Categories: ଖେଳ

ଆଇପିଏଲ୍‌ରେ ସବୁଠୁ ରୋମାଞ୍ଚକ ମ୍ୟାଚ୍‌ କେଉଁ ଦଳଗୁଡିକ ମଧ୍ୟରେ ହୋଇଥାଏ ଜାଣନ୍ତି

ଆଇପିଏଲ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ସମସ୍ତ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ଅପେକ୍ଷା କରିଛନ୍ତ। ଦୁନିଆର ସବୁଠାରୁ ପ୍ରସିଦ୍ଧ ଏହି ଲିଗ୍‌ ଚଳିତବର୍ଷ ଏପ୍ରିଲ ୯ରୁ ଆରମ୍ଭ ହେବ। ଏହି କ୍ରିକେଟ ଲିଗରେ ସବୁବେଳେ ରୋମାଞ୍ଚକର ମ୍ୟାଚ ଥାଏ। ଆଇପିଏଲ୍‌ର ସବୁଠୁ ରୋମାଞ୍ଚକ ମ୍ୟାଚ୍‌ କେଉଁ କେଉଁ ଦଳ ମଧ୍ୟରେ ହୋଇଥାଏ।

ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ
ଆଇପିଏଲର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଦଳ। ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସବୁବେଳେ ରୋମାଞ୍ଚକର ଅଟେ। ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ସବୁଠାରୁ ସଫଳ ଦଳ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହି ଦଳ ପାଇଁ ଏପର୍ଯ୍ୟନ୍ତ ପାଞ୍ଚ ଥର ଟାଇଟଲ ଜିତିଛନ୍ତି। ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ମଧ୍ୟ କାହାଠାରୁ କମ ନୁହେଁ। ୨୦୨୦ ବର୍ଷ ବ୍ୟତୀତ ପ୍ରତ୍ୟେକ ଥର ଆଇପିଏଲ ପ୍ଲେ ଅଫ କରିବାରେ ସିଏସ୍‌କେର ଦଳ ସଫଳ ହୋଇଛି । ଚେନ୍ନାଇ ଦଳ ଆଇପିଏଲର ସବୁଠାରୁ ସ୍ଥିର ଦଳ ବୋଲି ବିବେଚନା କରାଯାଏ।

ଚେନ୍ନାଇ ସୁପର କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ ଦକ୍ଷିଣ ଭାରତର ଦୁଇଟି ଜବରଦସ୍ତ ଦଳ। ଯେତେବେଳେ ଦୁଇ ଦଳ ଆଇପିଏଲରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ଉଭୟ ଦଳ ଗୋଟିଏ ଲେଖାଏ ରନ ପାଇଁ ସଂଘର୍ଷ କରନ୍ତି । ଅନ୍ୟପକ୍ଷରେ ଏମଏସ ଧୋନୀ ଏବଂ ବିରାଟ କୋହଲି ଦୁଇଜଣ ଅଧିନାୟକ, ଯାହାଙ୍କର କୋଟି କୋଟି ସମର୍ଥକ ଅଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସିଏସ୍‌କେ ଆରସିବି ଅପେକ୍ଷା ଅଧିକ ମ୍ୟାଚ ଜିତିଛି। ଆଗାମୀ ଆଇପିଏଲ ୨୦୨୧ରେ, ଏହି ଦୁଇ ଦଳ ମଧ୍ୟରେ ପୁଣି ଥରେ କଡ଼ା ସଂଘର୍ଷ ହେବ।

କୋଲକାତା ନାଇଟ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
କୋଲକାତା ନାଇଟ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଛନ୍ତି। କୋଲକାତା ନାଇଟ ରାଇଡର୍ସ ରସେଲ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କିରନ ପୋଲାର୍ଡ ଅଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବନାମ କୋଲକାତା ନାଇଟ ରାଇଡର୍ସ
ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସବୁବେଳେ ଯୁଦ୍ଧ ଚାଲେ। ଆଇପିଏଲରେ କେକେଆର୍‌ ତୃତୀୟ ସଫଳ ଦଳ ହୋଇଥିବାବେଳେ ଆରସିବି ପ୍ରଥମ ଟ୍ରଫିକୁ ଅପେକ୍ଷା କରିଛି।

ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ
ଆଇପିଏଲ ସମୟରେ ଦିଲ୍ଲୀ ଏବଂ ମୁମ୍ବାଇର ଦଳ ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ ଜିତିଥିଲା।

Share