Categories: ଖେଳ

ରାହୁଲଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍‌ ପାଇଁ ନୂତନ ଦଳ ସହିତ ମେଗା ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ଟୁର୍ନାମେଣ୍ଟର ଏକ ଅଂଶ ଭାବରେ ୮ଟି ଦଳକୁ ସେମାନଙ୍କ ଚାରି ଖେଳାଳିଙ୍କୁ ରଖିବା ପାଇଁ ବିକଳ୍ପ ଦିଆଯାଇଛି। ଏହା ବ୍ୟତୀତ ବାକି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ପ୍ରବେଶ କରିବାକୁ ପଡିବ । ଫ୍ରାଞ୍ଚାଇଜ ଦଳ ପଞ୍ଜାବ କିଙ୍ଗ୍ସ ଛାଡିବାକୁ ମନସ୍ଥ କରିଥିବା କ୍ୟାପଟେନ କେ.ଏଲ ରାହୁଲ ନୂତନ ଦଳରେ ଯୋଗଦେବେ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଲକ୍ଷ୍ନୌ ଦଳ ତାଙ୍କୁ ଅଧିନାୟକ କରିବାକୁ ଚାହୁଁଛି।
ଭାରତୀୟ କ୍ରିକେଟ ଦଳର ଓପନର୍‌ କେ.ଏଲ ରାହୁଲ ଜଣେ ଦକ୍ଷ ଦକ୍ଷ ବ୍ୟାଟ୍ସମ୍ୟାନ ହୋଇ ଦଳକୁ ଅନ୍ୟାନ୍ୟ ଉପାୟରେ ସହଯୋଗ କରିପାରିବେ। ସେ ଓପନିଂ ସହିତ ଅଧିନାୟକତ୍ୱ ଏବଂ ଉଇକେଟ ରକ୍ଷକ ଭାବରେ କାର୍ଯ୍ୟକରିପାରିବେ। ଲକ୍ଷ୍ନୌ ଫ୍ରାଞ୍ଚାଇଜ ଦ୍ୱାରା କେ.ଏଲ ରାହୁଲଙ୍କୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯଦି ରାହୁଲ ଏହି ଅଫରକୁ ଗ୍ରହଣ କରନ୍ତି, ତେବେ ସେ ଲିଗ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇପାରିବେ। ଦଳ ତାଙ୍କୁ ଅଧିନାୟକ ମଧ୍ୟ କରିପାରେ। ରାହୁଲ ବର୍ତ୍ତମାନ ୧୧ କୋଟି ଟଙ୍କା ପାଛଛନ୍ତି। ଟିମ ଇଣ୍ଡିଆର ଟି -୨୦ର ବର୍ତ୍ତମାନର ଉପ-ଅଧିନାୟକ ରାହୁଲ ଏବେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଅଛନ୍ତି। କିନ୍ତୁ ଫ୍ରାଞ୍ଚାଇଜ ଛାଡିବାକୁ ସେ ନିଷ୍ପତ୍ତି ନେଇଛନ୍ତି।
ରାହୁଲ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାକୁ ଯାଉଛନ୍ତି। ଯଦି ସେ ଲକ୍ଷ୍ନୌ ଦଳର ଅଧିନାୟକତ୍ୱର ଅଫର ଗ୍ରହଣ କରନ୍ତି, ତେବେ ଦରମା ହିସାବରେ ୨୦ କୋଟି ଟଙ୍କା ଦିଆଯିବ । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ବିରାଟ କୋହଲି ଏହି ଟୁର୍ନାମେଣ୍ଟର ସବୁଠାରୁ ଦାମୀ ଖେଳାଳି।

Share