ ନାହିଁ। ପରେ ଯେତେବେଳେ ମୋବାଇଲକୁ ଏକ SMS ଆସେ, ସେତେବେଳେ ଜଣାପଡ଼େ ଯେ ଚାଲାଣ ଜାରି କରାଯାଇଛି। ଅନେକ ସମୟରେ ଗାଡ଼ି ମାଲିକ ଏନେଇ ଅବଗତ ମଧ୍ୟ ନ ଥାନ୍ତି। କାରଣ ଗାଡ଼ିଟି ଯଦି ଅନ୍ୟ କେହି ଚଳାଇବା ସମୟରେ ଟ୍ରାଫିକ ନିୟମ ଭଙ୍ଗ ହୋଇଥାଏ ତେବେ ବି ସମାନ ଚାଲାଣ ମିଳିଥାଏ।
ଏପରି ପରିସ୍ଥିତିରେ ଗାଡ଼ି ମାଲିକଙ୍କୁ ସମୟ ସମୟରେ ଅନଲାଇନରେ କୌଣସି ଚାଲାଣ ବାକି ଅଛି କି ନାହିଁ ଯାଞ୍ଚ କରି ଦେଖିବା ଉଚିତ। ଭଲ କଥା ହେଉଛି ଯେ ଆପଣ ଏହି ପ୍ରକ୍ରିୟାକୁ ଘରେ ସହଜରେ କରିପାରିବେ। ଆସନ୍ତୁ ଜାଣିବା:
ଅନଲାଇନରେ ଚାଲାଣ କିପରି ଯାଞ୍ଚ କରିବେ:
୧. ସର୍ବପ୍ରଥମେ ପରିବହନ ବିଭାଗର ଅଫିସିଆଲ ୱେବସାଇଟ https://echallan.parivahan.gov.in କୁ ଯାଆନ୍ତୁ।
୨. ୱେବସାଇଟରେ  “Check Challan Status” କିମ୍ବା “E-Challan Status” ବିକଳ୍ପକୁ ଚୟନ କରନ୍ତୁ।
୩. ଏହା ପରେ ଆପଣଙ୍କୁ ଆପଣଙ୍କର ଗାଡିର ପଞ୍ଜିକରଣ ନମ୍ବର, ଚାଲାଣ ନମ୍ବର (ଯଦି ଉପଲବ୍ଧ ଥାଏ), କିମ୍ବା ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦେବାକୁ ପଡିବ। ଗାଡ଼ି ନମ୍ବର ବ୍ୟତୀତ, ଆପଣ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଏବଂ ଚାଲାଣ ନମ୍ବର ମାଧ୍ୟମରେ ମଧ୍ୟ ସ୍ଥିତି ଯାଞ୍ଚ କରିପାରିବେ।
୪. ତା’ପରେ କ୍ୟାପଚା କୋଡ ପୂରଣ କରନ୍ତୁ ଏବଂ ଏହାକୁ ଦାଖଲ କରନ୍ତୁ।
୫. ପରେ ଆପଣ ଚାଲାଣର ସ୍ଥିତି ଦେଖିବେ।
୬. ଯଦି କୌଣସି ଚାଲାଣ ଜାରି କରାଯାଇଛି, ତେବେ ଆପଣଙ୍କୁ ଏହାର ତାରିଖ, କାରଣ ଏବଂ ଜରିମାନା ପରିମାଣ ଇତ୍ୟାଦି ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିଯିବ।
ଅନଲାଇନରେ ଚାଲାଣ କିପରି ପୈଠ କରିବେ?
ଯଦି ଚାଲାଣ ଜାରି ହୋଇଯାଇଥାଏ, ତେବେ ଆପଣ ତୁରନ୍ତ ସେହି ୱେବସାଇଟରୁ ଅନଲାଇନ ପେମେଣ୍ଟ କରିପାରିବେ। ଏଥିପାଇଁ ଆପଣ ଡେବିଟ କାର୍ଡ, କ୍ରେଡିଟ କାର୍ଡ, UPI କିମ୍ବା ନେଟ ବ୍ୟାଙ୍କିଂ ଭଳି ବିକଳ୍ପ ବ୍ୟବହାର କରିପାରିବେ।
ରାସ୍ତାରେ ଏହି ନିୟମଗୁଡ଼ିକୁ ପାଳନ କରନ୍ତୁ:
-ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖନ୍ତୁ – ଡ୍ରାଇଭିଂ ଲାଇସେନ୍ସ, RC (ପଞ୍ଜିକରଣ ପ୍ରମାଣପତ୍ର), ବୈଧ ବୀମା ଏବଂ PUC (ପ୍ରଦୁଷଣ ପ୍ରମାଣପତ୍ର)।
-ସମୟ ମଧ୍ୟରେ ବୀମା ନବୀକରଣ କରାନ୍ତୁ  ଯଦି ଯାନବାହନ ବୀମାର ମିଆଦ ଶେଷ ହୋଇଯାଇଛି, ତେବେ ଏହାକୁ ସମୟ ମଧ୍ୟରେ ନବୀକରଣ କରିବାକୁ ଭୁଲନ୍ତୁ ନାହିଁ।
-ଟ୍ରାଫିକ ନିୟମ ପାଳନ କରନ୍ତୁ – ସିଗନାଲ ଡେଇଁବା, ଅଧିକ ଦ୍ରୁତ ଗତିରେ ଗାଡି ଚାଳନା ଏବଂ ଭୁଲ ଦିଗରେ ଗାଡି ଚାଳନା ଏଡାନ୍ତୁ।
-ଏହି ସବୁ କଥାକୁ ମନେ ରଖି, ଆପଣ କେବଳ ଚାଲାଣରୁ ରକ୍ଷା ପାଇପାରିବେ ନାହିଁ ବରଂ ରାସ୍ତାରେ ସୁରକ୍ଷିତ ଯାତ୍ରା ମଧ୍ୟ ସୁନିଶ୍ଚିତ କରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

୧୦ ଟଙ୍କାର ନୋଟ ଖୋଲିବ ହନିମୁନ୍‌ ମର୍ଡର ମିଷ୍ଟ୍ରି: ଏବେ ସନ୍ଦେହ ଘେରରେ ସୋନମଙ୍କ ଭାଇ

ଇନ୍ଦୋର,୧୯।୬: ମେଘାଳୟର ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ତ୍ରିକୋଣୀୟ ପ୍ରେମ ହତ୍ୟାର ପ୍ରକୃତ କାରଣ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏବେ ମାମଲାର...

ମୋହନ ସରକାରଙ୍କ ବଡ଼ ଘୋଷଣା: ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା

ଭୋପାଳ,୧୯।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୀପାବଳିରୁ ପ୍ରତି ମାସରେ ଲାଡଲି ଭଉଣୀଙ୍କୁ ୧୫୦୦ ଟଙ୍କା...

ପୁସ୍ତକ ନ ଥାଇ ୨୧ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ସଜଡ଼ା ଚାଲିଛି ଭିତ୍ତିଭୂମି

ଭଞ୍ଜନଗର,୧୯ା୬(ବାବୁଲା ପ୍ରଧା): ଗ୍ରୀଷ୍ମ ଛୁଟି ସରିବା ପରେ ଆସନ୍ତା ୨୧ ତାରିଖରୁ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ ପାଇଁ ଖୋଲିବ। ଏହାପୂର୍ବରୁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ଚାଲିଛି।...

ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଘୋଷଣାକୁ ନେଇ ହଇଚଇ: ଏବେ ଟାର୍ଗେଟରେ ଖାମେନେଇ, ଲୁଚିଥିବା ବଙ୍କର ଉପରେ…

ଜେରୁଜେଲମ/ତେହରାନ,୧୯।୬: କେନ୍ଦ୍ରୀୟ ଇସ୍ରାଏଲର ବେରସେବା ହସ୍ପିଟାଲ ଉପରେ ଇରାନର ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏବେ...

ଇରାନରେ ରାଜ୍‌ କରିବେ ଏହି ୩ ରାଜକୁମାରୀ: ଜାଣନ୍ତୁ କେମିତି

ତେହେରାନ,୧୯।୬: ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶାସନ ବିପଦରେ ପଡ଼ିଛି। ଆମେରିକା ଏବଂ ଇସ୍ରାଏଲ ଖାମେନେଇଙ୍କୁ ହଟାଇବାକୁ...

ସାଇପ୍ରସ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ମୋଦି: ସବୁଠୁ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସରେ ଜୋରଦାର ସ୍ବାଗତ କରାଯାଇଥିଲା। ସାଇପ୍ରସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଗ୍ରାଣ୍ଡ କ୍ରସ ଅଫ ଦି...

ବିରାଟଙ୍କ କୋଚଙ୍କଠାରୁ ଟ୍ରେନିଂ ନେଉଛନ୍ତି ତାଙ୍କ ଭଣଜା, ରାଜକୁମାର ଶର୍ମା ଭେଟିଦେବେ ଆଉ ଜଣେ ମହାନ କ୍ରିକେଟର!

ନୂଆଦିଲ୍ଲୀ,୧୯।୬: ବିରାଟ କୋହଲି ପ୍ରାୟତଃ ସୋସିଆଲ ମିଡିଆରେ ଶିରୋନାମାରେ ରହିଥାଆନ୍ତି। ପୁଣିଥରେ ଏହି ଭାରତୀୟ ବ୍ୟାଟସମ୍ୟାନ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। କିନ୍ତୁ, ଏଥର ତାଙ୍କ ଖେଳ...

ଘଟଣାର ସପ୍ତାହକ ପରେ କାର୍ଯ୍ୟାନୁଷ୍ଠାନ ଶୂନ: ନ୍ୟାୟ ଅପେକ୍ଷାରେ ପରିବାର ଲୋକେ

ଭଦ୍ରକ,୧୯ା୬(ସନାତନ ରାଉତ):  ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁଁ ସାହୁସାହି ୧୧ନମ୍ବର ଓ୍ବାର୍ଡରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri