ଆଇପିଏଲ ୨୦୨୨: ଅରେଞ୍ଜ-ପର୍ପଲ କ୍ୟାପ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ମୁମ୍ବାଇ,୧୭।୫: ଆଇପିଏଲ ୨୦୨୨ର ୬୪ତମ ମ୍ୟାଚ୍‌ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଚାଇନାମାନ ସ୍ପିନର କୁଲଦୀପ ଯାଦବ ଏବଂ ପଞ୍ଜାବ କିଙ୍ଗ୍ସର ଓପନର୍‌ ଶିଖର ଧାୱନର ଅରେଞ୍ଜ୍‌ ଏବଂ ପର୍ପଲ କ୍ୟାପ ଦୌଡ଼ରେ ଟପ-୪ରେ ପ୍ରବେଶ କରିଛନ୍ତି। ଶିଖର ଏହି ସିଜନରେ ୧୩ଟି ମ୍ୟାଚରୁ ୪୨୧ ରନ ସଂଗ୍ରହ କରିଥିବାବେଳେ କୁଲଦୀପ ମଧ୍ୟ ସମାନ ସଂଖ୍ୟକ ମ୍ୟାଚରେ ୨୦ ଉଇକେଟ ନେଇ ଚତୁର୍ଥ ସ୍ଥାନରେ ମଧ୍ୟ ପହଞ୍ଚିଛନ୍ତି। ରାଜସ୍ଥାନ ରୟାଲ୍ସର ଜୋସ ବଟଲର୍‌ ୧୩ଟି ମ୍ୟାଚରେ ୬୨୭ ରନ କରି ଅରେଞ୍ଜ୍‌ କ୍ୟାପ ରେସ୍‌ର ଶୀର୍ଷରେ ରହିଛନ୍ତି। କେଏଲ ରାହୁଲ ୧୩ଟି ମ୍ୟାଚ ପରେ ୪୬୯ ରନ ସହ ଦୁଇ ନମ୍ବରରେ ଅଛନ୍ତି। ୧୧ଟି ମ୍ୟାଚରେ ୪୨୭ ରନ ସହ ଦିଲ୍ଲୀ କ୍ୟାପିଟାଲର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ତୃତୀୟ ସ୍ଥାନରେ ଅଛନ୍ତି।
ଏଥିସହିତ, ଆରଆର ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ ପର୍ପଲ କ୍ୟାପ ନିଜ ପାଖରେ ରହିଛନ୍ତି। ଚହଲ ୧୩ଟି ମ୍ୟାଚରୁ ୨୪ଟି ଉଇକେଟ ନେଇଛନ୍ତି। ହସରଙ୍ଗା ୨୩ଟି ଉଇକେଟ ନେଇଥିବା ବେଳେ ପଞ୍ଜାବ କିଙ୍ଗ୍ସର କାଗିସୋ ରାବାଡା ୧୨ଟି ମ୍ୟାଚରେ ୨୨ଟି ଉଇକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି। କୁଲଦୀପ ମଧ୍ୟ ସମାନ ସଂଖ୍ୟକ ମ୍ୟାଚରେ ୨୦ ଉଇକେଟ ନେଇ ଚତୁର୍ଥ ସ୍ଥାନରେ ମଧ୍ୟ ପହଞ୍ଚିଛନ୍ତି। ୧୩ଟି ମ୍ୟାଚରେ ୧୮ ଉଇକେଟ ନେଇ ମହମ୍ମଦ ଶାମି ପଞ୍ଚମ ସ୍ଥାନରେ ଅଛନ୍ତି।

Share