Posted inଖେଳ

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର ମୁଖ୍ୟ କୋଚ କ୍ରେଗ ଫୁଲଟନ ମନପ୍ରୀତ ସିଂହଙ୍କ ସପକ୍ଷରେ ବାହାରି ହକି ଇଣ୍ଡିଆ ଲିଗର ଚେନ୍ନାଇ ପର୍ଯ୍ୟାୟର ଗୋଟିଏ ଦିନ ପରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ହକି ଇଣ୍ଡିଆ ତାଙ୍କୁ ଏଥିପାଇଁ ରାଜି କରାଇବା ପରେ ସେ ରହିବାକୁ ବାଧ୍ୟ ହୋଇଥିଲେ। ବିଶୃଙ୍ଖଳାଗତ କାରଣରୁ ଭାରତର କୋର୍‌ ସମ୍ଭାବ୍ୟ ତାଲିକାରୁ ଅଭିଜ୍ଞ ମିଡ ଫିଲ୍ଡର ମନପ୍ରୀତ ସିଂହଙ୍କୁ ବାଦ ଦିଆଯିବାକୁ ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ ଦୃଢ଼ ବିରୋଧ କରିଥିଲେ। ଫୁଲଟନ ନିଷ୍ପତ୍ତି ପରେ ଇସ୍ତଫା ଦେବାକୁ ଧମକ ଦେଇଥିଲେ, କିନ୍ତୁ ହକି ଇଣ୍ଡିଆ ତାଙ୍କୁ ଏପରି ବୁଝାଇବା ପରେ ରହିବାକୁ ରାଜି ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଫୁଲଟନ ଫେବୃଆରୀ ୧ ରୁ ୭ ପର୍ଯ୍ୟନ୍ତ ରାଉରକେଲାରେ ଅନୁଷ୍ଠିତ ୩୩ କୋର୍‌ ସମ୍ଭାବ୍ୟ ତାଲିକାରୁ ମନପ୍ରୀତଙ୍କୁ ବାଦ ଦେବା ପାଇଁ ଚାପକୁ ‘ବାହ୍ୟ ହସ୍ତକ୍ଷେପ’ ବୋଲି ବର୍ଣ୍ଣନା କରିଥିଲେ। ଏହା ଜଣାପଡ଼ିଥିଲା ଯେ, ମନପ୍ରୀତ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଏକ ଡ୍ରଗ୍ସ-ସମ୍ବନ୍ଧୀୟ ଚୁଇଙ୍ଗମ ଦୁର୍ନୀତିରେ ଜଡିତ ଥିଲେ। ଦୁଇ ଥର ଅଲିମ୍ପିକ ପଦକ ବିଜେତାଙ୍କୁ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୋର୍‌ ସମ୍ଭାବ୍ୟ ତାଲିକାରୁ ବାଦ ଦିଆଯାଇଥିଲା।

ସମ୍ଭାବ୍ୟ ଖେଳାଳିଙ୍କୁ ଚୂଡ଼ାନ୍ତ କରିବା ପାଇଁ ଏକ ବୈଠକରେ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଳା ନାଥ ସିଂହ ଏବଂ ମୁଖ୍ୟ ଚୟନକର୍ତ୍ତା ଆରପି ସିଂହ ପ୍ରମୁଖଙ୍କ ସର୍ବସମ୍ମତିକ୍ରମେ ମନପ୍ରୀତଙ୍କୁ ବାଦ ଦିଆଯିବା ଉଚିତ ବୋଲି କୁହାଯାଇଥିଲା। ଏହା ଦେଖି ଫୁଲଟନ ରାଗିଯାଇଥିଲେ। ସୂତ୍ର ଅନୁଯାୟୀ ଫୁଲଟନ ମନପ୍ରୀତଙ୍କୁ ଯୁବ ଖେଳାଳିଙ୍କ ପାଇଁ ଜଣେ ପରାମର୍ଶଦାତା ହେବା ବିଷୟରେ କହିଥିଲେ। କିନ୍ତୁ ଦିଲୀପ ଜୋର ଦେଇଥିଲେ ଯେ, ଖେଳାଳିମାନେ ଅନ୍ୟ ବରିଷ୍ଠ ଖେଳାଳିଙ୍କଠାରୁ ଶିଖନ୍ତୁ। ହକି ଇଣ୍ଡିଆ ମନପ୍ରୀତଙ୍କ ସହିତ ଯେଉଁଭଳି ବ୍ୟବହାର କରିଥିଲା ସେଥିରେ କିଛି ଖେଳାଳି ଅସନ୍ତୁଷ୍ଟ ଥିଲେ।

ଆସନ୍ତା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ଫେବୃଆରୀ ୧ରୁ ୭ ପର୍ଯ୍ୟନ୍ତ ଏକ ତାଲିମ ଶିବିରର ଆୟୋଜନ କରାଯାଇଛି। ଏଥିଲାଗି ଘୋଷଣା କରାଯାଇଥିବା ୩୩ ଜଣିଆ ଭାରତୀୟ ପୁରୁଷ ହକି ଦଳରୁ ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କ ସମେତ ଅନ୍ୟ ଦୁଇ ଦିଲପ୍ରୀତ ସିଂ ଓ ଗୋଲକିପର କ୍ରିଶନ ବାହାଦୁର ପାଠକ ବାଦ୍‌ ପଡ଼ିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ତାହାର ପ୍ରକୃତ କାରଣ ଏବେ ଜଣାପଡ଼ିଛି। ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଟୁର୍‌ ବେଳେ ବିଶୃଙ୍ଖଳାଗତ ସମସ୍ୟା କାରଣରୁ ଏହି ଖେଳାଳିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। ଭାରତ ଡିସେମ୍ବର ୨ରୁ ୧୬ ମଧ୍ୟରେ ଏକ ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯାଇଥିଲା। ଦଳ ଦୁଇଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର’ ରଖିବାରେ ସମର୍ଥ ହୋଇଥିଲା। ଏହି ଟୁର୍‌ ବେଳେ ଦଳର ଜଣେ ଖେଳାଳି ଅନୁପସ୍ଥିତ ରହିଥିଲେ। ଏହାଦ୍ୱାରା ସେ ଶୃଙ୍ଖଳା ଭଙ୍ଗ କରିଥିଲେ। ପରେ ଜଣାପଡ଼ିଥିଲା ଯେ, ମନପ୍ରୀତ୍‌, ଦିଲପ୍ରୀତ୍‌ ଓ ପାଠକ ଏହି ଖେଳାଳି ଜଣଙ୍କୁ ଚୁଇଂଗମ୍‌ ସେବନ କରିବାକୁ ଦେଇଥିଲେ, ଯେଉଁଥିରେ କି ନିଷିଦ୍ଧ ଉପାଦାନର ମାତ୍ରା ରହିଥିଲା। ଖେଳାଳି ଜଣକ ଏହି ଚୁଇଂଗମ୍‌ ସେବନ କରିବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଖେଳାଳିଙ୍କର ରାତିସାରା ଯନତ୍ ନିଆଯାଇଥିଲା। ଏହି କାରଣରୁ ସେ ପରଦିନ ସକାଳ ବୈଠକରେ ଯୋଗଦେଇ ପାରି ନ ଥିଲେ। ଖବର ଅନୁସାରେ ଚୁଇଂଗମ୍‌ ଦେଇଥିବା ଖେଳାଳିମାନେ ସେମାନଙ୍କ ଦୋଷ ସ୍ବୀକାର କରିଥିଲେ। କିନ୍ତୁ ମ୍ୟାନେଜମେଣ୍ଟ ଘଟଣାକୁ ଗୁରୁତ୍ୱର ଭାବେ ନେଇଥିଲା ଏବଂ ସମ୍ଭାବ୍ୟ ଖେଳାଳି ତାଲିକାରୁ ଏହି ଖେଳାଳିମାନଙ୍କୁ ବାଦ୍‌ ଦେଇଥିଲା। ଖବରରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଘଟଣା ସମ୍ପର୍କରେ କୌଣସି ରିପୋର୍ଟ ଭାରତର ବିଦେଶୀ କୋଚ୍‌ କ୍ରେଗ୍‌ ଫଲ୍ଟନଙ୍କ ନିକଟରେ ଉପସ୍ଥାପନ କରାଯାଇ ନ ଥିଲା। ସିନିୟର ଖେଳାଳି ବିଶେଷ କରି ପୂର୍ବତନ ଅଧିନାୟକ ମନପ୍ରୀତ ସିଂ ପଛକୁ ପଛ ୨୦୨୦ ଟୋକିଓ ଏବଂ ୨୦୨୪ ପ୍ୟାରିସ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା। ମନପ୍ରୀତ୍‌ଙ୍କୁ ଦଳରୁ ବାଦ୍‌ ଦିଆଯିବା ପଛରେ ଅନ୍ୟ ଏକ କାରଣ ଥାଇପାରେ ବୋଲି ଅନେକେ କହୁଛନ୍ତି। ସର୍ବାଧିକ ୪୧୨ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନାମରେ ରହିଥିବା ରେକର୍ଡର ସମକକ୍ଷ ହେବାରୁ ବଞ୍ଚତ୍ତ କାରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ରେକର୍ଡ ସମକକ୍ଷ ହେବାଲାଗି ଏହି ମିଡ୍‌ଫିଲ୍ଡର ଆଉ ମାତ୍ର ଗୋଟିଏ ମ୍ୟାଚ ପଛରେ ଥିଲେ। ଗତ ପ୍ରୋ-ଲିଗ୍‌ ସିଜନରେ ଭାଗ ନେଇଥିବା ୯ଟି ଦଳ ମଧ୍ୟରେ ଭାରତ ୮ମ ସ୍ଥାନ ଅଧିକାର କରିଥିଲା। ଏଥର ଭାରତ ଫେବୃଆରୀ ୧୧ରେ ବେଲଜିୟମ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଏହାର ଦିନକ ପରେ ଦଳ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ହରମନପ୍ରୀତ୍‌ ସିଂଙ୍କ ନେତୃତ୍ୱାଧୀନ ଦଳ ରିଟର୍ନ ଫିକ୍ସରରେ ଫେବୃଆରୀ ୧୪ରେ ବେଲଜିୟମ ସହିତ ମୁକାବିଲା କରିବ। ଏହାର ଦିନକ ପରେ ଦଳ ପୁଣି ଆର୍ଜେଣ୍ଟିନା ସହ ମୁକାବିଲା କରିବ। ଦଳ ପରେ ହୋବାର୍ଟ ଗସ୍ତ କରିବ। ସେଠାରେ ସ୍ପେନ (ଫେବୃଆରୀ ୨୧ ଓ ୨୪) ଏବଂ ଅଷ୍ଟ୍ରେଲିଆ (ଫେବୃଆରୀ ୨୨ ଓ ୨୫)କୁ ଭେଟିବ। ଟୁର୍ନାମେଣ୍ଟର ୟୁରୋପିଆନ ଲିଗ୍‌ ଜୁନ୍‌ରେ ଅନୁଷ୍ଠିତ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?