ଉଦ୍‌ଘାଟନୀ ମ୍ୟାଚ୍‌ରେ ଗୁଜରାଟ-ଚେନ୍ନାଇ ମହାମୁକାବିଲା

ଅହମ୍ମଦାବାଦ,୩୦ା୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍‌ର ୧୬ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମହାମୁକାବିଳା ହେବ।

୨୦୨୨ ସିଜନରେ ପ୍ରଥମ ଥର ପାଇଁ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ସବୁ ଦଳକୁ ପଛରେ ପକାଇ ଚାମ୍ପିୟନ୍‌ ବିବେଚିତ ହୋଇଥିଲା। ଅନ୍ୟପକ୍ଷେ ହାର୍ଦ୍ଦିକ ସର୍ବଦା ଧୋନୀଙ୍କୁ ନିଜର ଆଦର୍ଶ ବୋଲି କହୁଥିବା ବେଳେ  ଏହି ମ୍ୟାଚ୍‌କୁ ଗୁରୁ-ଶିଷ୍ୟଙ୍କ ମ୍ୟାଚ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସୂଚନା ଯୋଗ୍ୟ, ୪୨ ବର୍ଷ ବୟସରେ ଧୋନୀ ପୁଣି ଥରେ ଅଧିନାୟକ ଭୂମିକାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗତ ସିଜନରେ ପ୍ରଥମ ଥର ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍‌ରେ ପ୍ରବେଶ କରିବାରେ ସମର୍ଥ ହୋଇ ନ ଥିଲା। ହେଲେ ୨୦୨୩ ସିଜନରେ ଚେନ୍ନାଇ ମଧ୍ୟ ପୂର୍ବ ସଂସ୍କରଣ ଭଳି ଖେଳିବାକୁ ଉଦ୍ୟମ କରିବ। ଏଭଳି ସ୍ଥିତିରେ ଗୁଜରାଟ- ଚେନ୍ନାଇ ଉଦ୍‌ଘାଟନୀ ମ୍ୟାଚ୍‌ ମହାମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଷ୍ଟାର ସ୍ପୋଟର୍‌ସ ଏବଂ ଜିଓ ସିନେମାରେ ଏହାର ସିଧା ପ୍ରସାରଣ କରାଯିବ।