Posted inଖେଳ

ନାଟକୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା: ୨ ଘଣ୍ଟାରେ ବଦଳି ଗଲା ସବୁ ଖେଳ

ନୂଆଦିଲ୍ଲୀ,୨୭।୧୧: ଆଇପିଏଲସ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନଶନ ତାଲିକା ପ୍ରକାଶ କରିଛନ୍ତି। ଏହି ସଂପର୍କରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପୂର୍ବତନ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ରବିବାର ଖେଳାଳି ରିଲିଜ ଓ ରିଟେନଶନର ଶେଷ ଦିବସ ଥିଲା। ତଦନୁସାରେ ଗୁଜରାଟ ଟାଇଟନ୍ସ ପାଣ୍ଡ୍ୟାଙ୍କୁ ଅଧିନାୟକଭାବେ ଅପରିବର୍ତ୍ତିତ ରଖିଥିଲା। ମାତ୍ର ୨ ଘଣ୍ଟାର ନାଟକୀୟ ଘଟଣା କ୍ରମରେ ଗୁଜରାଟ ଓ ମୁମ୍ବାଇ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଆର୍ଥିକ କାରବାର ପରେ ହାର୍ଦ୍ଦିକ ମୁମ୍ବାଇକୁ ଫେରିବା ସମ୍ଭବ ହୋଇ ପାରିଛି। ତେବେ କାଗଜପତ୍ର କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଆଇପିଏଲ୍‌ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁଷ୍ଠାନିକ ଭାବେ ଅନୁମତି ଦେବା ବାକି ରହିଥିବା ଜଣାଯାଇଛି। ”ଅପରାହ୍ନ ୫ଟା ପରେ ହାର୍ଦ୍ଦିକଙ୍କୁ ନେଇ ଆର୍ଥିକ କାରବାର ପ୍ରକ୍ରିୟା ଶେଷ ହୋଇଛି। ତିନି ପକ୍ଷ ମଧ୍ୟରେ ଏହି ଆର୍ଥିକ କାରବାର ହୋଇଛି। ସେ ଏବେ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି“ ବୋଲି ବିସିସିଆଇର ଜଣେ ବରିଷ୍ଠ ପଦାଧିକାରୀ ତଥା ଆଇପିଏଲ ଗଭର୍ନିଂ କାଉନ୍ସିଲ ସଦସ୍ୟ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଡିସେମ୍ବର ୧୯ରେ ହେବାକୁଥିବା ଖେଳାଳି ନିଲାମ ପୂର୍ବରୁ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗଦେଇ ପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଡିସେମ୍ବର ୧୨ ପର୍ଯ୍ୟନ୍ତ ଟ୍ରେଡିଂ ଓ୍ବିନ୍‌ଡୋ ଓପନ ଥିବାରୁ ହାର୍ଦ୍ଦିକଙ୍କ ପାଇଁ ମୁମ୍ବାଇ ଦଳକୁ ଫେରିବା ପଥ ପରିଷ୍କାର ଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଗତ ଖେଳାଳି ନିଲାମରେ କାମେରନ ଗ୍ରୀନ୍‌ଙ୍କୁ ୧୭.୫ କୋଟି ଟଙ୍କାରେ କିଣିଥିଲା। ହାର୍ଦ୍ଦିକ ୧୫ କୋଟି ଟଙ୍କା ମୂଲ୍ୟରେ ଗୁଜରାଟ ଦଳରେ ରହିଥିଲେ। ଏବେ ହାର୍ଦ୍ଦିକଙ୍କୁ କିଣିବା ପାଇଁ ମୁମ୍ବାଇ ନିକଟରେ ଆବଶ୍ୟକ ଅର୍ଥ ଉପଲବ୍ଧ ନ ଥିଲେ ମଧ୍ୟ ଏପରି ଚୁକ୍ତି କରାଯାଇଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ହାର୍ଦ୍ଦିକ ୨୦୨୨ରେ ଟାଇଟନ୍ସରେ ଯୋଗଦେଇଥିଲେ ଏବଂ ଦଳକୁ ଟାଇଟଲ ବିଜୟୀ କରିଥିଲେ। ୨୦୨୩ରେ ତାଙ୍କ ନେତୃତ୍ୱରେ ଦଳ ଫାଇନାଲ ଖେଳିଥିଲା, ମାତ୍ର ଚେନ୍ନାଇ ସୁପର କିଙ୍ଗ୍ସଠାରୁ ହାରି ରନରଅପ୍‌ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ସିଜନ ପାଇଁ ରୋହିତ ଶର୍ମାଙ୍କ ନାମ ଅଧିନାୟକଭାବେ ଘୋଷଣା କରିସାରିଛି।
ପାଣ୍ଡ୍ୟା ଏପର୍ଯ୍ୟନ୍ତ ଆଇପିଏଲରେ ୧୨୩ଟି ମ୍ୟାଚ ଖେଳି ୨୩୦୯ ରନ ସ୍କୋର କରିଛନ୍ତି। ସେ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାର୍ଦ୍ଦିକଙ୍କ ସର୍ବଶ୍ରେଷ୍ଠ ଆଇପିଏଲ ସ୍କୋର ହେଉଛି ୯୧ ରନ। ସେ ଅଲରାଉଣ୍ଡର ଭାବେ ୫୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri