Categories: ଖେଳ

ଖାସ୍‌ ଜୋତା ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ରୋହିତ ଶର୍ମା; ଦର୍ଶକ କଲେ ସଲାମ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ସମସ୍ତଙ୍କ ହୃଦୟ ଜିତିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ରୋହିତ ଏକ ବିଶେଷ ବାର୍ତ୍ତା ଦେଇଥିଲେ।

ଏହି ଆଇପିଏଲରେ ରୋହିତ ଭାରତୀୟ ଗଣ୍ଡାର ସଂରକ୍ଷଣ ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲେ। ମ୍ୟାଚ ସମୟରେ ହିଟମ୍ୟାନ ‘ଗୋଟିଏ ଶିଙ୍ଗିଆ ଗଣ୍ଡା’ର ଫଟୋଗ୍ରାଫ ସହିତ ଜୋତା ପିନ୍ଧିଥିଲେ, ଏହି ବିଲୁପ୍ତ ପ୍ରଜାତିଗୁଡିକ ସଂରକ୍ଷଣ କରିବା ପାଇଁ ବିଶ୍ୱକୁ ଏକ ନିବେଦନ କରିଥିଲେ। ସୋସିଆଲ ନେଟୱାର୍କିଂ ସାଇଟରେ ଫଟୋ ଶେୟାର କରି ରୋହିତ ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି। ଯେ କହିଛନ୍ତ, ଗତକାଲି ଯେତେବେଳେ ମୁଁ ପଡ଼ିଆକୁ ଗଲି ଏହା ମୋ ପାଇଁ ଏକ ମ୍ୟାଚ୍‌ ଠାରୁ ଅଧିକ ଥିଲା । କ୍ରିକେଟ ଖେଳିବା ମୋର ସ୍ବପ୍ନ ଏବଂ ଏହି ଦୁନିଆକୁ ଏକ ଉତ୍ତମ ସ୍ଥାନ କରିବାରେ ସାହାଯ୍ୟ କରିବା ହେଉଛି ଏକ କାରଣ, ଯାହା ଆମ ସମସ୍ତଙ୍କୁ କାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share