Posted inଖେଳ

ଏହି ୧୦ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହେବା ନିଶ୍ଚିତ, ଭବିଷ୍ୟବାଣୀ କଲେ ଅଶ୍ୱିନ

ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ର ନିଲାମ ମଙ୍ଗଳବାର ଦୁବାଇରେ ହେବ । ନିଲାମରେ ମୋଟ ୩୩୩ ଖେଳାଳି ରହିବେ। ତେବେ ୧୦ଟି ଟିମ ପାଖରେ କେବଳ ୭୭ ଟି ସ୍ଲଟ ଖାଲି ଅଛି । ଏପରି ପରିସ୍ଥିତିରେ, ଦଳଗୁଡିକ କେବଳ ଅଭିଜ୍ଞ ଏବଂ ତାରକା ଖେଳାଳିଙ୍କ ଉପରେ ବିଡ୍‌ କରିବାକୁ ଚାହାଁନ୍ତି । ଏହି ସମୟରେ ଭାରତୀୟ ଦଳର ତାରକା ତଥା ମ୍ୟାଜିକାଲ ସ୍ପିନର ଆର ଅଶ୍ୱିନ ୧୦ ତାରକା ଖେଳାଳିଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଅଶ୍ୱିନ ତାଙ୍କ ଭବିଷ୍ୟବାଣୀରେ ମିଚେଲ ଷ୍ଟାର୍କ ଏବଂ ଟ୍ରାଭିସ ହେଡ୍‌ ପରି ତାରକା ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି।

ତାଙ୍କ ଭବିଷ୍ୟବାଣୀରେ ଅଶ୍ୱିନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସଙ୍କୁ ସବୁଠାରୁ ମହଙ୍ଗା ଖେଳାଳି ବୋଲି ବର୍ଣ୍ଣନା କରିଛନ୍ତି। ଅଶ୍ୱିନ କହିଛନ୍ତି , ଉଭୟ ଖେଳାଳିଙ୍କ ପାଇଁ ସମ୍ଭାବ୍ୟ ବିଡ ୧୪ କୋଟିରୁ ଅଧିକ ହେବ। ଏହା ବ୍ୟତୀତ ଅଶ୍ୱିନ ଭାରତୀୟ ବଂଶୋଭବ ଶାହରୁଖ ଖାନଙ୍କୁ ୧୦ ଖେଳାଳି ତାଲିକାରେ ରଖିଛନ୍ତି। ସେ ଶାହରୁଖଙ୍କୁ କହିଛନ୍ତି ଯେ ତାଙ୍କ ପାଇଁ ୧୦ରୁ ୧୪କୋଟି ଟଙ୍କାର ବିଡ କରାଯାଇପାରେ। ଶାହରୁଖ ଜଣେ ଅଭିଜ୍ଞ ଖେଳାଳି।

ଏହା ବ୍ୟତୀତ ଭାରତୀୟ ସ୍ପିନର ତାଙ୍କ ତାଲିକାରେ ୨୦୨୩ ବିଶ୍ୱକପ୍‌ରେ ଧମାଲ କରିଥିବା ରାଚିନ ରବିନ୍ଦ୍ର ଏବଂ ଟ୍ରାଭିସ ହେଡ୍‌ଙ୍କୁ ମଧ୍ୟ ସାମିଲ କରିଛନ୍ତତି। ରାଚିନଙ୍କୁ ନେଇ ଅଶ୍ୱିନ ୪ ରୁ ୭କୋଟି ଟଙ୍କା ଆଶା କରିଛନ୍ତି। ସେହିପରି ଟ୍ରାଭିସଙ୍କୁ ନେଇ ସେ ୨ ରୁ ୪ କୋଟି ଟଙ୍କା ସମ୍ଭାବନା ଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ନିଲାମରେ ଅଶ୍ୱିନଙ୍କ ଭବିଷ୍ୟବାଣୀ କେତେ ସଠିକ ତାହା ଦେଖିବା ମଜାଦାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri