Categories: Uncategorized

ପ୍ରଥମ ବଲରେ ରାହୁଲ ଆଉଟ୍‌ ହେବା ପରେ ଶ୍ୱଶୁର-ଗର୍ଲଫ୍ରେଣ୍ଡଙ୍କ ଥିଲା ଏମିତି ପ୍ରତିକ୍ରିୟା

ମୁମ୍ବାଇ,୧୧।୪: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩ ରନ୍‌ରେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସକୁ ପରାସ୍ତ କରିଛି। ଚଳିତ ଆଇପିଏଲ୍‌ରେ ଲକ୍ଷ୍ନୌ ଅଧିନାୟକ କେଏଲ୍‌ ରାହୁଲଙ୍କ ପ୍ରଦର୍ଶନ ମିଶ୍ରିତ ରହିଛି। ସେ ୫ ପାଳିରେ ୨ଥର ଶୂନରେ ଆଉଟ୍‌ ହୋଇଥିବାବେଳେ ଅନ୍ୟ ୨ଟି ପାଳିରେ ଯଥାକ୍ରମେ ୪୦, ୬୮ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଚଳିତ ଆଇପିଏଲ୍‌ରେ ରାହୁଲ ରାଜସ୍ଥାନ ବିପକ୍ଷରେ ଦ୍ୱିତୀୟଥର ଶୂନରେ ଆଉଟ୍‌ ହୋଇଥିଲେ। ଇନିଂସର ପ୍ରଥମ ବଲ୍‌ରେ ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ତାଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ। ଏହାପୂର୍ବରୁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମଧ୍ୟ ସେ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ।
ରାଜସ୍ଥାନ ବିପକ୍ଷ ମୁକାବିଲାରେ ଲକ୍ଷ୍ନୌ ଟିମ୍‌କୁ ସମର୍ଥନ ଦେବା ପାଇଁ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ ଏବଂ ତାଙ୍କ ଝିଅ ତଥା ରାହୁଲଙ୍କ ଗର୍ଲଫ୍ରେଣ୍ଡ ଆଥିୟା ଷ୍ଟାଡିୟମରେ ପହଞ୍ଚିଥିଲେ। ଉଭୟ ଲକ୍ଷ୍ନୌ ଦଳର ଜର୍ସି ପିନ୍ଧିଥିଲେ। କିନ୍ତୁ ଏହି ମ୍ୟାଚ ସେମାନଙ୍କ ପାଇଁ ବିଶେଷ କିଛି ନ ଥିଲା। ପ୍ରଥମେ ରାହୁଲ ପ୍ରଥମ ବଲ ଖେଳି ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ, ତା’ପରେ ଲକ୍ଷ୍ନୌ ମଧ୍ୟ ୩ ରନ୍‌ରେ ମ୍ୟାଚ୍‌ ହାରିଥିଲା। ରାହୁଲ ପ୍ରଥମ ବଲ୍‌ରେ ଆଉଟ୍‌ ହେବା ପରେ ଉଭୟ ବାପ-ଝିଅଙ୍କ ମୁହଁରେ ନିରାଶା ସ୍ପଷ୍ଟ ଦେଖାଯାଇଥିଲା।