ମ୍ୟାଚ୍‌ ଜିତି ବି ଜରିମାନା ଗଣିଲେ ଗୁଜରାଟ ଟାଇଟନ୍ସ ଅଧିନାୟକ, ଖେଳାଳି; ଜାଣନ୍ତୁ…

ଅହମ୍ମଦାବାଦ,୧୧।୫: ଆଇପିଏଲ୍‌ ୨୦୨୪ରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଫଳରେ ଦଳ ପ୍ଲେଅଫ୍‌ରେ ନିଜର ଆଶା ଏବେ ବି ଉଜ୍ଜୀବିତ ରଖିଛି। ହେଲେ ଧୀମା ଓଭରକୁ ନେଇ ଗୁଜରାଟର ଅଧିନାୟକ ଶୁଭମନ ଗିଲଙ୍କ ଉପରେ ୨୪ ଲକ୍ଷର ଜରିମାନା ଲାଗିଛି।

ଏହା ସିଜନରେ ଦଳର ଧୀମା ଓଭରକୁ ନେଇ ଦ୍ୱିତୀୟ ଅପରାଧ ଥିଲା। ଏହାକୁ ନେଇ ପ୍ରତି ଖେଳାଳିଙ୍କ ଉପରେ ୬ ଲକ୍ଷ ଜରିମାନା ମଧ୍ୟ ଲଗାଯାଇଛି।

ପ୍ରକାଶ ଯେ, ଗୁଜରାଟ ଶୁକ୍ରବାର ଚେନ୍ନାଇକୁ ୩୫ ରନ୍‌ରେ ପରାଜିତ କରି ପ୍ଲେ ଅଫ୍‌ ଦୌଡ଼ରେ ରହିଛି। ଏବେ ଦଳ ୧୨ ମ୍ୟାଚ୍‌ରେ ୧୦ ପଏଣ୍ଟ ସହ ୮ମ ସ୍ଥାନରେ ଅଛି। ହେଲେ ଚେନ୍ନାଇ ୧୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

Share
Tags: Sports News