Posted inଖେଳ

IPL 2025: କୋହଲିଙ୍କ ସାଙ୍ଗ କରିବେ IPLରେ ଅମ୍ପାୟାରିଂ, ହେବ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୧୯।୩: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆରସିବି ଏବେ ବି ନିଜର ପ୍ରଥମ ଟାଇଟଲକୁ ଅପେକ୍ଷା କରିଛି। ଆରସିବି ଥରେ ବି ଆଇପିଏଲ ଟାଇଟଲ ଜିତିପାରିନାହିଁ। ସେପଟେ ବିରାଟ କୋହଲିଙ୍କ ଜଣେ ପୂର୍ବତନ ସାଥୀଙ୍କୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି । କୋହଲିଙ୍କ ସହ ଖେଳିଥିବା ତନ୍ମୟ ଶ୍ରୀବାସ୍ତବ ଆଇପିଏଲରେ ଅମ୍ପାୟାରିଂ କରିବେ।

ତନ୍ମୟ ଶ୍ରୀବାସ୍ତବ ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳିଥିଲେ। କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ଟାଇଟଲ ଜିତିଥିଲା। କୋହଲିଙ୍କ ସହ ଖେଳିଥିବା ତନ୍ମୟଙ୍କୁ ଏବେ ନୂଆ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କୁ ମ୍ୟାଚ ଅଫିସିଆଲ ଦାୟିତ୍ୱ ଦିଆଯାଇଛି। ଆଇପିଏଲ ପାଇଁ ତନ୍ମୟଙ୍କୁ ଅମ୍ପାୟାର ଭାବେ ଚୟନ କରାଯାଇଛି। ତେବେ ସେ ଫିଲ୍ଡ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇବେ ନାହିଁ।

ତନ୍ମୟ ପ୍ରାୟ ୫ ବର୍ଷ ତଳେ କ୍ରିକେଟ ଛାଡ଼ିଥିଲେ। ଏହାପରେ ସେ ଅମ୍ପାୟାରିଂ କୋର୍ସ କରିଥିଲେ। ତନ୍ମୟ ଦୁଇ ବର୍ଷ ପାଇଁ ଲେଭେଲ-୨ ପାଠ୍ୟକ୍ରମ ଶେଷ କରିବା ପରେ ଘରୋଇ କ୍ରିକେଟରେ ଅମ୍ପାୟାରିଂ ଆରମ୍ଭ କରିଥିଲେ। ଏବେ ସେ ଆଇପିଏଲରେ ଅମ୍ପାୟାର ଭାବେ ମନୋନୀତ ହୋଇଛନ୍ତି। ୟୁପିସିଏ ମଧ୍ୟ ଏକ୍ସରେ ଏ ବିଷୟରେ ଏକ ପୋଷ୍ଟ ସେୟାର କରିଛି ।

ଅମ୍ପାୟାର ହେବା ମାତ୍ରେ ତନ୍ମୟ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଆଇପିଏଲ ଖେଳିବା ପରେ ସେ ସେହି ଟୁର୍ନାମେଣ୍ଟରେ ଅମ୍ପାୟାରିଂ କରିବେ। ଆଇପିଏଲରେ ସେ ପଞ୍ଜାବ କିଙ୍ଗସ ଦଳର ସଦସ୍ୟ ଥିଲେ। ତନ୍ମୟ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ପଞ୍ଜାବ କିଙ୍ଗ୍ସର ସଦସ୍ୟ ଥିଲେ। ତେବେ ସେହି ସମୟରେ ଦଳର ନାମ ଥିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ।

ତନ୍ମୟ ୯୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୪୯୧୮ ରନ କରିଛନ୍ତି। ଏହି ଫର୍ମାଟରେ ସେ ୧୦ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଲିଷ୍ଟ ଏରେ ତନ୍ମୟ ୧୭୨୮ ରନ କରିଛନ୍ତି। ଲିଷ୍ଟ-ଏରେ ସେ ୭ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri