Posted inଖେଳ

ସିଏସ୍‌କେ-ଆରସିବି ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ: ଜାଣନ୍ତୁ କେଉଁଠି ଆଉ କେତେ ଟଙ୍କାରେ କରିପାରିବେ ବୁକିଂ

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରେ ଇଣ୍ଡିଆନ ପ୍ରିମିୟର ଲିଗର ଏହି ସିଜିନର ଉଦ୍‌ଘାଟନୀ ସମାରୋହ ମଧ୍ୟ ଅନୁଷ୍ଠିତ ହେବ । ସିଏସ୍‌କେ ଏବଂ ଆରସିବି ମ୍ୟାଚ ପାଇଁ ସବୁଠାରୁ ଶସ୍ତା ଟିକେଟ ୧୭୦୦ ଟଙ୍କା। କିନ୍ତୁ ଏହାକୁ କିଣିବା ପାଇଁ ଆପଣଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିପାରେ। ଅନଲାଇନରେ ଟିକେଟ କିଣୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ।

ସିଏସ୍‌କେ ଏବଂ ଆରସିବ ମ୍ୟାଚ ପାଇଁ ଟିକେଟ୍‌ ଆପଣ ଅନଲାଇନରେ କିଣିପାରିବେ । ଏଥିପାଇଁ ଆପଣ ପେଟିଏମ ଇନସାଇଡର୍‌ ପରିଦର୍ଶନ କରିପାରନ୍ତି କିମ୍ବା ବୁକ୍‌ ମାଇଁ ଶୋ’ରୁ କରିପାରିବେ। ଚେନ୍ନାଇ ଏବଂ ବାଙ୍ଗାଲୋର ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସବୁଠାରୁ ଶସ୍ତା ଟିକେଟ ୧୭୦୦ ଟଙ୍କା । ଚେନ୍ନାଇର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ତେଣୁ ୧୭୦୦ଟଙ୍କା ଟିକେଟ୍‌ ସି ଲୋୟର, ଡି ଲୋୟର ଏବଂ ଇ ଲୋୟର ବିଭାଗର ହେବ। ତେବେ ଏହି ତିନୋଟି ବିଭାଗ ବିଭାଗ ପାଇଁ ୧୭୦୦ରୁ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ ହେବ। କେଉଁ ଟିକେଟ୍‌ ପାଇବ ତାହା ମୂଲ୍ୟ ଉପରେ ନିର୍ଭର କରିବ।

ଟିକେଟର ଦ୍ୱିତୀୟ ପ୍ରାଇସ୍‌ ରେଞ୍ଜ ୪୦୦୦ରୁ ୭୫୦୦ଟଙ୍କା । ଏହା ଉପର ସି, ଡି , ଇ ଏବଂ ଆଇ, ଜେ, କେ ବିଭାଗଗୁଡିକର ଅଟେ। ଏହା ବ୍ୟତୀତ ଭିଭିଆଇ ଟିକେଟ୍‌ ମଧ୍ୟ ଅଛି କିନ୍ତୁ ସେଗୁଡ଼ିକ ଆଉ ଉପଲବ୍ଧ ନାହିଁ । ପେଟିଏମ ଇନସାଇଡର୍‌ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟିରୁ ଅଧିକ ଟିକେଟ କିଣି ପାରିବେନାହିଁ। ଅନ୍ୟପଟେ ବୁକ୍‌ ମାଇଁ ଶୋ’ ଟିକେଟ୍‌ ବୁକିଂ ସମ୍ପୂର୍ଣ ଭାବେ ବନ୍ଦ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri